Posted inଜାତୀୟ

ସେନା ପ୍ରତ୍ୟାହାର ଲାଗି ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ,୨।୮: ପୂର୍ବ ଲଦାଖର ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର ଲାଗି ଭାରତ ଓ ଚାଇନା ରାଜି ହୋଇଛନ୍ତି। ଶନିବାର ଚୁଶୁଲ-ମୋଲ୍‌ଡୋ ସୀମାରେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ସେନା କମାଣ୍ଡର ସ୍ତରୀୟ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନା ଫଳପ୍ରଦ ହୋଇଥିବା କୁହାଯାଇଛି। ବୈଠକରେ ଗୋଗ୍ରା ଏବଂ ହଟ୍‌ସ୍ପ୍ରିଙ୍ଗ ଫ୍ରାକ୍ସନ ପଏଣ୍ଟରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ହୋଇ ନ ଥିବା କଥା ଉଠିଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଅବଶିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ପକ୍ଷ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ ବୋଲି ସୋମବାର ଭାରତ-ଚାଇନା ପକ୍ଷରୁ ଜାରି ମିଳିତ ବିବୃତିରେ କୁହାଯାଇଛି। ଅନ୍ୟ ପସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପ୍ରୋଟୋକଲ ଅନୁଯାୟୀ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ପୂର୍ବ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦ ଉଭୟ ପାର୍ଶ୍ୱରୁ ଦୁଇ ଦେଶ ସେନା ପ୍ରତ୍ୟାହାର କରିନେଇଥିଲେ। ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଲାଗି ଉଦ୍ୟମ ଜାରି ରଖିବାକୁ ଉଭୟ ସହମତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆ ସହ ଆଧାର ଲିଙ୍କ୍‌: ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୧୦ା୧୨(ପ.ଟି.): ସୋସିଆଲ୍‌ ମିଡିଆକୁ ଆଧାର, ପାନ୍‌ କିମ୍ବା ଭୋଟର ପରିଚୟପତ୍ର ସହ ସଂଯୋଗ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟ ସୋମବାର ମନା କରିଦେଇଛନ୍ତି।...

ଜମ୍ମୁ-କଶ୍ମୀର, ଲଦାଖ ଯିବ ସଂସଦୀୟ କମିଟି

ନୂଆଦିଲ୍ଲୀ, ୨।୮: ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଏବଂ ଲଦାଖ ଗସ୍ତରେ ଯିବ। ଦୁଇ କେନ୍ଦ୍ରଶାସିତ...

ଚମ୍ପାୱତ ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ଧାମି

ଡେରାଡୁନ,୨୧।୪: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚମ୍ପାୱତ ବିଧାୟକ କୈଳାଶ ଗାହତୋରି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।...

ରାହୁଲଙ୍କୁ ଚୁମ୍ବନ ଦେଲେ ପୁରୁଷ ସଦସ୍ୟ: ଭିଡିଓ ଭାଇରାଲ

ଓ୍ବାୟନାଡ,୨୮।୮: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ଓ୍ବାୟନାଡର ଏମ୍‌ପି ଥିବା ବେଳେ ବୁଧବାର ସେ ସେଠାକୁ ଗସ୍ତ କରିଛନ୍ତି। ରାହୁଲ ଚଳିତ ମାସରେ...

ବୁଦ୍ଧିମତ୍ତା କମାଉଛି କୋଭିଡ୍‌

ଲଣ୍ଡନ, ୩॥୭: କୋଭିଡ୍‌ ସଂକ୍ରମଣ ସହ ବୁଦ୍ଧିମତ୍ତାର ସମ୍ପର୍କ ରହିଥିବା ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଅଧ୍ୟୟନ ଅନୁଯାୟୀ ଗୁରୁତର ସଂକ୍ରମିତ କୋଭିଡ୍‌ ରୋଗୀଙ୍କର...

ଡେଲ୍ଟା ଭାରିଏଣ୍ଟ ପାଇଁ ଭଲ କାମ କରିବ ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ

ନୂଆଦିଲ୍ଲୀ,୭ ।୮: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟ ଗୋଟିଏ ପଟେ ବିଶ୍ୱବାସୀଙ୍କ ଚିନ୍ତା ବଢାଇଥିବା ବେଳେ ଅନ୍ୟପଟେ ଏହାକୁ କଡା ଜବାବ ଦେବାକୁ ଆସି ଯାଇଛି...

ଚାଇନା ବିରୋଧରେ ଭାରତ ଲଢୁଛି ଦୁଇଟି ଯୁଦ୍ଧ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ସେ ଚାଇନାକୁ ଟାର୍ଗେଟ କରିଛନ୍ତି।...

ମମତା ହିରଣ୍ୟକଶ୍ୟପଙ୍କ ବଂଶଜ: ସାକ୍ଷୀ ମହାରାଜ

ହରିଦ୍ୱାର, ୨।୬: ଉତ୍ତର ପ୍ରଦେଶର ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା...

Advertisement
Archives

Model This Week