ମହିଳା ବ୍ଲାକ୍‌ମେଲରଙ୍କ ରହସ୍ୟ ଲୁଚାଉଛି ପୋଲିସ

ଭୁବନେଶ୍ୱର, ୮।୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ଉଚ୍ଚ ପଦସ୍ଥ ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ମାୟା ଜାଲରେ ଫସାଉଥିଲେ। ସେମାନଙ୍କ ନିକଟକୁ ସୁନ୍ଦରୀ ଯୁବତୀ ପଠାଇବା ପରେ କୌଶଳକ୍ରମେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଶୁଟ୍‌ କରୁଥିଲେ। ତାହାକୁ ଭାଇରାଲ କରିଦେବାର ଧମକ ଦେଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଏପରି ବ୍ଲାକ୍‌ମେଲ୍‌ କରି ବହୁ କୋଟିର ସମ୍ପତ୍ତି ଠୁଳ କରିବା ସହ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଜଣେ ମହିଳାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସମ୍ପୃକ୍ତ ମହିଳା ବ୍ଲେକ୍‌ମେଲରଙ୍କୁ କମିଶନରେଟ ପୋଲିସ ଗିରଫ କରି ଶୁକ୍ରବାର ବିଳମ୍ବିତ ରାତିରେ ତରବରିଆ ଭାବେ କୋର୍ଟଚାଲାଣ କରିଥିଲା। ଏବେ ସେ ଜେଲରେ ଥିବାବେଳେ ଦୁଇ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି କମିଶନରଙ୍କ ପର୍ଯ୍ୟନ୍ତ କେହି ତାଙ୍କ ସମ୍ପର୍କରେ ମୁହଁ ଖୋଲୁ ନ ଥିବାରୁ ଘଟଣା ରହସ୍ୟମୟ ହୋଇପଡିଛି।
ଅଭିଯୁକ୍ତା ମହିଳାଙ୍କ ଭଉଣୀ ଗଣମାଧ୍ୟମକୁ କହିଛନ୍ତି, ପୋଲିସ ତାଙ୍କ ଘରେ ପହଞ୍ଚତ୍ ସମସ୍ତଙ୍କୁ ବାଲିଅନ୍ତା ଥାନାକୁ ନେଇଥିଲା। ଏହାପରେ ଦିଦିଙ୍କୁ ପୋଲିସ ଅନ୍ୟ କେଉଁଠିକୁ ନେଇଯାଇଥିଲେ ବୋଲି ସେ କହିଛନ୍ତି। ତେବେ ଏନେଇ ବାଲିଅନ୍ତା ଥାନାଧିକାରୀ ଯୁବରାଜ ସ୍ବାଇଁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା। ଖଣ୍ଡଗିରି ଥାନା ପକ୍ଷରୁ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଥିବାବେଳେ ଥାନାଧିକାରୀ ଦୟାନିଧି ନାୟକ ଚୁପ୍‌ ରହିଛନ୍ତି। ସୂଚନା ପାଇବାକୁ ଡିସିପି ପ୍ରତୀକ ସିଂଙ୍କୁ ତାଙ୍କ ମୋବାଇଲ୍‌କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ କାଟି ଦେଇଥିଲେ। ଏପଟେ ଏପରି ଛୋଟ ମାମଲାରେ ନଜର ରଖୁ ନ ଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଅଭିଯୁକ୍ତାଙ୍କ ସହ ବହୁ ବଡ଼ବଡ଼ିଆ, ପ୍ରତିଷ୍ଠିତ ଓ ପ୍ରଭାବଶାଳୀଙ୍କ ବ୍ୟକ୍ତିଙ୍କ ଲିଙ୍କ୍‌ ରହିଛି। ତେଣୁ ପୋଲିସ ଚାପରେ ଚୁପ୍‌ ରହୁଥିବା କୁହାଯାଉଛି। କାରଣ ଉକ୍ତ ମହିଳାଙ୍କ ପାଖରୁ ୨ଟି ପେନ୍‌ ଡ୍ରାଇଭ୍‌ ଓ ଗୋଟିଏ ହାର୍ଡଡିସ୍କ ଜବତ ହୋଇଛି। ସେଥିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ କଳାକାର୍‌ନାମା ଲୁଚି ରହିଥିବା କୁହାଯାଉଛି। ସେହିପରି ସମ୍ପୃକ୍ତ ମହିଳାଙ୍କ ବ୍ଲାକ୍‌ମେଲ୍‌ର ଶିକାର ହୋଇଥିବା ବହୁ ରାଜନେତା, ବ୍ୟବସାୟୀଙ୍କ ସମେତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ମାନ ହାନି ହେବାର ଭୟ ରହିଛି। ତେଣୁ ମୁହଁ ଖୋଲୁ ନ ଥିବା କମିଶନରେଟ ପୋଲିସ ମହିଳା ବ୍ଲାକ୍‌ମେଲରଙ୍କ ରହସ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ଆଲୋଚନା ଚାଲିଛି। ତାଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି, କେଉଁ ଉଚ୍ଚକ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କ ସାହସରେ ସେ ଏପରି କାରନାମା ଚଳାଉଥିଲେ, କେତେଜଣଙ୍କୁ ଏପରି ସେ ବ୍ଲାକ୍‌ମେଲ କରି ଟଙ୍କା ଲୁଟିଛନ୍ତି, ତାହା ଜାଣିବାକୁ ପୋଲିସ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି। ଏଥିସହ ଏଥିରେ ସମ୍ପୃକ୍ତ ଥିବା ତାଙ୍କ ସ୍ବାମୀଙ୍କୁ ପୋଲିସ ଖୋଜୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri