କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ ଏବେ କେବଳ ଏକ ଦନ୍ତହୀନ ସଙ୍ଗଠନ ଭାବେ ରହିଛି। ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ଦୀର୍ଘ ବର୍ଷ ଧରି ଚାଲିଥିଲେ ମଧ୍ୟ ତାହାର ସମାଧାନର ସୂତ୍ର ବାହାରି ପାରୁନାହିଁ। ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବା ପରେ ଗାଜା ଶାନ୍ତି ପ୍ରସ୍ତାବ ମାଧ୍ୟମରେ ଇସ୍ରାଏଲ-ହମାସ ସଂଘର୍ଷକୁ ବନ୍ଦ କରିଦେବା ଉପରେ ଗୁରୁତ୍ୱ ଦେଇଛନ୍ତି। ଗାଜାର ପୁନରୁଦ୍ଧାର ଓ ବିକାଶ ଲାଗି ଟ୍ରମ୍ପ୍‌ଙ୍କ ଦ୍ୱାରା ‘ବୋର୍ଡ ଅଫ୍‌ ପିସ୍‌’ ନାମକ ସଙ୍ଗଠନର ପରିକଳ୍ପନା କରାଯାଇଥିଲା। ବିଶ୍ୱରେ ଯୁଦ୍ଧର ପରିସର ବୃଦ୍ଧି ପାଉଥିବା ଲକ୍ଷ୍ୟ କରିବା ପରେ ଟ୍ରମ୍ପ୍‌ ଏହାକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଜାତିସଂଘର ବିକଳ୍ପ ଭାବେ ଏହା ଉଭା ହେବା ଓ ସେଥିପ୍ରତି ଅନ୍ୟ ଦେଶଗୁଡ଼ିକର ସମର୍ଥନ ମିଳିବା ଭୂରାଜନୈତିକ ସ୍ଥିତିରେ ନୂଆ ସମୀକରଣ ଆଣିବ ବୋଲି କୁହାଗଲାଣି। ଟ୍ରମ୍ପ୍‌ ଏହି ଶାନ୍ତି ବୋର୍ଡରେ ଆଜୀବନ ସଦସ୍ୟ ରହିଛନ୍ତି। କହିବାକୁ ଗଲେ ଏହା କର୍ପୋରେଟ୍‌ ଶୈଳୀରେ ଗଢ଼ାଯାଇଥିବା ଏକ ସଙ୍ଗଠନ। ଏଥିରେ ସ୍ଥାୟୀ ସଦସ୍ୟ ହେବା ପାଇଁ ୧ ବିଲିୟନ ଆମେରିକୀୟ ଡଲାର ଦେବାର ବ୍ୟବସ୍ଥା କରାଯାଇଛି। ଜାତିସଂଘ ଢାଞ୍ଚାରେ ଅସ୍ଥାୟୀ ସଦସ୍ୟ ରହିବା ଓ ତାହାର ଅବଧି ୩ ବର୍ଷ ରଖାଯାଇଛି। ଶାନ୍ତି ବୋର୍ଡରେ ସାମିଲ ହେବା ପାଇଁ ଟ୍ରମ୍ପ୍‌ ତାଙ୍କ ତରଫରୁ ସ୍ବତନ୍ତ୍ର ଭାବେ ଭାରତକୁ ନିମନ୍ତ୍ରଣ କରିଥିଲେ। ଦୀର୍ଘଦିନ ବିତିଯିବା ପରେ ମଧ୍ୟ ଭାରତ ମିଶିବ କି ନାହିଁ ସେନେଇ ନିଷ୍ପତ୍ତି ନେବାରେ ଅସଫଳ ହେଲା। ଏହାପରେ ଟ୍ରମ୍ପ୍‌ ତାଙ୍କ ତରଫରୁ ପାକିସ୍ତାନ ଓ ଅନ୍ୟ କେତେକ ଦେଶକୁ ନିମନ୍ତ୍ରଣ ପଠାଇଲେ, ଯାହାକୁ ଇସ୍ରାଏଲ ସମେତ ଅନ୍ୟସବୁ ଦେଶ ଅତି ଆଗ୍ରହର ସହିତ ସ୍ବୀକାର କରିଛନ୍ତି। ଏଥିରେ ରୁଷିଆ ଓ ଚାଇନା ଏପର୍ଯ୍ୟନ୍ତ ଯୋଗ ଦେଇନାହାନ୍ତି। ସେହିପରି ନରଓ୍ବେ, ସୁଇଡେନ୍‌, ଡେନ୍‌ମାର୍କ, ଇଟାଲି ସେଥିରେ ଯୋଗଦେବାକୁ ମନା କରିଦେଇଥିବା ବେଳେ ବ୍ରିଟେନ, ଜର୍ମାନୀ ଓ ଜାପାନ ସେମାନଙ୍କ ମତ ଦେଇନାହାନ୍ତି।
ଭାରତ ଦୃଷ୍ଟିକୋଣରୁ ବିଚାର କଲେ ‘ବୋର୍ଡ ଅଫ୍‌ ପିସ୍‌’ରେ ଯୋଗଦେବାକୁ ନିମନ୍ତ୍ରଣ ମିଳିଥିଲେ ମଧ୍ୟ ନୂଆଦିଲ୍ଲୀ କୌଣସି ଉତ୍ତର ନ ଦେବା ତା’ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଏମିତି ଦେଖିଲେ ଭାରତ ତା’ର ସବୁ ପଡ଼ୋଶୀ ଦେଶ ସହ ଅପଡ଼ରେ ରହିଛି। ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ ଭାରତର ଅର୍ଥନୀତିକୁ ଦୁର୍ବଳ କଲାଣି। ଭାରତର ଅସ୍ଥିର ଅର୍ଥନୀତିକୁ ଦେଖି ଅନେକ ବିଦେଶୀ ନିବେଶକ ଅର୍ଥ ଉଠାଣ କରି ନେଉଥିବାରୁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ ହୋଇଚାଲିଛି। ଏଭଳି ସନ୍ଧିକ୍ଷଣରେ ବୋର୍ଡ ଅଫ୍‌ ପିସ୍‌ରେ ଯୋଗଦେବା ଲାଗି ଟ୍ରମ୍ପ୍‌ଙ୍କ ନିମନ୍ତ୍ରଣ ଉପରେ ଭାରତ ‘ହଁ’ ହେଉ ବା ‘ନା’ କିଛି ବି ନ କହିବା ଏବେ ଆଲୋଚନାର ବିଷୟ ପାଲଟିଛି। ଭାରତର କେତେକ ମହଲ ଗୁଜବ ଉଠାଉଛନ୍ତି ଯେ, ‘ବୋର୍ଡ ଅଫ୍‌ ପିସ୍‌’ରେ ସାମିଲ ହେବା ମାତ୍ରକେ ‘କଶ୍ମୀର’ ପ୍ରସଙ୍ଗ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାକୁ ଆସିବା ଥୟ। ଏଣୁ ଭାରତ ସରକାର କୌଣସି ବାଟ ପାଉ ନ ଥିବା ଭଳି ମନେହେଉଛି। ଏହାକୁ ଇଂଲିଶରେ ଫେନ୍ସ-ସିଟର ବା ଦୋଦୁଲ୍ୟମାନ ଚିନ୍ତାଧାରା ବୋଲି କୁହାଯାଏ। ସବୁବେଳେ ଏହିଭଳି ନିର୍ଣ୍ଣୟ ନେବାରେ ଅସଫଳତା ଅନ୍ତର୍ଜାତୀୟ ସ୍ତରରେ କ୍ଷତି ଘଟାଇଥାଏ। ବିପଦ ଆସିଲେ କୌଣସି ଦିଗରୁ ସମର୍ଥନ ହାସଲ କରିବା କଷ୍ଟକର। ଖବର ଆସିଛି ଯେ, ଟ୍ରମ୍ପ୍‌ଙ୍କ ଟାରିଫ୍‌ କ୍ରୋଧକୁ ପ୍ରଶମିତ କରିବା ପାଇଁ ରୁଷିଆରୁ କିଣୁଥିବା ତୈଳ ପରିମାଣକୁ ଭାରତ ଏବେ ବିପୁଳ ମାତ୍ରାରେ ହ୍ରାସ କରିଦେଇଛି। ଅର୍ଥାତ୍‌ ରୁଷିଆ ମଧ୍ୟ ଭବିଷ୍ୟତରେ ଭାରତକୁ ସମର୍ଥନ କରିବ ବୋଲି କହିହେବ ନାହିଁ। ‘ବୋର୍ଡ ଅଫ୍‌ ପିସ୍‌’ରେ ଭାରତ ନିଜକୁ ସାମିଲ ନ କଲେ ମଧ୍ୟ ପାକିସ୍ତାନ ତାହା ନିଜ ତରଫରୁ ‘କଶ୍ମୀର’ ପ୍ରସଙ୍ଗକୁ ନିଶ୍ଚୟ ଉଠାଇବ। ଏଠାରେ ମନେପଡ଼େ ଅର୍ଗାନାଇଜେଶନ ଅଫ୍‌ ଇସ୍‌ଲାମିକ୍‌ କୋଅପରେଶନରେ ଜମ୍ମୁ ଓ କଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଆସୁଛି। ତେଣୁ କୌଣସି ସଙ୍ଗଠନରେ ସଦସ୍ୟ ନ ହେଲେ ଯେ କଶ୍ମୀର ପ୍ରସଙ୍ଗ ଉଠିବ ନାହିଁ ଭାବିବା ଭୁଲ୍‌। ଅନ୍ୟପକ୍ଷରେ ସଙ୍ଗଠନ ଭିତରେ ରହି ନିଜର ଯୁକ୍ତି ଉପସ୍ଥାପନ କରିବା ସହଜ ହୋଇଥାଏ।
କୁହାଯାଉଛି ଟ୍ରମ୍ପ୍‌ ‘ବୋର୍ଡ ଅଫ୍‌ ପିସ୍‌’ର ଅଧ୍ୟକ୍ଷ ହୋଇଥିବାରୁ ସେ ମନଇଚ୍ଛା ନିଷ୍ପତ୍ତି ନେଇପାରନ୍ତି। ସେଠାରେ ଅନ୍ୟ ସଦସ୍ୟ ରାଷ୍ଟ୍ରଗୁଡ଼ିକ କେବଳ ରବର ଷ୍ଟାମ୍‌ ହେବେ। ଏହି କଥାରୁ ଖିଅଟାଣି ଆଲୋଚନା କଲେ ଜାତିସଂଘର ୫ ସ୍ଥାୟୀ ସଦସ୍ୟଙ୍କ ଭିଟୋ ଆଗରେ ଭାରତର ଅନେକ ଦାବି ନିଷ୍ପ୍ରଭ ହୋଇଯାଉଛି। ଏଭଳି ସ୍ଥିତିରେ ଭାରତ ନୀରବ ଦର୍ଶକ ସାଜିଲେ ତା’ର ସ୍ଥାନ କେଉଁଠି ରହିଯିବ ଜଣାପଡ଼ିବ ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାଲି ୨ ଟ୍ରେନ୍‌ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?