Posted inଖେଳ

ବେଲାରୁଷ ଅଲିମ୍ପିଆନଙ୍କୁ ଭିଜା ମଞ୍ଜୁର କଲା ପୋଲାଣ୍ଡ

ଟୋକିଓ, ୩ା୮ (ଏପି):ପୋଲାଣ୍ଡ ସୋମବାର ବେଲାରୁଷର ଜଣେ ଅଲିମ୍ପିକ ସ୍ପ୍ରିଣ୍ଟର କ୍ରିଷ୍ଟିନା ସିମାନୋସକାୟାଙ୍କୁ ଭିଜା ମଞ୍ଜୁର କରିଛି। କ୍ରିଷ୍ଟିନା କହିଛନ୍ତି, ଟିମ୍‌ ଅଫିସିଆଲ ତାଙ୍କୁ ବାଧ୍ୟତାମୂଳକ ତାଙ୍କ ଦେଶକୁ ପଠାଇଦେବା ଲାଗି ଚେଷ୍ଟା କରିଥିଲୋ ନିଜ ଦେଶ ଫେରିଲେ ତାଙ୍କ ପ୍ରତି ବିପଦ ରହିଛି। ବେଲାରୁଷରେ ଏକଚ୍ଛତ୍ରବାଦ ଶାସନ ଚାଲିଛି। ନିକଟରେ ସରକାର ଜଣେ ଭିନ୍ନମତବାଦୀ ଜର୍ନାଲିଷ୍ଟକୁ ଗିରଫ କରିଛନ୍ତି। ସେ ଏକ ବିମାନକୁ ଅନ୍ୟତ୍ର ନେଇ ପଳାଇବାକୁ ଉଦ୍ୟମ କରୁଥିଲେ ବୋଲି ସରକାରଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଏକ ସ୍ବେଚ୍ଛାସେବୀ ସଂଘର ସହାୟତାରେ କ୍ରିଷ୍ଟିନା ଓ୍ବାରସ ଯିବା ଲାଗି ବିମାନ ଟିକେଟ ପାଇଛନ୍ତି। ଟିମ୍‌ର ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ କ୍ରିଷ୍ଟିନା ଅଫିସିଆଲଙ୍କୁ କଡ଼ା ସମାଲୋଚନା କରିଥିଲେ। ଧାବିକା ଜଣକ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ କହିଥିଲେ, ସେ ୪x୪୦୦ ରିଲେ ଇଭେଣ୍ଟରେ କେବେ ଭାଗ ନେଇ ନ ଥିଲେ ମଧ୍ୟ ତାଙ୍କୁ ଏହି ଦଳରେ ସାମିଲ କରାଯାଇଛି। ତାଙ୍କର ଏହି ବକ୍ତବ୍ୟକୁ ନେଇ ବିବାଦ ଚାଲିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁମାନେ ସରକାରୀ କାର୍ଯ୍ୟର ସମାଲୋଚନା କରୁଛନ୍ତି ଅବା ଦୋଷ ଦୁର୍ବଳତା ପ୍ରକାଶ କରୁଛନ୍ତି କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଧାବିକା ଜଣଙ୍କୁ ଯେତେବେଳେ ବଳପୂର୍ବକ ବିମାନବନ୍ଦରକୁ ନିଆଗଲା ଏବଂ ଇସ୍ତାନବୁଲ ଯିବା ଲାଗି କୁହାଗଲା ସେ ରୋକ୍‌ଠୋକ୍‌ ମନା କରିବା ସହ ସ୍ଥାନୀୟ ପୋଲିସର ସହାୟତା ମାଗିଥିଲେ। ସେ ଆହୁରି ମଧ୍ୟ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ରାଜ୍ୟସ୍ତରୀୟ ବକ୍ଦିଂରେ ସ୍ବର୍ଣ୍ଣ ଜିତି ଜାତୀୟସ୍ତରକୁ ମନୋନୀତ ହେଲେ ମିକି

ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ): ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ବକ୍ସିଂ ଚାମ୍ପିଅନଶିପ୍‌ରେ ଛତ୍ରପୁର ଅନସ୍ଲୋ…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

କୁସ୍ତିରେ ବଡ଼ ବିପର୍ଯ୍ୟୟ ଘଟାଇଲେ ମଲ୍ଲଯୋଦ୍ଧା ସୁଜିତ, ଭାରତକୁ ମିଳିଲା ପୁଣି ସ୍ବର୍ଣ୍ଣ

ନାଗୋୟା,୨ା୧୦: ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲ୍‌କାଲ୍‌ ୨୦୨୬ ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସୁଜିତ ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ସ୍ବର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?