ଅନ୍ତେବାସୀଙ୍କୁ ପୋକରା ଚାଉଳ

ବାରିପଦା ଅଫିସ,୧୮ା୯-ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ(ଏସ୍‌ଏସ୍‌ଡି) ଅଧୀନରେ ଥିବା ୩ଶହ ଛାତ୍ର ଓ ୨ଶହ ଛାତ୍ରୀ ଶଯ୍ୟା ବିଶିଷ୍ଟ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ବଣକାଟିର ଅନ୍ତେବାସୀଙ୍କୁ ପୋକରା ଚାଉଳ ଦିଆଯାଉଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଉନ୍ନୟନ ବିଭାଗର ନିର୍ଦ୍ଦେଶକଙ୍କ ପତ୍ରାଙ୍କ ନଂ. ୧୧୧୬୮ କ୍ରମେ ସ୍କୁଲରେ ବଳକା ଥିବା ଚାଉଳକୁ ଅନ୍ତେବାସୀଙ୍କ ମଧ୍ୟରେ ବଣ୍ଟନ କରିବା ସହିତ ନଷ୍ଟ ହୋଇଥିବା ଚାଉଳ ବଣ୍ଟନ ହେବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶକୁ ଅବମାନନା କରି ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ସୁପରିଣ୍ଟେଣ୍ଡେଣ୍ଟ ମିଳିତ ଭାବେ ପୋକ ଲାଗିଥିବା ଚାଉଳକୁ ବଣ୍ଟନ କରୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ା
କରୋନା ପାଇଁ ଦୀର୍ଘ ୬ମାସ ହେଲା ସ୍କୁଲଗୁଡ଼ିକ ବନ୍ଦ ରହିଛି। ସ୍କୁଲକୁ ଆସୁଥିବା ଚାଉଳ ନଷ୍ଟ ହେବା ପୂର୍ବରୁ ଅନ୍ତେବାସୀମାନଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ଏସ୍‌ଏସ୍‌ଡି ନିର୍ଦ୍ଦେଶକଙ୍କ ପକ୍ଷରୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ମଙ୍ଗଳ ଅଧିକାରୀଙ୍କ ଚିଠି ନଂ. ୨୯୦୮/୨ା୯ା୨୦ରେ ବଳକା ଥିବା ଚାଉଳକୁ ଅନ୍ତେବାସୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ନଷ୍ଟ ହୋଇଯାଇଥିବା ଚାଉଳକୁ ବଣ୍ଟାଯିବ ନାହିଁ ବୋଲି ସମସ୍ତ ସୁପରିଣ୍ଟେଣ୍ଡେଣ୍ଟ ଓ ପ୍ରଧାନ ଶିକ୍ଷକମାନଙ୍କୁ କଡ଼ା ନିର୍ଦ୍ଦେଶ ରହିଛି। ତେବେ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଥିବା ଅନ୍ତେବାସୀଙ୍କୁ ଏହି ଚାଉଳକୁ ପ୍ରଦାନ କରାଯାଉଛି। ଚାଉଳ ନେବାକୁ ଆସିଥିବା ଅଭିଭାବକ ରତନା ହାଁସଦା, ରଘୁନାଥ ହେମ୍ବ୍ରମ କୁହନ୍ତି, ୫୦କି.ମି ଦୂର କଇଁଚିଶୋଳ ଗ୍ରାମରୁ ଏକ ଅଟୋକୁ ହଜାରେ ଟଙ୍କାରେ ଭଡ଼ା କରି ଆସିଛୁ। ଚାଉଳରେ ପୋକ ଥିବା ବେଳେ ନିରୁପାୟ ହୋଇ ଏହାକୁ ନେବାକୁ ବାଧ୍ୟ ହେଉଛୁ। ସେହିପରି ଛାତ୍ର ମଦନ ହାଁସଦା, ଲାଲ ମୋହନ ମୁର୍ମୁ, ସନାତନ ହାଁସଦା କୁହନ୍ତି ପୂର୍ବରୁ ଟୋକନ ମାଧ୍ୟମରେ ଚାଉଳ ପ୍ରଦାନ କରାଯାଇଥିଲା ା ଆମେ ଟୋକନ ଦେଖାଇ ଗାଁରୁ ଚାଉଳ ପାଇଥିଲୁ। ମାତ୍ର ସରକାରଙ୍କ ଏଭଳି ବ୍ୟବସ୍ଥା ଯୋଗୁ ବହୁ ଦୂରରୁ ଆସି ଚାଉଳ ନେବାକୁ ପଡୁଛି ବୋଲି କହିଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଅନାଦି ଚରଣ ବେହେରା କୁହନ୍ତି, ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବଳକା ଥିବା ଚାଉଳକୁ ପ୍ରଦାନ କରାଯାଉଛି ା ଦୂରଦୂରାନ୍ତରୁ ଆସୁଥିବା ଅନ୍ତେବାସୀମାନଙ୍କୁ ସେହି ପୋକ ଲାଗିଥିବା ଚାଉଳ ବଣ୍ଟନ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ପୋକରା ଚାଉଳ ନେବା ପାଇଁ ବିଶୋଇ ଥାନା ଅନ୍ତର୍ଗତ ଦୁପଟା ଗ୍ରାମର ୪ ଅନ୍ତେବାସୀଙ୍କ ସହିତ ଅଭିଭାବକମାନେ ଅଟୋ ଯୋଗେ ଆସୁଥିବା ବେଳେ ବୁଧବାର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଅନ୍ତେବାସୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୯ ଜଣ ଗୁରୁତର ଆହତ ହୋଇଥିଲେ। ପୋକରା ଚାଉଳ ପାଇଁ ପରିବାର ଲୋକେ ପୁଅକୁ ହରାଇଛନ୍ତି ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ତେବେ କରୋନା କଟକଣା ସମୟରେ ସ୍କୁଲ ବନ୍ଦ ହେବା ପୂର୍ବରୁ ଏହି ବ୍ୟବସ୍ଥା କରାଯାଇଥିଲେ ଚାଉଳ ନଷ୍ଟ ହେବା ଓ ଦୁର୍ଦ୍ଦଶା ଭୋଗିବାକୁ ପଡ଼ି ନ ଥାନ୍ତା ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri