Posted inଖେଳ

ଲେକ୍‌ରେକ୍‌ଙ୍କୁ ପୋଲ୍‌ ପୋଜିଶନ

ବାକୁ, ୬ା୬ (ଏପି)-ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍‌ରେ ଫେରାରିର ଚାଲର୍‌ସ ଲେକ୍‌ରେକ୍‌ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଫଳରେ ରବିବାର ସେ ଷ୍ଟାର୍ଟିଂ ପୋଜିଶନରୁ ରେସ ଆରମ୍ଭ କରିବେ। ଲେକ୍‌ରେକ୍‌ ୧ ମିନିଟ ୪୧.୨୧୮ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଥିଲେ। ତାଙ୍କ ପଛକୁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚାମ୍ପିୟନଶିପ୍‌ ଲିଡର ତଥା ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ଓ ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ ରହିଥିଲେ। ବାକୁ ଟ୍ରାକ୍‌ରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଫଳରେ ୪ଥର ରେଡ୍‌ ଫ୍ଲାଗ୍‌ ହୋଇଥିଲା। ଲେକ୍‌ରେକ୍‌ କ୍ରମାଗତ ଦ୍ୱିତୀୟ ଗ୍ରାଁ ପ୍ରିରେ ପୋଲ ପୋଜିଶନ ହାସଲ କରିପାରିଛନ୍ତି। ଦୁଇ ସପ୍ତାହ ପୂର୍ବେ ମୋନାକୋ ଗ୍ରାଁ ପ୍ରିର କ୍ୱାଲିଫାଇଂ ରେସ୍‌ର ଶେଷ ଭାଗରେ ତାଙ୍କ ଫେରାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତଥାପି ସେ ତାଙ୍କ ଘରୋଇ ଟ୍ରାକ୍‌ରେ ପୋଲ ପୋଜିଶନ ହାସଲ କରିଥିଲେ। ଷ୍ଟାଟିଂ ଟ୍ରାକ୍‌ରୁ ରେସ୍‌ ଆରମ୍ଭ କରିବା ସୁଯୋଗ ରହିଥିଲେ ମଧ୍ୟ ଠିକଣା ସମୟରେ ତାଙ୍କ କାର୍‌ ମରାମତି କାର୍ଯ୍ୟ ଶେଷ ହୋଇ ନ ପାରିବାରୁ ସେ ରେସ୍‌ରେ ଭାଗ ନେଇପାରି ନ ଥିଲେ। ବାକୁଠାରେ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ରେସ୍‌ରେ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ହେଲେ ପିଏରେ ଗାସ୍‌ଲି (ଆଲ୍‌ଫା ତାଉରି), କାର୍ଲେସ ସେଞ୍ଜ ଜୁନିୟର (ଫେରାରି), ଲାଣ୍ଡୋ ନୋରିସ (ମ୍ୟାକଲରେନ), ସର୍ଗିଓ ପେରେଜ(ରେଡ୍‌ବୁଲ), ୟୁକି ଟିସୁନୋଡା (ଆଲ୍‌ଫା ତାଉରି), ଫର୍ନାଣ୍ଡୋ ଆଲେଁାସୋ (ଆଲପାଇନ୍‌) ଓ ଭାଲଟେରି ବୋଟାସ(ମର୍ସିଡିଜ୍‌)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri