ଗଣ୍ଡାନାଳରେ ବିଆର୍‌ପିଏଲ୍‌ର ବିଷାକ୍ତ ବର୍ଜ୍ୟଜଳ ମିଶିବା ମାମଲା: ଏସ୍‌ପିସିବି ରିପୋର୍ଟକୁ ଅପେକ୍ଷା

ଯାଜପୁର ଅଫିସ,୯।୫: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌୍‌)ର ବିଷାକ୍ତ ବର୍ଜ୍ୟଜଳ ଗଣ୍ଡାନାଳରେ ମିଶିବା ମାମଲାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଠାରୁ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ) ରିପୋର୍ଟ ତଲବ କରିଛନ୍ତି। ଏନ୍‌ଜିଟିର ଜୁଡିସିଆଲ ମେମ୍ବର ବି.ଅମିତ ସ୍ଥେଲକର ଓ ଏକ୍ସପର୍ଟ ମେମ୍ବର(ବିଶେଷଜ୍ଞ ସଦସ୍ୟ) ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଏପ୍ରିଲ୍‌ ୧୨ତାରିଖରେ ମାମଲାର ଶୁଣାଣି କରି ଏନେଇ ୨ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଏସ୍‌ପିସିବିକୁ କହିଥିଲେ। ଏପରି କି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୪କୁ ଧାର୍ଯ୍ୟ ହୋଇଥିଲା। ହେଲେ ଇତିମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ମେ’ ୪ରେ ହେବାକୁ ଥିବା ଶୁଣାଣିକୁ ଜୁନ୍‌ ୧୫କୁ ସ୍ଥିର କରାଯାଇଛି। ଗତ ଶୁଣାଣି ସମୟରେ କାରଖାନା ବୁନ୍ଦାଏ (ଜିରୋ) ତରଳପଦାର୍ଥ ନିଷ୍କାସନ ନ କରିବାକୁ ୨୦୧୭ ଅକ୍ଟୋବର ୧୭ରେ ଏସ୍‌ପିସିବି କରିଥିବା ସୁପାରିସକୁ କମ୍ପାନୀ ମାନୁ ନ ଥିବା ଖଣ୍ଡପୀଠ ଜାଣିବାକୁ ପାଇଛନ୍ତି। ତେଣୁ ପରିବେଶ ଭରଣାକୁ ଆକଳନ କରି କମ୍ପାନୀଠାରୁ ଜରିମାନା ଆଦାୟ କରିବାକୁ ଏସ୍‌ପିସିବିକୁ କୁହାଯାଇଛି। ଏଥିସହିତ ଏସ୍‌ପିସିବି ଜଳ ନମୁନା ସଂଗ୍ରହ କରି ତା’ର ସଦ୍ୟ ବିଶ୍ଳେଷଣ ରିପୋର୍ଟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏସ୍‌ପିସିବି କ’ଣ ରିପୋର୍ଟ ଦେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ବିଆର୍‌ପିଏଲ୍‌ ବର୍ଜ୍ୟଜଳ ବାହାରକୁ ନିଷ୍କାସନ କରୁଥିବା ନେଇ କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ୩୦ା୮ା୨୦୧୭ରେ ଏନ୍‌ଜିଟିରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ଅଭିଯୋଗରେ ଆବେଦନକାରୀ ଦର୍ଶାଇଥିଲେ ଯେ, ୪ା୭ା୨୦୧୭ ଓ ୧୪ା୭ା୨୦୧୭ରେ ଜନ ଅଭିଯୋଗକୁ ଆଧାର କରି ବିଆର୍‌ପିଏଲ୍‌ କାରଖାନାର ପ୍ରଦୂଷଣ ଉପରେ ଏସ୍‌ପିସିବି ନିରୀକ୍ଷଣ କରିଥିଲା। ନିରୀକ୍ଷଣ ରିପୋର୍ଟରେ ଏସ୍‌ପିସିବି ପକ୍ଷରୁ ଦର୍ଶାଯାଇଥିଲା ଯେ, ଜଳ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ବିଆର୍‌ପିଏଲ୍‌ ବିଫଳ ହୋଇଛି। ସେଥିପାଇଁ କାରଖାନା ପରିସରରେ ଗନ୍ଧଯୁକ୍ତ ପରିବେଶ ସୃଷ୍ଟି ହେଉଛି। ଅଣବିଶୋଧିତ ବର୍ଜ୍ୟଜଳକୁ କାରଖାନା କର୍ତ୍ତୃପକ୍ଷ ବାହାରକୁ ନିଷ୍କାସନ କରୁଛନ୍ତିି, ଯାହାକି ଗଣ୍ଡାନାଳରେ ଯାଇ ମିଶୁଛି। ଏହାବାଦ୍‌ କାରଖାନା ପକ୍ଷରୁ ଇଟିପି(ଏମ୍ଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ବ୍ୟବସ୍ଥା କରାଯାଇ ନ ଥିବା ଯୋଗୁ ବିଆର୍‌ପିଏଲ୍‌ର ପ୍ରଦୂଷିିତ ଜଳ ଗଣ୍ଡାନାଳ ପାଣିକୁ ବିଷାକ୍ତ କରୁଛି। ଏହାସହ କାରଖାନା ପରିସରରେ ବାୟୁ ପ୍ରଦୂଷଣ ମଧ୍ୟ ହେଉଥିବା ଏସ୍‌ପିସିବି ରିପୋର୍ଟରେ ଦର୍ଶାଯାଇଥିଲା। ବର୍ଜ୍ୟଜଳ ନମୁନାକୁ ପରୀକ୍ଷା କରିବା ପରେ ଜଣାପଡିଥିଲା ଯେ, ଜଳରେ ଲୌହ ମାତ୍ରା ଅନୁମୋଦିତ ମାନକଠାରୁ ଯଥେଷ୍ଟ ଅଧିକ ରହିଥିଲା। ଅଭିଯୋଗକାରୀ ଦର୍ଶାଇଥିଲେ ଯେ, ବର୍ଜ୍ୟଜଳରେ ଲୌହମାତ୍ରା ନିର୍ଦ୍ଧାରିତ ମାନକଠାରୁ ଅଧିକ ଥିବା ସତ୍ତ୍ବେ ଏସ୍‌ପିସିବି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ନେଇ ବିଆର୍‌ପିଏଲ୍‌୍‌କୁ ଚଳାଇବାକୁ ଅନୁମତି ଦେଇଥିଲା। ଏହି ଅନୁମତି ସୁପ୍ରିମକୋର୍ଟଙ୍କ ୨୨ା୨ା୨୦୧୭ ନିର୍ଦ୍ଦେଶ (ପର୍ଯ୍ୟାବରଣ ସୁରକ୍ଷା ସମିତି ବନାମ ଭାରତ ସରକାର ମାମଲା)କୁ ଉଲ୍ଲଂଘନ କରୁଛି। ସମସ୍ତ ଶିଳ୍ପସଂସ୍ଥା ୨୨ା୫ା୨୦୧୭ ସୁଦ୍ଧା ଇଟିପି ଲଗାଇବା ସହ କେହି ବି ବର୍ଜ୍ୟଜଳ ବାହାରକୁ ଛାଡ଼ିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରି କି ଏହାକୁ ତଦାରଖ କରିବାକୁ ରାଜ୍ୟର ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ଆଦେଶକୁ ଯଦି କେହି ଉଲ୍ଲଂଘନ କରନ୍ତି, ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ମଧ୍ୟ ସୁପ୍ରିମକୋର୍ଟଙ୍କ ଆଦେଶରେ ରହିଥିଲା। ଏଭଳି କଡ଼ା ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କିପରି କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ବିଆର୍‌ପିଏଲ୍‌ କାରଖାନା ଚାଲିବାକୁ ଅନୁମତି ଦେଲା ତାହା ଆବେଦନକାରୀ ପିଟିଶନରେ ପ୍ରଶ୍ନ କରିଥିଲେ। ଏସ୍‌ପିସିବି ବିଆର୍‌ପିଏଲ୍‌ କାରଖାନା କର୍ତ୍ତୃପକ୍ଷଙ୍କ ହାତବାରିସି ସାଜି ଏଭଳି ବେଆଇନ ବର୍ଜ୍ୟଜଳ ବାହାରକୁ ଛାଡ଼ିବାକୁ ପ୍ରୋତ୍ସାହନ ଦେଉଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ମାମଲାକୁ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ସେଠାରୁ ରିପୋର୍ଟ ପାଇବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri