ବିଷ ବଜାର

ଆମର ବିଭିନ୍ନ ସାମଗ୍ରୀର ବିକ୍ରି ଓ ଖରିଦ ପାଇଁ ବଜାର ବ୍ୟବସ୍ଥା ହୋଇଛି। ସକାଳ ହେଲେ ଆମେ ବଜାର ଯାଉ ନିଜର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଣିବା ପାଇଁ। ଆଉ କେତେଜଣ ଲୋକ ନିଜର ଉପତ୍ାଦିତ ଦ୍ରବ୍ୟ ବିକ୍ରିକରିବା ପାଇଁ ବଜାର ଯାଇଥାଆନ୍ତି। ବଜାରରେ ପନିପରିବାଠାରୁ ଆରମ୍ଭକରି ତେଜରାତି ଜିନିଷ ପର୍ଯ୍ୟନ୍ତ ସବୁ କିଛି ମିଳିଥାଏ। ରାତି ପାହିଲେ କିଛି ପନିପରିବା କିମ୍ବା ତେଜରାତି ଜିନିଷ ନ କିଣିଲେ ଘର ଚଳେନାହଁି। ନିଜେ ଚାଷକରି ପନିପରିବା ଉପତ୍ାଦନକଲା ଲୋକ ବହୁତ କମ୍‌। ଯେଉଁମାନେ ନିଜେ ପନିପରିବା ଉପତ୍ାଦନ କରିପାରୁଛନ୍ତି ସେମାନଙ୍କୁ ପରିବା ପାଇଁ ବଜାର ଯିବାକୁ ପଡ଼ି ନ ଥାଏ। ଆଗେ ମଫସଲର ଲୋକମାନେ ସହର ଯାଇ ନିଜର ଚାହିଦା ଅନୁସାରେ ଜିନିଷ ଆଣୁଥିଲେ। ଆଜିକାଲି ସବୁ ଗଁାରେ ତେଜରାତି ଦୋକାନ ,କପଡ଼ା ଦୋକାନ ,ପନିପରିବା ଦୋକାନ ହେଲାଣି। କେତେକ ଅଞ୍ଚଳରେ ସାପ୍ତାହିକ ହାଟ ବସୁଛି। ସେଠାରେ ବେଶି ପନିପରିବା ମିଳିଥାଏ।
ଆଜିକା ଦିନରେ ବଜାରରେ ମିଳୁଥିବା ସବୁ ଜିନିଷ ବିଷ ପାଲଟିଗଲାଣି। ଏହି ବିଷ ଜ୍ୱାଳାରେ ମଣିଷ ବର୍ତ୍ତମାନ ଆଉଟୁପାଉଟୁ ହେଉଛି। ପନିପରିବାରେ ଅତ୍ୟଧିକ କୀଟନାଶକ ପ୍ରୟୋଗ ହେଉଛି। ସେହି କୀଟନାଶକର ପ୍ରଭାବ ମଣିଷ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରୁଛି। ଅତ୍ୟଧିକ ରାସାୟନିକ ସାର ପ୍ରୟୋଗକରି ପନିପରିବା ଚାଷ କରାଯାଉଛି। ଏହା ମଧ୍ୟ ମଣିଷ ଶରୀରରେ ସ୍ଲୋ ପଏଜନ ଭଳି କାମ କରୁଛି। ଜୈବିକ ସାର ପ୍ରୟୋଗରେ ଯଦି ପନିପରିବା ଚାଷ କରାଯାଆନ୍ତା, ତା’ ହେଲେ ଏସବୁ ଅସୁବିଧା ହୁଅନ୍ତା ନାହଁି। କେବଳ ପନିପରିବା କାହଁିକି ଧାନ, ଗହମ, ମୁଗ, ବିରି ଇତ୍ୟାଦି ଫସଲରେ ମଧ୍ୟ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ହେଉଛି। ଏହାଫଳରେ ମଣିଷ ଶରୀରରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଛି। ଚାଷୀ ନିଜେ ମଧ୍ୟ ଏହି ପାର୍ଶ୍ୱ ପ୍ରତିକ୍ରିୟାର ଶିକାର ହେଉଛି ା ଆଜିକାଲି ଚାଷୀମାନେ ଦେଶୀ ବିହନ ଚାଷ କରୁନାହାନ୍ତି। କାରଣ ଏହା କମ୍‌ ଅମଳ ଦେଇଥାଏ। କିନ୍ତୁ ଏହି ଦେଶୀ ବିହନରେ ଅଧିକ ସାର କିମ୍ବା କୀଟନାଶକ ଦରକାର ହୋଇ ନ ଥାଏ। କେବଳ ଜୈବିକ ସାର ପ୍ରୟୋଗରେ ଏହା ଉପତ୍ନ୍ନ ହୋଇଥାଏ। ଏହା ଶରୀର ପାଇଁ ବହୁ ଲାଭଦାୟକ। ବର୍ତ୍ତମାନର ଯୁଗ ହେଲା ହାଇବ୍ରିଡ୍‌ର ଯୁଗ। ହାଇବ୍ରିଡ୍‌ ବିହନ ଚାଷକଲେ ଅଧିକ ଅମଳ ହୋଇଥାଏ। ତେଣୁ ସବୁ ଚାଷୀ ହାଇବ୍ରିଡ୍‌ ମୁହଁା ହୋଇଛନ୍ତି।
ଫଳ ବଜାରରେ ଦେଖାଯାଏ ଫଳଗୁଡିକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ରଙ୍ଗ ଦିଆଯାଉଛି। କଦଳୀ ପାଚିବା ପାଇଁ କେମିକାଲ ଦିଆଯାଉଛି। କଦଳୀ ପାକଳ ହୋଇ ନ ଥିବ ,କିନ୍ତୁ କେମିକାଲ ଦେଇ ସେଗୁଡିକୁ ପଚାଇ ଦିଆଯାଏ। ଫଳକୁ ସତେଜ ରଖିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର କେମିକାଲ ବ୍ୟବହାର କରାଯାଉଛି। ଆମ୍ବକୁ ମଧ୍ୟ କେମିକାଲ ଦେଇ ପଚାଯାଏ। ଏସବୁ ଫଳ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ ା ଏହା ମଣିଷ ଶରୀରରେ ସ୍ଲୋ ପଏଜନ ହିସାବରେ କାମକରେ।
ମାଛମାଂସ କଥା ଯଦି ଦେଖିବା ସେଇ ସମାନ ଅବସ୍ଥା। ମାଛରେ ଫର୍ମାଲିନ୍‌ର ପ୍ରୟୋଗ କରି ସତେଜ ରଖାଯାଉଛି। ଯେଉଁ ଫର୍ମାଲିନ୍‌କୁ ଶବ ସଂରକ୍ଷଣରେ ବ୍ୟବହାର କରାଯାଏ ସେହି ଫର୍ମାଲିନ୍‌ ଆମେ ଖାଉଥିବା ମାଛରେ ବ୍ୟବହାର କରାଯାଉଛି। ନଦୀ କିମ୍ବା ପୋଖରୀର ସତେଜ ମାଛ ଆଉ ଖାଇବାକୁ ମିଳୁନାହଁି ା
ଯଦି ବି କେତେବେଳେ ନଦୀ କିମ୍ବା ପୋଖରୀର ସତେଜ ମାଛ ମିଳୁଛି ,ତାହା ବ୍ୟବସାୟୀମାନେ ନେଇଯାଇ ତାକୁ ବରଫରେ ରଖି କିମ୍ବା ଫର୍ମାଲିନ୍‌ ପ୍ରୟୋଗକରି ଅନେକ ଦିନ ଧରି ବିକ୍ରି କରୁଛନ୍ତି। ବଡ଼ ବଡ଼ ନଦୀରେ ଡିନାମାଇଟ୍‌ ବ୍ୟବହାରକରି ମାଛ ମରାଯାଉଛି। ସେହି ମଲାମାଛକୁ ବିକ୍ରି କରାଯାଏ। ସେହିପରି ଚିକେନ୍‌ ଓ ମଟନ କଥା ଯଦି ଦେଖିବା, ତାହା ମଧ୍ୟ କୃତ୍ରିମ ପଦ୍ଧତିରେ ପ୍ରସ୍ତୁତ କରାଯାଉଛି। ଚିକେନ୍‌ଗୁଡିକୁ ଇଞ୍ଜେକସନ ମାଧ୍ୟମରେ ପ୍ରସ୍ତୁତ କରାଯାଉଛି ା ମଟନ ମଧ୍ୟ ସେହିଭଳି ହାଇବ୍ରିଡ୍‌ ଛେଳି ପାଳନକରି କମ୍‌ ଦିନ ମଧ୍ୟରେ ବହୁ ପରିମାଣରେ ମାଂସ ମିଳିପାରୁଛି ା ଏଗୁଡିକ କୃତ୍ରିମ ଉପାୟରେ ଚାଷ କରାଯାଉଥିବାରୁ ଏଗୁଡିକର ମାନ ଭଲ ନ ଥାଏ ା ଆଗରୁ ଯେଉଁ ଦେଶୀ ଖାସି ମାଂସ କିମ୍ବା ଦେଶୀ ଚିକେନ ମିଳୁଥିଲା, ତାହା ଆଉ ବେଶି ମିଳୁନାହଁି ା କ୍ୱଚିତ ମିଳୁଛି ା
ଏବେ ଯିବା ତେଜରାତି ଜିନିଷ ମିଳୁଥିବା ବଜାରକୁ ା
ପ୍ରାୟ ସବୁ ତେଜରାତି ଜିନିଷ ବର୍ତ୍ତମାନ ଅପମିଶ୍ରଣ ହେଉଛି ା ଖାଇବା ତେଲ, ଅଟା, ସୁଜି, ମଇଦା, ଚିନି ଇତ୍ୟାଦି ଜିନିଷ ଆଉ ଭଲ ମିଳୁନାହଁି ା ଆଗରୁ ୧ ଚାମଚ ଚା’ ପତି ପକାଇଲେ ହାରାହାରି ୨କପ ଚା’ ତିଆରି ହୋଇପାରୁଥିଲା ା କିନ୍ତୁ ବର୍ତ୍ତମାନର କପେ ଚା’ ପାଇଁ ୨ଚାମଚ ଚା’ପତି ଦରକାର ପଡୁଛି ା
ତେଲର କୌଣସି ବାସନା ରହୁନାହଁି ା ସୋରିଷ ତେଲକୁ ମୁଢ଼ିରେ ଗୋଳାଇ ଦେଲେ କେତେ ସୁନ୍ଦର ବାସନା ହେଉଥିଲା ଏବଂ ସେହି ବାସନାରେ ଖାଦ୍ୟ ରୁଚିକର ହେଉଥଲା ା କେତେ ରକମର ଅଟା ବଜାରରେ ମିଳୁଛି ା
କିନ୍ତୁ କୌଣସି ଅଟା ବିଶୁଦ୍ଧ ଜଣାପଡୁନାହଁି ା
ଅନେକ କମ୍ପାନୀ ପ୍ରତିଯୋଗିତାମୂଳକ ଭାବରେ ନିଜ ନିଜ ପ୍ରଚାର ମାଧ୍ୟମରେ ନିଜର ସାମଗ୍ରୀ କିପରି ଅଧିକ ବିକ୍ରିହେବ ସେହି ଚେଷ୍ଟାରେ ଲାଗିପଡ଼ିଛନ୍ତି ା ଜିନିଷର ମାନକୁ କେହି ଦେଖୁ ନାହାନ୍ତି ା ନିଜର ଲାଭକୁ ସମସ୍ତେ ଦେଖୁଛନ୍ତି ା ଖାଉଟିମାନେ ମଧ୍ୟ ଜିନିଷର ମାନକୁ ପରୀକ୍ଷା ନ କରି ଶସ୍ତାରେ ମିଳୁଥିବା ଜିନିଷ ନେଇଆସନ୍ତି ା ବେଳେ ବେଳେ ଖାଉଟି ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି ା
ଔଷଧ କଥା ନ କହିବା ଭଲ। ଔଷଧଗୁଡିକ ମଧ୍ୟ ଆଗ ଭଳି କାମ କରୁନାହଁି। ଆଗରୁ ୪ ଏମ୍‌ଜି ପାରାସିଟାମଲ ଖାଇଲେ ଜ୍ୱର ଛାଡୁଥିଲା, ଏବେ କିନ୍ତୁ ୬ ଏମ୍‌ଜି ଖାଇଲେ ମଧ୍ୟ ଜର ଛାଡୁନାହଁି ା ଯେଉଁ ରୋଗ ଦିନେ ଦୁଇ ଦିନରେ ଭଲ ହେବା କଥା ତାହା ୫ର୬ ଦିନ ଲାଗୁଛି ା ସାଧାରଣ ଭାଇରାଲ ଜର ହେଲେ ୧୦ ଦିନ ପର୍ଯ୍ୟନ୍ତ ଛାଡୁ ନାହଁି। ଅବଶ୍ୟ ଦିନକୁ ଦିନ ମଣିଷ ଶରୀରର ରେଜିଷ୍ଟାନ୍ସ ମଧ୍ୟ ବଢ଼ିଯାଉଛି। ହେଲେ ମଧ୍ୟ ଔଷଧର ଅନେକ କମ୍ପାନୀ ନିମ୍ନମାନର ଔଷଧ ବଜାରକୁ ଛାଡୁଛନ୍ତି ା
ଏହିଭଳି ଭାବରେ ଯଦି ଦେଖିବା ବର୍ତ୍ତମାନ ବଜାର ସାରା ବିଷମୟ ହୋଇଗଲାଣି ା ଅନେକ କମ୍ପାନୀ ନିଜର ସ୍ବାର୍ଥ ସାଧନ ପାଇଁ ମଣିଷ ଜୀବନ ସହ ଖେଳୁଛନ୍ତି ା ତେଣୁ ଜିନିଷ ଖରିଦ କଲା ବେଳେ ବୁଝିବିଚାରି କିଣିବା ଉଚିତ ା ବିଷ ବଜାରରୁ ଅମୃତ ମିଳିବା ଅସମ୍ଭବ ହେଲେ ମଧ୍ୟ ପରିମାଣ ତ କମାଇହେବ ା

ସତ୍ୟନାରାୟଣ ଦେହୁରୀ
ରାଧାନଗର, ବୌଦ୍ଧ
ମୋ:୯୯୩୮୭୫୮୩୫୩


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri