ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ

ଅନୁଗୋଳ ଅଫିସ, ୧୩ା୭ ବ୍ରାଣ୍ଡେଡ୍‌ ପୋଷାକକୁ ଏକ ଆଭିଜାତ୍ୟର ପରିଚୟ ଦିଆଗଲାଣି। ବ୍ୟକ୍ତିତ୍ୱ ଯେମିତି ହେଉ ନା କାହିଁକି, ଆଜିକାଲିର ଯୁବପିଢ଼ିଙ୍କ ଏହା ପ୍ରଥମ ପସନ୍ଦ ପାଲଟିଲାଣି। ସେମାନଙ୍କ ମଧ୍ୟରେ ବ୍ରାଣ୍ଡ ଏକ ଫ୍ୟାଶନ ହୋଇଗଲାଣି। ତେଣୁ ଯୁବତୀଯୁବକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବହୁ ନାମୀଦାମୀ କମ୍ପାନୀ ପୋଷାକ ବଜାରକୁ କବ୍‌ଜା କରିନେଲେଣି। ଉଚ୍ଚ ଦାମ୍‌ ସତ୍ତ୍ୱେ ଚାହିଦା ବଢ଼ୁଥିବାରୁ ଏଥିରୁ ଲାଭ ଉଠାଇବାକୁ କେତୋଟି ଶସ୍ତା କପଡ଼ା କମ୍ପାନୀ ଏଥିରେ ଜାଲିଆତି ଚଳାଇଛନ୍ତି। ସେମାନଙ୍କ ପୋଷାକରେ ବ୍ରାଣ୍ଡେଡ୍‌ କମ୍ପାନୀର ନାମ ଓ ଲୋଗୋ ବ୍ୟବହାର କରି ତାହାକୁ ବଜାରକୁ ପଠାଇ ପ୍ରବଳ ଅର୍ଥ ରୋଜଗାର କରୁଛନ୍ତି। କେତେଜଣ ଦୋକାନୀ ମଧ୍ୟ ନକଲିକୁ ଅସଲି କହି ବ୍ରାଣ୍ଡେଡ୍‌ କପଡ଼ା କିଣୁଥିବା ଗ୍ରାହକଙ୍କ ବିଶ୍ୱାସରେ ବିଷ ଭରିଦେଉଛନ୍ତି। ଏପରି ନକଲି ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ଅନୁଗୋଳ ବଜାରର ଜଣେ ପୋଷାକ ବ୍ୟବସାୟୀ ଗିରଫ ହେବା ପରେ ଏହା ଜିଲାବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ହୋଇଛି।
ଅନୁଗୋଳ ସହରରେ ଅନେକ ପୋଷାକ ଦୋକାନ ରହିଛି। ସେଥିରୁ କେତୋଟିରେ କେବଳ ବ୍ରାଣ୍ଡେଡ୍‌ ସାମଗ୍ରୀ ବିକ୍ରି ହେଉଥିବାବେଳେ କେତେଜଣ ବ୍ୟବସାୟୀ ନାମୀଦାମୀ କମ୍ପାନୀର ପୋଷାକ ସହ ଶସ୍ତା କପଡ଼ା ମଧ୍ୟ ବିକ୍ରି କରନ୍ତି। ହେଲେ ବିଭିନ୍ନ ବ୍ରାଣ୍ଡ୍‌ ନାମରେ ଗ୍ରାହକଙ୍କୁ ଯେ ଶସ୍ତା ତଥା ନକଲି ପୋଷାକ ବିକ୍ରି କରାଯାଉଛି, ଏହା ସେମାନଙ୍କ ବିଶ୍ୱାସ ବାହାରେ। ପୂର୍ବରୁ ଖାଉଟି ସାମଗ୍ରୀରେ ନକଲି କାରବାର ହେଉଥିଲା। ତେଲ, ଚିନି, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡଠାରୁ ଆରମ୍ଭ କରି ପିଲାଙ୍କ ପ୍ୟାକେଟ୍‌ ଖାଦ୍ୟରେ ଅନୁଗୋଳରେ ଅପମିଶ୍ରଣ ଧରାପଡ଼ିଥିଲା। ଏହାକୁ ନେଇ ଚଢ଼ାଉ, ଗିରଫଦାରି ହେଲା। କିନ୍ତୁ ଶସ୍ତା ପୋଷାକରେ ଦାମୀ କମ୍ପାନୀ ନାମ ବ୍ୟବହାର କରାଯାଇ ଗ୍ରାହକଙ୍କୁ ଆକଷର୍ର୍ିତ କରିବାକୁ ଅଫ୍‌ର ଦିଆଯାଉଥିବା ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି। ଏହା ଯୁବପିଢ଼ିଙ୍କୁ ଯେତିକି ବ୍ୟଥିତ କରିଛି, ବ୍ରାଣ୍ଡେଡ୍‌ ପୋଷାକ କମ୍ପାନୀ ଓ ଅନୁଗୋଳରେ ଥିବା ଡିଲରମାନଙ୍କୁ ସେତିକି କ୍ଷତିରେ ପକାଇଛି। ଏହି ଜାଲିଆତି ଯୋଗୁ ଡିଲରମାନଙ୍କ ନିକଟରେ ଦୀର୍ଘଦିନ ଧରି ମାଲ୍‌ ପଡ଼ିରହୁଛି। ପୋଷାକରେ ଏପରି ଜାଲିଆତି ଜାଣି ନ ପାରି ଠକାମିର ଶିକାର ହେଉଥିବା ଗ୍ରାହକଙ୍କ ନିକଟରେ ଓ ବଜାରରେ କମ୍ପାନୀର ନାମ ଖରାପ ହେଉଛି। ତେଣୁ ଅନୁଗୋଳ ପୋଲିସ ଏହାର ଜୋରଦାର ଖୋଳତାଡ଼ କରିବାକୁ ପୋଷାକ ଡିଲରମାନଙ୍କ ପକ୍ଷରୁ ଦାବି ହେଉଛି।
ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ
ନାମୀଦାମୀ କମ୍ପାନୀର ଷ୍ଟିକର ଲଗାଇ ନକଲି ପୋଷାକ ବିକ୍ରି ନେଇ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକ କମ୍ପାନୀର କ୍ୱାଲିଟି ମ୍ୟାନେଜର ଏପରି ଅଭିଯୋଗ କରିବା ପରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅନ୍ୟ କମ୍ପାନୀ ଅଧିକାରୀ ବା ଡିଲରମାନେ ବଜାର ଉପରେ ନଜର ରଖିବା ସହ ପୋଲିସକୁ ଖବର ଦିଅନ୍ତୁ।
-ଜଗମୋହନ ମୀନା, ଏସ୍‌ପି, ଅନୁଗୋଳ
ସାଧାରଣ ଲୋକେ ଜାଣିବା କଷ୍ଟକର
କେଉଁ ଦୋକାନୀ କମ୍ପାନୀର ଅସଲି ପୋଷାକ ବିକ୍ରି କରୁଛନ୍ତି ଓ କିଏ ନକଲିକୁ ଅସଲି କହି ଗ୍ରାହକଙ୍କୁ ଦେଉଛନ୍ତି, ତାହା ଜାଣିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର। ଅନେକ ସମୟରେ ଏ ନେଇ ଅଭିଯୋଗ କଲେ ପୋଲିସ ପକ୍ଷରୁ ସହଯୋଗ ମିଳି ନ ଥାଏ। କିନ୍ତୁ ଅନୁଗୋଳ ପୋଲିସ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ସାଧୁବାଦ୍‌।
-ଯୁଗଳ କିଶୋର ଆହୁଜା, କ୍ୱାଲିଟି କଣ୍ଟ୍ରୋଲ ମ୍ୟାନେଜର
ମାଲ୍‌ ଥାଇ ବିକ୍ରି ହୋଇପାରୁ ନାହିଁ
ବ୍ରାଣ୍ଡେଡ୍‌ କମ୍ପାନୀ ନାମ ଥାଇ ବଜାରରେ ନକଲି ପୋଷାକ ବିକ୍ରି କରାଯାଉଛି। କେତେଜଣ ଦୋକାନୀ ଏପରି ପୋଷାକକୁ ଅସଲି କହି କିଛି ଅର୍ଥ କମ୍‌ରେ ଦେଉଛନ୍ତି। ଫଳରେ ଲୋକେ ଠକାମିର ଶିକାର ହେଉଛନ୍ତି। ଏହାଦ୍ୱାରା ବ୍ରାଣ୍ଡେଡ୍‌ କମ୍ପାନୀ ଉପରୁ ଲୋକଙ୍କ ଭରସା ତୁଟୁଛି। ଡିଲରଙ୍କ ନିକଟରେ ମାଲ୍‌ ଗଦା ହୋଇଥିଲେ ବି ତାହା ବିକ୍ରି ହେଉନାହିଁ।
-ପୱନ କୁମାର ମାଣ୍ଡୋଠିଆ, କପଡ଼ା ବ୍ୟବସାୟୀ
କମ୍ପାନୀ ଉପରୁ ଭରସା ତୁଟୁଛି
ଅନୁଗୋଳ ବଜାରରେ ନକଲି ସାମଗ୍ରୀ ଭରିଗଲାଣି। ଅଧିକ ଅର୍ଥ ଦେଇ ଲୋକେ ବ୍ରାଣ୍ଡେଡ୍‌ କପଡ଼ା କିଣୁଥିବା ଭାବୁଥିଲେ ମଧ୍ୟ କିଛି ଦିନ ପରେ ତାହା ନଷ୍ଟ ହୋଇଯାଉଛି। ତେଣୁ କମ୍ପାନୀ ଉପରୁ ଗ୍ରାହକଙ୍କ ଭରସା ତୁଟିଯାଉଥିବା ବେଳେ ପ୍ରକୃତରେ ସେମାନେ ଅଧିକ ଅର୍ଥ ଦେଇ ନକଲି ପୋଷାକ କିଣିଥିବା ଜାଣିପାରୁ ନାହାନ୍ତି। ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇ ଦୋକାନ ଗୁଡ଼ିକରେ ଯାଞ୍ଚ ହେବା ଆବଶ୍ୟକ।
-ବରଦା ପ୍ରସନ୍ନ ଦାସ, ଗ୍ରାହକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ୧୦ମ ଶ୍ରେଣୀ ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମାର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬) ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

ଲଘୁଚାପ ଆଣିଲା ଆଶଙ୍କା: ପୁଣି ଭୟଙ୍କର ବର୍ଷା, ଏହି ୩ ଜିଲାକୁ ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ…

ଭୁବନେଶ୍ୱର,୩୦ା୮: ବଙ୍ଗୋପସାଗରରେ ସୃଷ୍ଟି ସକ୍ରିୟ ଲଘୁଚାପ ବଳୟ ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ବର୍ଷାର ତାଣ୍ଡବ। ଅବିଶ୍ରାନ୍ତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାର ସ୍ଥିତି ସମ୍ପୂର୍ଣ୍ଣ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri