ଗଣ୍ଡାନାଳରେ ବିଆର୍‌ପିଏଲ୍‌ର ବିଷାକ୍ତ ବର୍ଜ୍ୟଜଳ ମିଶିବା ମାମଲା: ଏସ୍‌ପିସିବି ରିପୋର୍ଟକୁ ଅପେକ୍ଷା

ଯାଜପୁର ଅଫିସ,୯।୫: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌୍‌)ର ବିଷାକ୍ତ ବର୍ଜ୍ୟଜଳ ଗଣ୍ଡାନାଳରେ ମିଶିବା ମାମଲାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଠାରୁ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ରିପୋର୍ଟ ତଲବ କରିଛନ୍ତି। ଏନ୍‌ଜିଟିର ଜୁଡିସିଆଲ ମେମ୍ବର ବି.ଅମିତ ସ୍ଥେଲକର ଓ ଏକ୍ସପର୍ଟ ମେମ୍ବର(ବିଶେଷଜ୍ଞ ସଦସ୍ୟ) ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଏପ୍ରିଲ୍‌ ୧୨ତାରିଖରେ ମାମଲାର ଶୁଣାଣି କରି ଏନେଇ ୨ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଏସ୍‌ପିସିବିକୁ କହିଥିଲେ। ଏପରି କି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୪କୁ ଧାର୍ଯ୍ୟ ହୋଇଥିଲା। ହେଲେ ଇତିମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ମେ’ ୪ରେ ହେବାକୁ ଥିବା ଶୁଣାଣିକୁ ଜୁନ୍‌ ୧୫କୁ ସ୍ଥିର କରାଯାଇଛି। ଗତ ଶୁଣାଣି ସମୟରେ କାରଖାନା ବୁନ୍ଦାଏ (ଜିରୋ) ତରଳପଦାର୍ଥ ନିଷ୍କାସନ ନ କରିବାକୁ ୨୦୧୭ ଅକ୍ଟୋବର ୧୭ରେ ଏସ୍‌ପିସିବି କରିଥିବା ସୁପାରିସକୁ କମ୍ପାନୀ ମାନୁ ନ ଥିବା ଖଣ୍ଡପୀଠ ଜାଣିବାକୁ ପାଇଛନ୍ତି। ତେଣୁ ପରିବେଶ ଭରଣାକୁ ଆକଳନ କରି କମ୍ପାନୀଠାରୁ ଜରିମାନା ଆଦାୟ କରିବାକୁ ଏସ୍‌ପିସିବିକୁ କୁହାଯାଇଛି। ଏଥିସହିତ ଏସ୍‌ପିସିବି ଜଳ ନମୁନା ସଂଗ୍ରହ କରି ତା’ର ସଦ୍ୟ ବିଶ୍ଳେଷଣ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏସ୍‌ପିସିବି କ’ଣ ରିପୋର୍ଟ ଦେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ବିଆର୍‌ପିଏଲ୍‌ ବର୍ଜ୍ୟଜଳ ବାହାରକୁ ନିଷ୍କାସନ କରୁଥିବା ନେଇ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ୩୦ା୮ା୨୦୧୭ରେ ଏନ୍‌ଜିଟିରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ଅଭିଯୋଗରେ ଆବେଦନକାରୀ ଦର୍ଶାଇଥିଲେ ଯେ, ୪ା୭ା୨୦୧୭ ଓ ୧୪ା୭ା୨୦୧୭ରେ ଜନ ଅଭିଯୋଗକୁ ଆଧାର କରି ବିଆର୍‌ପିଏଲ୍‌ କାରଖାନାର ପ୍ରଦୂଷଣ ଉପରେ ଏସ୍‌ପିସିବି ନିରୀକ୍ଷଣ କରିଥିଲା। ନିରୀକ୍ଷଣ ରିପୋର୍ଟରେ ଏସ୍‌ପିସିବି ପକ୍ଷରୁ ଦର୍ଶାଯାଇଥିଲା ଯେ, ଜଳ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ବିଆର୍‌ପିଏଲ୍‌ ବିଫଳ ହୋଇଛି। ସେଥିପାଇଁ କାରଖାନା ପରିସରରେ ଗନ୍ଧଯୁକ୍ତ ପରିବେଶ ସୃଷ୍ଟି ହେଉଛି। ଅଣବିଶୋଧିତ ବର୍ଜ୍ୟଜଳକୁ କାରଖାନା କର୍ତ୍ତୃପକ୍ଷ ବାହାରକୁ ନିଷ୍କାସନ କରୁଛନ୍ତିି, ଯାହାକି ଗଣ୍ଡାନାଳରେ ଯାଇ ମିଶୁଛି। ଏହାବାଦ୍‌ କାରଖାନା ପକ୍ଷରୁ ଇଟିପି(ଏମ୍ଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ବ୍ୟବସ୍ଥା କରାଯାଇ ନ ଥିବା ଯୋଗୁ ବିଆର୍‌ପିଏଲ୍‌ର ପ୍ରଦୂଷିିତ ଜଳ ଗଣ୍ଡାନାଳ ପାଣିକୁ ବିଷାକ୍ତ କରୁଛି। ଏହାସହ କାରଖାନା ପରିସରରେ ବାୟୁ ପ୍ରଦୂଷଣ ମଧ୍ୟ ହେଉଥିବା ଏସ୍‌ପିସିବି ରିପୋର୍ଟରେ ଦର୍ଶାଯାଇଥିଲା। ବର୍ଜ୍ୟଜଳ ନମୁନାକୁ ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ, ଜଳରେ ଲୌହ ମାତ୍ରା ଅନୁମୋଦିତ ମାନକଠାରୁ ଯଥେଷ୍ଟ ଅଧିକ ରହିଥିଲା। ଅଭିଯୋଗକାରୀ ଦର୍ଶାଇଥିଲେ ଯେ, ବର୍ଜ୍ୟଜଳରେ ଲୌହମାତ୍ରା ନିର୍ଦ୍ଧାରିତ ମାନକଠାରୁ ଅଧିକ ଥିବା ସତ୍ତ୍ବେ ଏସ୍‌ପିସିବି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ନେଇ ବିଆର୍‌ପିଏଲ୍‌୍‌କୁ ଚଳାଇବାକୁ ଅନୁମତି ଦେଇଥିଲା। ଏହି ଅନୁମତି ସୁପ୍ରିମକୋର୍ଟଙ୍କ ୨୨ା୨ା୨୦୧୭ ନିର୍ଦ୍ଦେଶ (ପର୍ଯ୍ୟାବରଣ ସୁରକ୍ଷା ସମିତି ବନାମ ଭାରତ ସରକାର ମାମଲା)କୁ ଉଲ୍ଲଂଘନ କରୁଛି। ସମସ୍ତ ଶିଳ୍ପସଂସ୍ଥା ୨୨ା୫ା୨୦୧୭ ସୁଦ୍ଧା ଇଟିପି ଲଗାଇବା ସହ କେହି ବି ବର୍ଜ୍ୟଜଳ ବାହାରକୁ ଛାଡ଼ିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରି କି ଏହାକୁ ତଦାରଖ କରିବାକୁ ରାଜ୍ୟର ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ଆଦେଶକୁ ଯଦି କେହି ଉଲ୍ଲଂଘନ କରନ୍ତି, ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କ ଆଦେଶରେ ରହିଥିଲା। ଏଭଳି କଡ଼ା ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିପରି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବିଆର୍‌ପିଏଲ୍‌ କାରଖାନା ଚାଲିବାକୁ ଅନୁମତି ଦେଲା ତାହା ଆବେଦନକାରୀ ପିଟିଶନରେ ପ୍ରଶ୍ନ କରିଥିଲେ। ଏସ୍‌ପିସିବି ବିଆର୍‌ପିଏଲ୍‌ କାରଖାନା କର୍ତ୍ତୃପକ୍ଷଙ୍କ ହାତବାରିସି ସାଜି ଏଭଳି ବେଆଇନ ବର୍ଜ୍ୟଜଳ ବାହାରକୁ ଛାଡ଼ିବାକୁ ପ୍ରୋତ୍ସାହନ ଦେଉଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ମାମଲାକୁ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ସେଠାରୁ ରିପୋର୍ଟ ପାଇବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?