ଅନ୍ତେବାସୀଙ୍କୁ ପୋକରା ଚାଉଳ

ବାରିପଦା ଅଫିସ,୧୮ା୯-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ(ଏସ୍‌ଏସ୍‌ଡି) ଅଧୀନରେ ଥିବା ୩ଶହ ଛାତ୍ର ଓ ୨ଶହ ଛାତ୍ରୀ ଶଯ୍ୟା ବିଶିଷ୍ଟ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ବଣକାଟିର ଅନ୍ତେବାସୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଉନ୍ନୟନ ବିଭାଗର ନିର୍ଦ୍ଦେଶକଙ୍କ ପତ୍ରାଙ୍କ ନଂ. ୧୧୧୬୮ କ୍ରମେ ସ୍କୁଲରେ ବଳକା ଥିବା ଚାଉଳକୁ ଅନ୍ତେବାସୀଙ୍କ ମଧ୍ୟରେ ବଣ୍ଟନ କରିବା ସହିତ ନଷ୍ଟ ହୋଇଥିବା ଚାଉଳ ବଣ୍ଟନ ହେବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶକୁ ଅବମାନନା କରି ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ସୁପରିଣ୍ଟେଣ୍ଡେଣ୍ଟ ମିଳିତ ଭାବେ ପୋକ ଲାଗିଥିବା ଚାଉଳକୁ ବଣ୍ଟନ କରୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା
କରୋନା ପାଇଁ ଦୀର୍ଘ ୬ମାସ ହେଲା ସ୍କୁଲଗୁଡ଼ିକ ବନ୍ଦ ରହିଛି। ସ୍କୁଲକୁ ଆସୁଥିବା ଚାଉଳ ନଷ୍ଟ ହେବା ପୂର୍ବରୁ ଅନ୍ତେବାସୀମାନଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ଏସ୍‌ଏସ୍‌ଡି ନିର୍ଦ୍ଦେଶକଙ୍କ ପକ୍ଷରୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ମଙ୍ଗଳ ଅଧିକାରୀଙ୍କ ଚିଠି ନଂ. ୨୯୦୮/୨ା୯ା୨୦ରେ ବଳକା ଥିବା ଚାଉଳକୁ ଅନ୍ତେବାସୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ନଷ୍ଟ ହୋଇଯାଇଥିବା ଚାଉଳକୁ ବଣ୍ଟାଯିବ ନାହିଁ ବୋଲି ସମସ୍ତ ସୁପରିଣ୍ଟେଣ୍ଡେଣ୍ଟ ଓ ପ୍ରଧାନ ଶିକ୍ଷକମାନଙ୍କୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଥିବା ଅନ୍ତେବାସୀଙ୍କୁ ଏହି ଚାଉଳକୁ ପ୍ରଦାନ କରାଯାଉଛି। ଚାଉଳ ନେବାକୁ ଆସିଥିବା ଅଭିଭାବକ ରତନା ହାଁସଦା, ରଘୁନାଥ ହେମ୍ବ୍ରମ କୁହନ୍ତି, ୫୦କି.ମି ଦୂର କଇଁଚିଶୋଳ ଗ୍ରାମରୁ ଏକ ଅଟୋକୁ ହଜାରେ ଟଙ୍କାରେ ଭଡ଼ା କରି ଆସିଛୁ। ଚାଉଳରେ ପୋକ ଥିବା ବେଳେ ନିରୁପାୟ ହୋଇ ଏହାକୁ ନେବାକୁ ବାଧ୍ୟ ହେଉଛୁ। ସେହିପରି ଛାତ୍ର ମଦନ ହାଁସଦା, ଲାଲ ମୋହନ ମୁର୍ମୁ, ସନାତନ ହାଁସଦା କୁହନ୍ତି ପୂର୍ବରୁ ଟୋକନ ମାଧ୍ୟମରେ ଚାଉଳ ପ୍ରଦାନ କରାଯାଇଥିଲା ା ଆମେ ଟୋକନ ଦେଖାଇ ଗାଁରୁ ଚାଉଳ ପାଇଥିଲୁ। ମାତ୍ର ସରକାରଙ୍କ ଏଭଳି ବ୍ୟବସ୍ଥା ଯୋଗୁ ବହୁ ଦୂରରୁ ଆସି ଚାଉଳ ନେବାକୁ ପଡୁଛି ବୋଲି କହିଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅନାଦି ଚରଣ ବେହେରା କୁହନ୍ତି, ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବଳକା ଥିବା ଚାଉଳକୁ ପ୍ରଦାନ କରାଯାଉଛି ା ଦୂରଦୂରାନ୍ତରୁ ଆସୁଥିବା ଅନ୍ତେବାସୀମାନଙ୍କୁ ସେହି ପୋକ ଲାଗିଥିବା ଚାଉଳ ବଣ୍ଟନ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ପୋକରା ଚାଉଳ ନେବା ପାଇଁ ବିଶୋଇ ଥାନା ଅନ୍ତର୍ଗତ ଦୁପଟା ଗ୍ରାମର ୪ ଅନ୍ତେବାସୀଙ୍କ ସହିତ ଅଭିଭାବକମାନେ ଅଟୋ ଯୋଗେ ଆସୁଥିବା ବେଳେ ବୁଧବାର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୯ ଜଣ ଗୁରୁତର ଆହତ ହୋଇଥିଲେ। ପୋକରା ଚାଉଳ ପାଇଁ ପରିବାର ଲୋକେ ପୁଅକୁ ହରାଇଛନ୍ତି ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ତେବେ କରୋନା କଟକଣା ସମୟରେ ସ୍କୁଲ ବନ୍ଦ ହେବା ପୂର୍ବରୁ ଏହି ବ୍ୟବସ୍ଥା କରାଯାଇଥିଲେ ଚାଉଳ ନଷ୍ଟ ହେବା ଓ ଦୁର୍ଦ୍ଦଶା ଭୋଗିବାକୁ ପଡ଼ି ନ ଥାନ୍ତା ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri