ବିଷ ବଜାର

ଆମର ବିଭିନ୍ନ ସାମଗ୍ରୀର ବିକ୍ରି ଓ ଖରିଦ ପାଇଁ ବଜାର ବ୍ୟବସ୍ଥା ହୋଇଛି। ସକାଳ ହେଲେ ଆମେ ବଜାର ଯାଉ ନିଜର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଣିବା ପାଇଁ। ଆଉ କେତେଜଣ ଲୋକ ନିଜର ଉପତ୍ାଦିତ ଦ୍ରବ୍ୟ ବିକ୍ରିକରିବା ପାଇଁ ବଜାର ଯାଇଥାଆନ୍ତି। ବଜାରରେ ପନିପରିବାଠାରୁ ଆରମ୍ଭକରି ତେଜରାତି ଜିନିଷ ପର୍ଯ୍ୟନ୍ତ ସବୁ କିଛି ମିଳିଥାଏ। ରାତି ପାହିଲେ କିଛି ପନିପରିବା କିମ୍ବା ତେଜରାତି ଜିନିଷ ନ କିଣିଲେ ଘର ଚଳେନାହଁି। ନିଜେ ଚାଷକରି ପନିପରିବା ଉପତ୍ାଦନକଲା ଲୋକ ବହୁତ କମ୍‌। ଯେଉଁମାନେ ନିଜେ ପନିପରିବା ଉପତ୍ାଦନ କରିପାରୁଛନ୍ତି ସେମାନଙ୍କୁ ପରିବା ପାଇଁ ବଜାର ଯିବାକୁ ପଡ଼ି ନ ଥାଏ। ଆଗେ ମଫସଲର ଲୋକମାନେ ସହର ଯାଇ ନିଜର ଚାହିଦା ଅନୁସାରେ ଜିନିଷ ଆଣୁଥିଲେ। ଆଜିକାଲି ସବୁ ଗଁାରେ ତେଜରାତି ଦୋକାନ ,କପଡ଼ା ଦୋକାନ ,ପନିପରିବା ଦୋକାନ ହେଲାଣି। କେତେକ ଅଞ୍ଚଳରେ ସାପ୍ତାହିକ ହାଟ ବସୁଛି। ସେଠାରେ ବେଶି ପନିପରିବା ମିଳିଥାଏ।
ଆଜିକା ଦିନରେ ବଜାରରେ ମିଳୁଥିବା ସବୁ ଜିନିଷ ବିଷ ପାଲଟିଗଲାଣି। ଏହି ବିଷ ଜ୍ୱାଳାରେ ମଣିଷ ବର୍ତ୍ତମାନ ଆଉଟୁପାଉଟୁ ହେଉଛି। ପନିପରିବାରେ ଅତ୍ୟଧିକ କୀଟନାଶକ ପ୍ରୟୋଗ ହେଉଛି। ସେହି କୀଟନାଶକର ପ୍ରଭାବ ମଣିଷ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରୁଛି। ଅତ୍ୟଧିକ ରାସାୟନିକ ସାର ପ୍ରୟୋଗକରି ପନିପରିବା ଚାଷ କରାଯାଉଛି। ଏହା ମଧ୍ୟ ମଣିଷ ଶରୀରରେ ସ୍ଲୋ ପଏଜନ ଭଳି କାମ କରୁଛି। ଜୈବିକ ସାର ପ୍ରୟୋଗରେ ଯଦି ପନିପରିବା ଚାଷ କରାଯାଆନ୍ତା, ତା’ ହେଲେ ଏସବୁ ଅସୁବିଧା ହୁଅନ୍ତା ନାହଁି। କେବଳ ପନିପରିବା କାହଁିକି ଧାନ, ଗହମ, ମୁଗ, ବିରି ଇତ୍ୟାଦି ଫସଲରେ ମଧ୍ୟ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ହେଉଛି। ଏହାଫଳରେ ମଣିଷ ଶରୀରରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି। ଚାଷୀ ନିଜେ ମଧ୍ୟ ଏହି ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ହେଉଛି ା ଆଜିକାଲି ଚାଷୀମାନେ ଦେଶୀ ବିହନ ଚାଷ କରୁନାହାନ୍ତି। କାରଣ ଏହା କମ୍‌ ଅମଳ ଦେଇଥାଏ। କିନ୍ତୁ ଏହି ଦେଶୀ ବିହନରେ ଅଧିକ ସାର କିମ୍ବା କୀଟନାଶକ ଦରକାର ହୋଇ ନ ଥାଏ। କେବଳ ଜୈବିକ ସାର ପ୍ରୟୋଗରେ ଏହା ଉପତ୍ନ୍ନ ହୋଇଥାଏ। ଏହା ଶରୀର ପାଇଁ ବହୁ ଲାଭଦାୟକ। ବର୍ତ୍ତମାନର ଯୁଗ ହେଲା ହାଇବ୍ରିଡ୍‌ର ଯୁଗ। ହାଇବ୍ରିଡ୍‌ ବିହନ ଚାଷକଲେ ଅଧିକ ଅମଳ ହୋଇଥାଏ। ତେଣୁ ସବୁ ଚାଷୀ ହାଇବ୍ରିଡ୍‌ ମୁହଁା ହୋଇଛନ୍ତି।
ଫଳ ବଜାରରେ ଦେଖାଯାଏ ଫଳଗୁଡିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗ ଦିଆଯାଉଛି। କଦଳୀ ପାଚିବା ପାଇଁ କେମିକାଲ ଦିଆଯାଉଛି। କଦଳୀ ପାକଳ ହୋଇ ନ ଥିବ ,କିନ୍ତୁ କେମିକାଲ ଦେଇ ସେଗୁଡିକୁ ପଚାଇ ଦିଆଯାଏ। ଫଳକୁ ସତେଜ ରଖିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର କେମିକାଲ ବ୍ୟବହାର କରାଯାଉଛି। ଆମ୍ବକୁ ମଧ୍ୟ କେମିକାଲ ଦେଇ ପଚାଯାଏ। ଏସବୁ ଫଳ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ ା ଏହା ମଣିଷ ଶରୀରରେ ସ୍ଲୋ ପଏଜନ ହିସାବରେ କାମକରେ।
ମାଛମାଂସ କଥା ଯଦି ଦେଖିବା ସେଇ ସମାନ ଅବସ୍ଥା। ମାଛରେ ଫର୍ମାଲିନ୍‌ର ପ୍ରୟୋଗ କରି ସତେଜ ରଖାଯାଉଛି। ଯେଉଁ ଫର୍ମାଲିନ୍‌କୁ ଶବ ସଂରକ୍ଷଣରେ ବ୍ୟବହାର କରାଯାଏ ସେହି ଫର୍ମାଲିନ୍‌ ଆମେ ଖାଉଥିବା ମାଛରେ ବ୍ୟବହାର କରାଯାଉଛି। ନଦୀ କିମ୍ବା ପୋଖରୀର ସତେଜ ମାଛ ଆଉ ଖାଇବାକୁ ମିଳୁନାହଁି ା
ଯଦି ବି କେତେବେଳେ ନଦୀ କିମ୍ବା ପୋଖରୀର ସତେଜ ମାଛ ମିଳୁଛି ,ତାହା ବ୍ୟବସାୟୀମାନେ ନେଇଯାଇ ତାକୁ ବରଫରେ ରଖି କିମ୍ବା ଫର୍ମାଲିନ୍‌ ପ୍ରୟୋଗକରି ଅନେକ ଦିନ ଧରି ବିକ୍ରି କରୁଛନ୍ତି। ବଡ଼ ବଡ଼ ନଦୀରେ ଡିନାମାଇଟ୍‌ ବ୍ୟବହାରକରି ମାଛ ମରାଯାଉଛି। ସେହି ମଲାମାଛକୁ ବିକ୍ରି କରାଯାଏ। ସେହିପରି ଚିକେନ୍‌ ଓ ମଟନ କଥା ଯଦି ଦେଖିବା, ତାହା ମଧ୍ୟ କୃତ୍ରିମ ପଦ୍ଧତିରେ ପ୍ରସ୍ତୁତ କରାଯାଉଛି। ଚିକେନ୍‌ଗୁଡିକୁ ଇଞ୍ଜେକସନ ମାଧ୍ୟମରେ ପ୍ରସ୍ତୁତ କରାଯାଉଛି ା ମଟନ ମଧ୍ୟ ସେହିଭଳି ହାଇବ୍ରିଡ୍‌ ଛେଳି ପାଳନକରି କମ୍‌ ଦିନ ମଧ୍ୟରେ ବହୁ ପରିମାଣରେ ମାଂସ ମିଳିପାରୁଛି ା ଏଗୁଡିକ କୃତ୍ରିମ ଉପାୟରେ ଚାଷ କରାଯାଉଥିବାରୁ ଏଗୁଡିକର ମାନ ଭଲ ନ ଥାଏ ା ଆଗରୁ ଯେଉଁ ଦେଶୀ ଖାସି ମାଂସ କିମ୍ବା ଦେଶୀ ଚିକେନ ମିଳୁଥିଲା, ତାହା ଆଉ ବେଶି ମିଳୁନାହଁି ା କ୍ୱଚିତ ମିଳୁଛି ା
ଏବେ ଯିବା ତେଜରାତି ଜିନିଷ ମିଳୁଥିବା ବଜାରକୁ ା
ପ୍ରାୟ ସବୁ ତେଜରାତି ଜିନିଷ ବର୍ତ୍ତମାନ ଅପମିଶ୍ରଣ ହେଉଛି ା ଖାଇବା ତେଲ, ଅଟା, ସୁଜି, ମଇଦା, ଚିନି ଇତ୍ୟାଦି ଜିନିଷ ଆଉ ଭଲ ମିଳୁନାହଁି ା ଆଗରୁ ୧ ଚାମଚ ଚା’ ପତି ପକାଇଲେ ହାରାହାରି ୨କପ ଚା’ ତିଆରି ହୋଇପାରୁଥିଲା ା କିନ୍ତୁ ବର୍ତ୍ତମାନର କପେ ଚା’ ପାଇଁ ୨ଚାମଚ ଚା’ପତି ଦରକାର ପଡୁଛି ା
ତେଲର କୌଣସି ବାସନା ରହୁନାହଁି ା ସୋରିଷ ତେଲକୁ ମୁଢ଼ିରେ ଗୋଳାଇ ଦେଲେ କେତେ ସୁନ୍ଦର ବାସନା ହେଉଥିଲା ଏବଂ ସେହି ବାସନାରେ ଖାଦ୍ୟ ରୁଚିକର ହେଉଥଲା ା କେତେ ରକମର ଅଟା ବଜାରରେ ମିଳୁଛି ା
କିନ୍ତୁ କୌଣସି ଅଟା ବିଶୁଦ୍ଧ ଜଣାପଡୁନାହଁି ା
ଅନେକ କମ୍ପାନୀ ପ୍ରତିଯୋଗିତାମୂଳକ ଭାବରେ ନିଜ ନିଜ ପ୍ରଚାର ମାଧ୍ୟମରେ ନିଜର ସାମଗ୍ରୀ କିପରି ଅଧିକ ବିକ୍ରିହେବ ସେହି ଚେଷ୍ଟାରେ ଲାଗିପଡ଼ିଛନ୍ତି ା ଜିନିଷର ମାନକୁ କେହି ଦେଖୁ ନାହାନ୍ତି ା ନିଜର ଲାଭକୁ ସମସ୍ତେ ଦେଖୁଛନ୍ତି ା ଖାଉଟିମାନେ ମଧ୍ୟ ଜିନିଷର ମାନକୁ ପରୀକ୍ଷା ନ କରି ଶସ୍ତାରେ ମିଳୁଥିବା ଜିନିଷ ନେଇଆସନ୍ତି ା ବେଳେ ବେଳେ ଖାଉଟି ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି ା
ଔଷଧ କଥା ନ କହିବା ଭଲ। ଔଷଧଗୁଡିକ ମଧ୍ୟ ଆଗ ଭଳି କାମ କରୁନାହଁି। ଆଗରୁ ୪ ଏମ୍‌ଜି ପାରାସିଟାମଲ ଖାଇଲେ ଜ୍ୱର ଛାଡୁଥିଲା, ଏବେ କିନ୍ତୁ ୬ ଏମ୍‌ଜି ଖାଇଲେ ମଧ୍ୟ ଜର ଛାଡୁନାହଁି ା ଯେଉଁ ରୋଗ ଦିନେ ଦୁଇ ଦିନରେ ଭଲ ହେବା କଥା ତାହା ୫ର୬ ଦିନ ଲାଗୁଛି ା ସାଧାରଣ ଭାଇରାଲ ଜର ହେଲେ ୧୦ ଦିନ ପର୍ଯ୍ୟନ୍ତ ଛାଡୁ ନାହଁି। ଅବଶ୍ୟ ଦିନକୁ ଦିନ ମଣିଷ ଶରୀରର ରେଜିଷ୍ଟାନ୍ସ ମଧ୍ୟ ବଢ଼ିଯାଉଛି। ହେଲେ ମଧ୍ୟ ଔଷଧର ଅନେକ କମ୍ପାନୀ ନିମ୍ନମାନର ଔଷଧ ବଜାରକୁ ଛାଡୁଛନ୍ତି ା
ଏହିଭଳି ଭାବରେ ଯଦି ଦେଖିବା ବର୍ତ୍ତମାନ ବଜାର ସାରା ବିଷମୟ ହୋଇଗଲାଣି ା ଅନେକ କମ୍ପାନୀ ନିଜର ସ୍ବାର୍ଥ ସାଧନ ପାଇଁ ମଣିଷ ଜୀବନ ସହ ଖେଳୁଛନ୍ତି ା ତେଣୁ ଜିନିଷ ଖରିଦ କଲା ବେଳେ ବୁଝିବିଚାରି କିଣିବା ଉଚିତ ା ବିଷ ବଜାରରୁ ଅମୃତ ମିଳିବା ଅସମ୍ଭବ ହେଲେ ମଧ୍ୟ ପରିମାଣ ତ କମାଇହେବ ା

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ:୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ…

ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri