ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଅଦିନିଆ ରଥଯାତ୍ରାକୁ ଯେତେ ବିରୋଧ କଲେ ମଧ୍ୟ ଇସ୍କନ ଅନୁଗାମୀମାନେ ତାହାକୁ ଖାତିର କରୁନାହାନ୍ତି। ଅତୀତରେ ହ୍ୟୁଷ୍ଟନ ସହରରେ ଅଦିନିଆ ରଥଯାତ୍ରାକୁ ବିରୋଧ କରି ଗଜପତି ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ କରିଥିଲେ। ଇସ୍କନ କର୍ତ୍ତୃପକ୍ଷ ରଥଯାତ୍ରା ବନ୍ଦ ହେଲା ବୋଲି ମାତ୍ର କେଇ ଘଣ୍ଟା ପରେ ଜଣାଇଥିଲେ । ନିର୍ଦ୍ଧାରିତ ଦିନ ନନ୍ଦିଘୋଷ ସଦୃଶ ରଥରେ ଚୈତନ୍ୟ ଓ ନିତ୍ୟାନନ୍ଦଙ୍କ ବିଗ୍ରହ ରଖାଯାଇ ରଥଯାତ୍ରା କରାଗଲା। ଏଠାରେ ଗୋଟିଏ ପ୍ରଶ୍ନ କିନ୍ତୁ ଅବୁଝା ରହିଗଲା ଯେ ହ୍ୟୁଷ୍ଟନ ସହର ସମୟ ଓଡ଼ିଶାର ସମୟ ମଧ୍ୟରେ ଏଗାର ଘଣ୍ଟା ତିରିଶ ମିନିଟ ତଫାତ୍‌ ଯୋଗୁ ଖବରଦାତା ସମ୍ମିଳନୀର ବାର୍ତ୍ତା ହ୍ୟୁଷ୍ଟନରେ ଥିବା ଇସ୍କନ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚତ୍ବା ଓ ନିଷ୍ପତ୍ତି ବଦଳିବା ପାଇଁ ସେମାନେ କ’ଣ ରାତିସାରା ଅନିଦ୍ରା ରହିଥିଲେ ନା କେହି ଅଦୃଶ୍ୟ ଶକ୍ତିର ସୁଚିନ୍ତିତ ପରାମର୍ଶ ଏହା ପଛରେ ରହିଥିଲା। ଗଜପତି ଖବରଦାତା ସମ୍ମିଳନୀ କରିଥିବା ଦିନ ପୁରୀ ଟାଉନ ଥାନାରେ ସଚେତନ ନାଗରିକ ମଞ୍ଚ ତରଫରୁ ଇସ୍କନ କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଥିଲା। ସେଦିନ ମଞ୍ଚର ସଭାପତି ଗଣମାଧ୍ୟମରେ ପ୍ରକାଶ କରିଥିଲେ ଯେ ଇସ୍କନ ଅନୁଗାମୀମାନେ ସେମାନଙ୍କ ପରାମର୍ଶଦାତା ଭାବରେ ଗଜପତିଙ୍କୁ ଗ୍ରହଣ କରୁଥିବାରୁ ସେ ପ୍ରଥମେ ତାହାକୁ ଖଣ୍ଡନ କରନ୍ତୁ। ଏହି ଅଭିଯୋଗ ଏଯାବତ୍‌ ସମାଧାନ ହୋଇନାହିଁ। କିନ୍ତୁ ଏହା ମଧ୍ୟରେ ଇସ୍କନ କର୍ତ୍ତୃପକ୍ଷ ଏକାଧିକ ଅଦିନିଆ ରଥଯାତ୍ରା କରିସାରିଛନ୍ତି।
କିଛି ବର୍ଷତଳେ ପୁରୀରେ ଇସ୍କନ ତରଫରୁ ଶ୍ରୀମନ୍ଦିର ଅନୁରୂପ ଏକ ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ତାହା ସମ୍ଭବ ହେଲାନାହିଁ। ଇସ୍କନ ଅନୁଗାମୀଙ୍କ ଦ୍ୱାରା ଅନୁରୂପ ମନ୍ଦିର ପଶ୍ଚିମବଙ୍ଗ ସରକାରଙ୍କ ସମର୍ଥନ ଓ ଆର୍ଥିକ ଅନୁଦାନରେ ଦୀଘା ଠାରେ ନିର୍ମିତ ହୋଇ ତାହାକୁ ଶ୍ରୀଜଗନ୍ନାଥ ଧାମ ନାମକରଣ କରାଗଲା। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସେହି ମନ୍ଦିର ପ୍ରତିଷ୍ଠାରେ ପୁରୀର ଅନେକ ବ୍ରାହ୍ମଣଙ୍କ ସହ କେତେଜଣ ସେବକ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶ୍ରୀଜୀଉମାନଙ୍କ ନବକଳେବରରେ ବ୍ୟବହୃତ ଦାରୁର କିଛି ଅଂଶ ସେଠାରେ ବିଗ୍ରହ ନିର୍ମାଣରେ ଲାଗିଥିବା ଏବଂ ସିଂହାସନରେ ପ୍ରସ୍ତର ନିର୍ମିତ ବିଗ୍ରହ ସ୍ଥାପନ ହୋଇଥିବା ମଧ୍ୟ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ପରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପୂଜା ଓ ଅନ୍ୟ ମତାବଲମ୍ବୀଙ୍କ ମାଧ୍ୟମରେ ପ୍ରସାଦ ବିକ୍ରି ହେଉଥିବା ସମ୍ବାଦ ପ୍ରକାଶିତ ହୋଇଥିଲା। ଅନବସର ସମୟରେ ଶ୍ରୀଜୀଉମାନଙ୍କ ଜ୍ବର ଉପଶମ ପାଇଁ ପ୍ରସ୍ତୁତ ମୋଦକ ଚୋରି ଖବର ତାହାକୁ ଅଧିକ ରୋଚକ କରିଥିଲା। କିନ୍ତୁ ଏ ସମ୍ପର୍କିତ ଆଲୋଚନା ନୀରବି ଗଲା। କିନ୍ତୁ କୁରାଢି ପଛର ବେଣ୍ଟ ପରି ନିଜକୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ବୋଲି ଦାବି ଓ ପ୍ରଚାର କରୁଥିବା କିଛି ବ୍ୟକ୍ତି ଇସ୍କନ ସହ ପରୋକ୍ଷ ବା ପ୍ରତ୍ୟକ୍ଷ ସମ୍ପର୍କ ରଖିଥିବା ସ୍ପଷ୍ଟ ହୋଇଗଲା।
କେବଳ ଅଦିନିଆ ରଥଯାତ୍ରାକୁ ବିରୋଧ ପରିବର୍ତ୍ତେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ପ୍ରତ୍ୟେକ ଅସଙ୍ଗତିକୁ ସମଭାବରେ ବିରୋଧ କରାଯିବା ଉଚିତ। କିନ୍ତୁ ଯଦି ବିରୋଧକୁ ବ୍ୟାପକ କରାଯାଏ ତେବେ ତାହା ଆମ ରାଜ୍ୟରେ ହିଁ ପ୍ରଥମେ ଦିଗହରା ହେବା ଶତପ୍ରତିଶତ ସତ୍ୟ। ପ୍ରଥମତଃ ଗୋଟିଏ ପକ୍ଷରେ ଅଦିନିଆ ରଥଯାତ୍ରାକୁ ବିରୋଧ ହେଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ନିୟମିତ ଶ୍ରୀଜୀଉମାନଙ୍କର ବିଭିନ୍ନ ବେଶ ଅଦିନରେ କରାଯାଉଛି। ସେଠାରେ ଅନ୍ନାଦି ବ୍ୟଞ୍ଜନ ସହ ଛପନ ଭୋଗ ପ୍ରସ୍ତୁତ କରାଯାଇ ଶ୍ରୀମହାପ୍ରସାଦ ନାମିତ ହେଉଛି। ତାହାକୁ କିନ୍ତୁ ବିରୋଧ କରାଯାଉ ନାହିଁ ବରଂ ଏପରି କାର୍ଯ୍ୟକ୍ରମ ଚାଲୁ ରଖିବାକୁ କିଛି ସଂଗୋଷ୍ଠୀ ସୃଷ୍ଟି ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ଭୋଗ ନୀତିକାନ୍ତିକୁ ଯେଭଳି ପ୍ରଦର୍ଶନ ଓ ଆଲୋଚନା ଏବଂ ବିଭିନ୍ନ ମହୋତ୍ସବ ନାମରେ ସାର୍ବଜନୀନ କରାଯାଉଛି ଏବଂ ତତ୍ତ୍ୱ ବା ମହିମା ନାମରେ କପୋଳକଳ୍ପିତ କାହାଣୀର ଅବତାରଣା କରାଯାଉଛି ତା’ର ଅନ୍ତ ହେବା ଜରୁରୀ। କିଛି ମାସ ପୂର୍ବରୁ ଶ୍ରୀଜୀଉମାନଙ୍କ ରଘୁନାଥ ବେଶ ଭୁବନେଶ୍ୱରରେ କରାଯାଇଥିଲା। ଅତୀତରେ ହୋଇଥିବା ସେହି ବେଶ କେହି ଦେଖିବା ଲୋକ ଜୀବିତ ନାହାନ୍ତି କିନ୍ତୁ ସମସ୍ତ ବେଶ ସହ ଏହି ବେଶ ପ୍ରଦର୍ଶନୀ ପ୍ରକାରାନ୍ତରେ ଶ୍ରୀଜୀଉମାନଙ୍କୁ ଖେଳଣା କଣ୍ଢେଇ ଭଳି ଅର୍ଥାଗମ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହେଉଛି। ସବୁ ମହାପ୍ରଭୁଙ୍କ ଇଚ୍ଛା କହି ଏହି ସବୁ ଅସଙ୍ଗତିକୁ ବିରୋଧ କରାଯାଉ ନ ଥିଲା ବେଳେ ଅଦିନିଆ ରଥଯାତ୍ରାକୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ଭାବରେ ସ୍ବୀକାର ପରିବର୍ତ୍ତେ ବିରୋଧ ନିଶ୍ଚିତ ଇସ୍କନ ଅନୁଗାମୀଙ୍କ ପାଇଁ ପ୍ରଶ୍ନର ଖୋରାକ ସୃଷ୍ଟି କରୁଛି। ଶ୍ରୀଜଗନ୍ନାଥଙ୍କ ଐତିହ୍ୟ କରିଡର ପ୍ରତିଷ୍ଠା ଓ ସେଥିପାଇଁ ବ୍ରାହ୍ମଣ ବରଣ ସହ ସାରା ରାଜ୍ୟରେ ଟ୍ରଲି ରିକ୍ସାରେ ମହାପ୍ରଭୁଙ୍କ ବିଗ୍ରହ ରଖାଯାଇ ସାରା ରାଜ୍ୟରୁ ଚାଉଳ ଗୁଆ ନଡ଼ିଆ ଟଙ୍କା ଆଦାୟକୁ ସମର୍ଥନ କରିଥିବା ବ୍ୟକ୍ତିବିଶେଷ ଏଇ ଅଦିନିଆ ରଥଯାତ୍ରାକୁ ବିରୋଧ କରୁଥିବା ମଧ୍ୟ ଅନ୍ୟ ଏକ ପ୍ରଶ୍ନବାଚୀ । ତେଣୁ ଯଦି ପ୍ରକୃତରେ ଆନ୍ତରିକତା ଓ ଶ୍ରୀଜୀଉମାନଙ୍କ ପ୍ରତି ସମର୍ପଣ ଭାବ ଥାଏ ତେବେ ପ୍ରତ୍ୟେକ ଅସଙ୍ଗତିକୁ ବିରୋଧ କରାଯାଉ। ଶ୍ରୀଜୀଉମାନଙ୍କୁ ପୁଞ୍ଜିକରି ଯେଉଁମାନେ ବିବିଧ ଅପସଂସ୍କୃତି ମାଧ୍ୟମରେ ଅର୍ଥ ରୋଜଗାର କରୁଛନ୍ତି ସେମାନଙ୍କୁ ନିବୃତ୍ତ କରାଯାଉ। ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଭାବରେ ଚଟୁ ଆମିଷ ବେଣ୍ଟ ନିରାମିଷ ଭଳି ଆଚାର ପରିହାର କରାଯିବା ଉଚିତ।
୧୧୩, ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮

ହରିଶଙ୍କର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?