ଗୋଟିଏ ପୋଲ: ୨ ଥର ଶିଳାନ୍ୟାସ

ଲଙ୍ଗଳେଶ୍ୱର,୫।୧୨(କମଳାକାନ୍ତ ଦାସ): ଗୋଟିଏ ପୋଲକୁ ଦୁଇଥର ଶିଳାନ୍ୟାସ। ସକାଳେ ବିଧାୟକ ଏବଂ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହି ଗୋଟିଏ ଜାଗାରେ ଫଳକ ଶିଳାନ୍ୟାସ କରିଥିବା ବେଳେ ସନ୍ଧ୍ୟାରେ ସେହି ଫଳକକୁ ନେଇ ପଞ୍ଚାୟତର ଅନ୍ୟ ଏକ ସ୍ଥାନରେ ଫିତା କାଟି ଶିଳାନ୍ୟାସ କରିଛନ୍ତି ପଞ୍ଚାୟତବାସୀ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବାଲିଆପାଳ ବ୍ଲକ ଅଧୀନ ବୋଳଂ ପଞ୍ଚାୟତ ଦେଇଯାଇଥିବା ଓଡ଼ିଶା କୋଷ୍ଟ କେନାଲ ଉପରେ ଏକ ପାଦଚଲା ପୋଲ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଅଞ୍ଚଳବାସୀ ଦାବି କରି ଆସୁଥିଲେ। ସେମାନଙ୍କର ଚାଷଜମିକୁ ଯିବା ପାଇଁ କୋଷ୍ଟ କେନାଲ ପ୍ରତିବନ୍ଧକ ସାଜୁଥିବା ବେଳେ ଅଞ୍ଚଳବାସୀ ଯାତାୟାତ ପାଇଁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ବାଉଁଶ ପୋଲରେ ବିପଦପୂର୍ଣ୍ଣ ଭାବେ ଗ୍ରାମବାସୀ ଦୀର୍ଘବର୍ଷ ଧରି ଯିବାଆସିବା କରୁଥିଲେ। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଓଡ଼ିଶା କୋଷ୍ଟକେନାଲ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ୪୩ଲକ୍ଷ ୮୦ହଜାର ୪୬୪ ଟଙ୍କା ବ୍ୟୟ ଅଟକଳରେ ଏକ ପାଦ ଚଲା ପୋଲ ନିର୍ମାଣ ପାଇଁ ସୋମବାର ସକାଳେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଏବଂ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ମହେଶ୍ୱର ସିଂଙ୍କ ସମେତ ସରପଞ୍ଚ, ସମିତିସଭ୍ୟଙ୍କ ଉପସ୍ଥିତିରେ ଫିତା କାଟି ଶିଳାନ୍ୟାସ କରିଥିଲେ। ତେବେ ଫଳକରେ ଶିଳାନ୍ୟାସ ତାରିଖ ୧ଥିବା ବେଳେ ୪ ତାରିଖରେ କାହିଁକି ଶିଳାନ୍ୟାସ ହେଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶିଳାନ୍ୟାସର କିଛି ସମୟ ପରେ ପୋଲ ନିର୍ମାଣ ପାଇଁ ଟେଣ୍ଡର ନେଇଥିବା ଠିକାଦାର ଜଣକ ଫଳକକୁ ସେଠାରୁ ଓପାଡ଼ି ଗାଡିରେ ନେଇଯାଉଥିବା ବେଳେ କିଛି ଗ୍ରାମବାସୀ ଦେଖି ଠିକାଦାରଙ୍କ ଗାଡ଼ିକୁ ଅଟକାଇବା ସହ ଫଳକ କୁଆଡ଼େ ନେଇ ଯାଉଛ ବୋଲି ପଚାରିବାରୁ ଠିକାଦାର ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଯାହାକୁ ନେଇ ଗ୍ରାମବାସୀ ଏବଂ ଠିକାଦାରଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଗ୍ରାମବାସୀ ଠିକାଦାରଙ୍କ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ। ଫଳରେ ଠିକାଦାର ଜଣକ ଶିଳାନ୍ୟାସ ଫଳକଟିକୁ ସେଠାରେ ଛାଡ଼ି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହାପରେ ଗ୍ରାମବାସୀ ମିଳିତ ହୋଇ ଫଳକକୁ ନେଇ ସେମାନେ ଯେଉଁ ସ୍ଥାନରେ ପୋଲ ନିର୍ମାଣ ପାଇଁ ଦାବି କରୁଥିଲେ, ସେହି ସ୍ଥାନରେ ନେଇ ସନ୍ଧ୍ୟାରେ ଫଳକକୁ ଲଗାଇବା ସହ ପୂଜାର୍ଚ୍ଚନା କରିବା ପରେ ନଡ଼ିଆ ବାଡ଼େଇ ଏବଂ ଫିତା କାଟି ଗ୍ରାମବାସୀଙ୍କ ଉପସ୍ଥିତିରେ ପୁଣି ଥରେ ଶିଳାନ୍ୟାସ କରିଥିଲେ। ତେବେ ଗ୍ରାମବାସୀ ଗୋଟିଏ ସ୍ଥାନରେ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ବିଧାୟକ ଏବଂ ସରପଞ୍ଚ ଅନ୍ୟ ସ୍ଥାନରେ ଅନାବଶ୍ୟକ ଜାଗାରେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଗୋଟିଏ ଫଳକକୁ ସକାଳେ ବିଧାୟକ ଏବଂ ସନ୍ଧ୍ୟାରେ ଗ୍ରାମବାସୀ ଶିଳାନ୍ୟାସ କରିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ବେକରେ ଲାଗିଲା ରେଡିଓ କଲାର, ଓଡ଼ିଶାରେ ପ୍ରଥମ

ଛେଣ୍ଡିପଦା,୨୧।୨(ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳରେ ଗୁଳିବିଦ୍ଧ ଦନ୍ତାହାତୀକୁ ବନବିଭାଗ ତତ୍ତ୍ୱାବଧାନରେ ୫ଦିନ ଧରି ୩ଟି ଡାକ୍ତରୀ ଦଳ ଚିକିତ୍ସା କରିବା ପରେ ବୁଧବାର...

ସୋନପୁରରୁ ବଲାଙ୍ଗୀର-ଭୁବନେଶ୍ୱର ଚାଲିବ ଟ୍ରେନ୍‌, ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ

ସୋନପୁର,୨୧।୨(ମୃତ୍ୟୁଞ୍ଜୟ ଶତପଥୀ): ରେଳ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର ଆସିଛି। ଖୁବ୍‌ଶୀଘ୍ର ସୋନପୁରରୁ ବଲାଙ୍ଗୀର ପାସେଞ୍ଜର ଟ୍ରେନ୍‌ ଓ...

ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:ବାର୍‌ ଆସୋସିଏସନ୍‌କୁ ନିର୍ବାଚନୀ ଖର୍ଚ୍ଚ ବନ୍ଦ

କଟକ,୨୧ା୨ (କାର୍ତ୍ତିକ ସାହୁ) ବହୁ ପ୍ରତିକ୍ଷିତ ଆଡ୍‌ଭୋକେଟ୍‌ ଏକାଡେମୀ ଗଠନ ନିମନ୍ତେ ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତତ୍‌ସଂକ୍ରାନ୍ତୀୟ ଆବଶ୍ୟକୀୟ ଭିତ୍ତିଭୂମି...

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୧ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ଆଗତ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟରେ...

ଏଆଇ ସର୍ଭିଲାନ୍ସରେ ମାଟ୍ରିକ ପରୀକ୍ଷା ଅବ୍ୟବସ୍ଥା: ୫ ଜିଲା ଶିକ୍ଷାଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

କଟକ,୨୧ା୨(କାର୍ତ୍ତିକ ସାହୁ): ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ କେତେକ ପରୀକ୍ଷାକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସର୍ଭିଲାନ୍ସ ଅବଗତ କରାଇଛି।...

ଭାଜପା ଛାଡ଼ି ବିଜେଡିରେ ସାମିଲ ହେଲେ ଶତାଧିକ ଲୋକ

ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ଗାଣ୍ଡାକିଆ ଗ୍ରାମରେ ବିଜେଡିର ଏକ ମହାମିଶ୍ରଣ ପର୍ବ ବୁଧବାର...

ବିପଦସଂକୁଳ ଶିଳଦା ପୋଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ମୋରଡ଼ା,୨୧ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଚିତ୍ରଡ଼ା-ମୋରଡ଼ାକୁ ସଂଯୋଗ କରୁଥିବା ଜମ୍ଭୀରା ନଦୀର ଶିଳଦା ପୋଲ ଏବେ ବିପଦସଂକୁଳ ଅବସ୍ଥାରେ ପଡ଼ି ରହିଥିବା ବେଳେ...

୩ ଦିନ ହେଲା ନିଖୋଜ ଥିଲେ, ଆଜି ନଦୀରେ ଭାସିଲା ମୃତଦେହ

ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ହାୟାରପୁର ଗ୍ରାମସ୍ଥିତ କାରୋନଦୀରେ ବୁଧବାର ସକାଳେ ଭାସୁଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri