ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ ନିର୍ବିଶେଷରେ ତା’ ସପକ୍ଷରେ ନାନାଦି ଯୁକ୍ତି ଉପସ୍ଥାପନ କରି ତାକୁ ଯଥାର୍ଥ ବୋଲି ମଧ୍ୟ କହିଲେ। ମାତ୍ର ଦିନ କେଇଟା ନ ଯାଉଣୁ ତାଙ୍କ ଭିତରୁ କେତେଜଣଙ୍କର ବିବେକ ହଠାତ୍‌ ଜାଗ୍ରତ ହୋଇଉଠିଲା ଓ ଲୋକଲଜ୍ଜା ତଥା ସମାଲୋଚନା ଭୟରେ ସେମାନେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଲେ। ଇତ୍ୟବସରରେ ଏହା ବିରୋଧରେ ପ୍ରବଳ ଜନମତ ସୃଷ୍ଟି ମଧ୍ୟ ହେଲା। କେହି ପଚାରିଲେ ନାହିଁ ଯେ ଯେଉଁ ବିଧାନସଭାର ୭୦ଭାଗ ବିଧାୟକ କୋଟିପତି ସେମାନେ କ’ଣ ଏତେ ଅଭାବରେ ଥିଲେ ଯେ ଅତିଥି ଅଭ୍ୟାଗତଙ୍କୁ ଚା’ ଟିକେ ଦେଇ ପାରୁ ନ ଥିଲେ ଓ ସେଥିପାଇଁ ନିଜ ଦରମା ତାଙ୍କୁ ନିଜେ ବଢ଼ାଇବାକୁ ପଡ଼ିଲା ଭଳି ସ୍ଥିତି ଆସିଲା? କେହି କେହି ମଧ୍ୟ କହିଲେ ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଏତେ ଶୋଚନୀୟ ଯେ ସେମାନେ ପରିବାର ଚଳେଇବାକୁ ଅସମର୍ଥ, ସେମାନେ ନିଜ ପରିବାରର ଆର୍ଥିକ ସ୍ଥିତି ପ୍ରତି ଦୃଷ୍ଟି ନ ଦେଇ, ନିଜ ଚାଷବାସ, ବଣିଜ ଉପରେ ଧ୍ୟାନ ନ ଦେଇ ନିଜ ପାଇଁ ଚାକିରିଟିଏ ନ ଖୋଜି କାହିଁକି ସେମାନେ ହାତରୁ ଖାଇ ସେବା ନାମକ ଘୋଡ଼ା ପଛରେ ଧାଆଁନ୍ତି? କିଏ ତାଙ୍କୁ ବାଧ୍ୟକରେ ଏଥିପାଇଁ? ସେମାନେ ସମସ୍ତେ ତ ସମସ୍ବରରେ କୁହନ୍ତି ଯେ ସେବା ତାଙ୍କ ଜୀବନର ମୂଳମନ୍ତ୍ର। ତେବେ ସେଇ ସେବା ପାଇଁ ଯାହାର ଜୀବନ ସମର୍ପିତ ସେମାନେ ପୁଣି ସେଥିପାଇଁ ଦରମା କାହିଁକି ଖୋଜନ୍ତି ଓ ତାକୁ ବଢ଼ାଇବା ପ୍ରୟାସରେ କାହିଁକି ଏମିତି ଲୋକହସା ହୁଅନ୍ତି? ବାସ୍ତବରେ ଆଗରୁ ଦରମା ଓ ଅନ୍ୟାନ୍ୟ ସୁବିଧା ସବୁ ତାଙ୍କର ଚିରାଚରିତ ଭାବେ ମଝିରେ ମଝିରେ ବଢୁଥିଲା। କେହି କିଛି କହୁ ନ ଥିଲେ। ମାତ୍ର ଏଥର ଏକାଥରକେ ଏତେ ବଢ଼ିଗଲା ଯେ ଆଖିଦୃଷ୍ଟିଆ ହୋଇଗଲା ଓ କିଛି ଲୋକଙ୍କ ଖରାପ ନଜର ଲାଗିଗଲା ତା’ ଉପରେ।
ଓଡ଼ିଶାରେ ଯେତେବେଳେ ବିଧାୟକଙ୍କ ଦରମା ବୃଦ୍ଧି ହେଲା କେତେକ ଖବରକାଗଜରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟର ବିଧାୟକମାନଙ୍କ ଦରମାର ଏକ ତୁଳନାତ୍ମକ ସାରଣୀ ପ୍ରକାଶ ପାଇଥିଲା। ଏଥିରେ କେଉଁ ରାଜ୍ୟର ବିଧାୟକଙ୍କ ଦରମା ଲକ୍ଷେ ଥିଲା କାହାର ଥିଲା ତିନି ଲକ୍ଷରୁ ଊର୍ଦ୍ଧ୍ୱ। ତେବେ ପ୍ରଶ୍ନ ଉଠୁଛି ଅରୁଣାଚଳ, ମେଘାଳୟର ବିଧାୟକମାନେ ଯେଉଁ କାମ କରନ୍ତି ଏଠି ଓଡ଼ିଶାର ବିଧାୟକମାନେ ମଧ୍ୟ ସେଇ କାମ କରନ୍ତି। ଯଦି ମହଙ୍ଗା ସହ ଏହାକୁ ଜଡ଼ିତ କରାଯାଏ ସବୁ ରାଜ୍ୟର ବିଧାୟକ ମହଙ୍ଗା ଦ୍ୱାରା ସମାନଭାବେ ଜଡ଼ିତ। ତେବେ ତାଙ୍କ ଦରମାରେ ପୁଣି ତାରତମ୍ୟ କାହିଁକି? ସରକାରୀ କର୍ମଚାରୀମାନେ ଦରମା ନିଅନ୍ତି, କାମ କରନ୍ତି। ବିଧାୟକ ଯଦି କାମ କରିବା ପାଇଁ ଦରମା ନେଉଛନ୍ତି ତେବେ ସେମାନେ ମଧ୍ୟ ସରକାରୀ କର୍ମଚାରୀମାନଙ୍କ ଭଳି ସମାନ କାମ ପାଇଁ ”ସମାନ ଦରମା ନୀତି“ ଦ୍ୱାରା ପରିଚାଳିତ ହେବା କଥା। ମାତ୍ର ତାହା ହେଲାନାହିଁ। ତା’ଛଡ଼ା ସେମାନେ ନିଜ ଦରମା ନିଜେ ଧାର୍ଯ୍ୟ କରନ୍ତି। ଏହା ”କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ କ୍ଲଜ୍‌“ ଦ୍ୱାରା ପରିଚାଳିତ ହେବା ଉଚିତ ନା ନାହିଁ ସେ କଥା ବୁଦ୍ଧିଜୀବୀମାନେ ଚିନ୍ତା କରିବା କଥା। ସାଧାରଣତଃ ଜଜ୍‌ମାନେ ନିଜ ସମ୍ପର୍କୀୟ ବା ନିଜ ବିଷୟରେ କେସ୍‌ ଉଠିଲେ ତା’ର ଶୁଣାଣିରୁ ନିଜକୁ ଦୂରେଇ ରଖନ୍ତି। ପରୀକ୍ଷା ବେଳେ ଯେଉଁ ପରୀକ୍ଷା ନିୟନ୍ତ୍ରକଙ୍କ ପିଲା ପରୀକ୍ଷା ଦେଇଥାନ୍ତି ସେମାନେ ଏକ ଘୋଷଣାନାମା ନେଇ ନିଜକୁ ଦୂରେଇ ରଖନ୍ତି।
ମାତ୍ର ଏ କ୍ଷେତ୍ରରେ ନିଜ ଦରମା ନିଜେ ବୃଦ୍ଧି କରିବାଟା ନ୍ୟାୟସଙ୍ଗତ ହେଲା ନାହିଁ ବୋଲି ଲୋକେ ଅନୁଭବ କଲେ। ଏ ସମସ୍ୟାର ଦୂରୀକରଣ ପାଇଁ ଯଦି କେନ୍ଦ୍ର ସରକାର ଚାହାନ୍ତି ଯେମିତି ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରତି ଦଶବର୍ଷରେ ଥରେ ବେତନ କମିଶନ ବସୁଛି ସେମିତି ଲୋକପ୍ରତିନିଧିମାନଙ୍କ ଦରମା ସଂଶୋଧନ ପାଇଁ ଏକ କମିଶନ ବସାଇ ପାରିବେ ବା ସେହି ବେତନ କମିଶନ ଯେଉଁ ଫିଟ୍‌ମେଣ୍ଟ ଫ୍ୟାକ୍ଟର ସରକାରୀ କର୍ମଚାରୀମାନଙ୍କ ପାଇଁ ଧାର୍ଯ୍ୟ କରନ୍ତି ତାହା ହିଁ ଲୋକ ପ୍ରତିନିଧିମାନଙ୍କ ପାଇଁ ଲାଗୁ କଲେ କାହାର ଅସୁବିଧା ହୁଅନ୍ତା ନାହିଁ। ଏହା ଦ୍ୱାରା ସବୁ ରାଜ୍ୟର ବିଧାୟକ, ଜିଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ମ୍ୟୁନିସିପାଲିଟିର କାଉନସିଲର ସମସ୍ତଙ୍କ ପାଇଁ ଏକୀକୃତ ଦରମା ବ୍ୟବସ୍ଥା ଲାଗୁ କରାଯାଇ ପାରନ୍ତା। ବର୍ତ୍ତମାନ ସ୍ଥିତିରେ ଗୋଟିଏ ରାଜ୍ୟର ବିଧାୟକ ଉଚ୍ଚବେତନଧାରୀ ହେଲା ବେଳେ ଅନ୍ୟ ରାଜ୍ୟର ବିଧାୟକ ସ୍ବଳ୍ପ ବେତନଧାରୀ ହେଉଛନ୍ତି। ପରସ୍ପରକୁ ଭେଟିଲାବେଳେ ଅଳ୍ପ ଦରମା ପାଉଥିବା ରାଜ୍ୟର ବିଧାୟକମାନଙ୍କୁ ନିଶ୍ଚୟ ହୀନମନ୍ୟତାର ଅନୁଭବ ଆସୁଥିବ। କେବଳ ବିଧାୟକ ନୁହେଁ ଅନ୍ୟ ସ୍ତରର ଲୋକପ୍ରତିନିଧିମାନେ ମଧ୍ୟ ସମାନ ଭାବେ ଏହି ନିୟମ ଦ୍ୱାରା ପରିଚାଳିତ ହୋଇପାରନ୍ତେ, ତେବେ ଆନ୍ତଃରାଜ୍ୟ ଦରମାରେ ତାରତମ୍ୟ ରୁହନ୍ତା ନାହିଁ।
ଏତଦ୍‌ବ୍ୟତୀତ ସାଧାରଣ ଲୋକଙ୍କ ମନରେ ସବୁବେଳେ ଗୋଟେ କ୍ଷୋଭ ଥାଏ, ତାହା ହେଲା ବେତନ କମିଶନ ବସିଲେ ଖାଲି ସରକାରୀ କର୍ମଚାରୀଙ୍କ ଦରମା ବଢ଼େ। ତେବେ ମହଙ୍ଗା କ’ଣ ସାଧାରଣ ଲୋକଙ୍କୁ ସମାନ ପୀଡ଼ା ଦିଏ ନାହିଁ? ଶ୍ରମିକମାନଙ୍କ ଦରମା, ବେସରକାରୀ ସଂଘରେ କାମ କରୁଥିବା ଲୋକଙ୍କ ଦରମା ସେତେବେଳେ ବଢ଼ି ନ ଥାଏ। ସରକାରୀ କର୍ମଚାରୀଙ୍କ ଦରମା ବଢ଼ିଲା ମାତ୍ରେ ସବୁ ଜିନିଷର ବଜାର ରେଟ୍‌ ବଢ଼ିଯାଏ। ମାତ୍ର ଏଇ ବେସରକାରୀ କର୍ମଚାରୀ, ଅଣସଂଗଠିତ କର୍ମଚାରୀ, ଶ୍ରମିକଙ୍କ ଦରମା ବଢ଼ି ନ ଥିବାରୁ ସେମାନେ ମହଙ୍ଗାର ମାଡ଼ ଦୁଇଗୁଣା ଭୋଗିଥାନ୍ତି। ଏହିସବୁ କାରଣ ଯୋଗୁ ଆଗରୁ ସରକାରୀ କର୍ମଚାରୀମାନଙ୍କ ଉପରେ ଜନତାଙ୍କର ଯେଉଁ ରୋଷ ଥିଲା, ଏଥର ତାହା ବିଧାୟକମାନଙ୍କ ଆଡ଼କୁ ମାଡ଼ିଗଲା। ଲୋକେ ଭାବିଲେ ଏମାନଙ୍କ ହାତରେ ସରକାର ବା ସରକାରୀ କଳ ଅଛି ବୋଲି ସିନା ସେମାନେ ନିଜ ଦରମାକୁ ଯେମିତି ଚାହୁଁଛନ୍ତି ସେମିତି ଓ ଯେତେ ଚାହୁଁଛନ୍ତି ସେତେ ବଢ଼ାଇ ଦେଉଛନ୍ତି। ତେଣୁ ସେମାନେ ତାଙ୍କ ଅସନ୍ତୋଷକୁ ଆଉ ଚାପି ନ ରଖି ବ୍ୟକ୍ତ କରିଦେଲେ। ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ଭଳି ଜନପ୍ରତିନିଧି ଯେଉଁମାନେ ପ୍ରକୃତରେ ଗରିବ ସେମାନେ ଏଥିରେ ଘିଅ ଢାଳି ତାଙ୍କ ଅସନ୍ତୋଷ ବ୍ୟକ୍ତ କଲେ।
ଯାହାହେଉ ଜନଆକ୍ରୋଶ ତୀବ୍ର ହେବା ଆଗରୁ କିଛି ବିଧାୟକ ନିଜ ତରଫରୁ ନିବେଦନ କଲେଣି ଯେ ଆମେ ୟାକୁ ଗ୍ରହଣ କରିବୁ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଚାପଯୋଗୁ ହେଉ ବା ଲୋକଙ୍କ ରୋଷକୁ ସାମ୍ନା ନ କରିପାରିବାର ଭୟରେ ହେଉ, କେହି କେହି ମଧ୍ୟ କହିଲେଣି ଆମେ ରେଡକ୍ରସ୍‌କୁ ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବର୍ଦ୍ଧିତ ଦରମା ଦାନ କରିଦେବୁ। କଥା ହେଉଛି ନବ କାହିଁକି ପୁଣି ଦବ କାହିଁକି? ମୂଳରୁ ନେବୁ ନାହିଁ ବୋଲି କହିଥିଲେ ହୋଇ ନ ଥାନ୍ତା? ଏ କଥାଟି ଠିକ୍‌ ନିଆଁ ଗିଳି ଅଙ୍ଗାର ହଗିଲା ଭଳି କଥା। ଯାହା ହଜମ କରିହେବ ନାହିଁ ସେଭଳି ଖାଦ୍ୟକୁ ଲୋଭାତୁର ହୋଇ ଖାଇଦେବାଟା ସ୍ବାସ୍ଥ୍ୟ ପ୍ରତି ହିତକର ନୁହେଁ।

ରଞ୍ଜନ କୁମାର ଦାସ
ମୋ-୯୪୩୭୨୮୬୫୧୨

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ…

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ବିଜୁ ପଟ୍ଟନାୟକ ମାର୍ଗରେ ନିଆରା ଗଣେଶ ପୂଜା: ରାଧାକୃଷ୍ଣ ବେଶରେ ପୂଜା ପାଉଛନ୍ତି ଗଜାନନ

ଗଞ୍ଜାମ, ୧୬/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଥିବାବେଳେ ବିଜୁ ପଟ୍ଟନାୟକ ମାର୍ଗରେ ଆୟୋଜିତ ଗଣେଶ ପୂଜା…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?