ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ ତା’ର କୁପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ୁଛି। ଏହାସତ୍ତ୍ୱେ ପ୍ରକୃତି ନିଜକୁ ରକ୍ଷା କରିବା ସହ ପୃଥିବୀକୁ ବଞ୍ଚାଇ ରଖିବାର ଏକ ନୀରବ ଯାତ୍ରା ଜାରି ରଖିଛି। ଭୂପୃଷ୍ଠ ଉପରେ ଗବେଷଣା ଭଳି ଭୂଗର୍ଭସ୍ଥ ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକ ଅନୁଧ୍ୟାନ ଅନବରତ ଚାଲିଛି। ବିଶ୍ୱବ୍ୟାପୀ ଜଙ୍ଗଲ, ଘାସଭୂମି ଓ ଚାଷଜମି ତଳେ ବିଶାଳ ଫଙ୍ଗାଲ ଜାଲ (ମାଇକୋରାଇଜାଲ ନେଟ୍‌ଓ୍ବର୍କ) ବା ଶିଉଳି ସମ୍ବନ୍ଧୀୟ ଜାଲ ରହିଛି। ଉଦ୍ଭିଦ ମୂଳ ସହିତ ପୁଷ୍ଟିକର ବିନିମୟ କରି ଏକ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ନିୟନ୍ତ୍ରକ ଭାବେ ଏହି ଜାଲ କାମ କରେ। ପ୍ରତିବର୍ଷ ଏହା ୧୩.୧୨ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ଶୋଷଣ କରିଥାଏ, ସମଗ୍ର ଜୀବାଶ୍ମ ଇନ୍ଧନରୁ ନିର୍ଗତ ମୋଟ ନିର୍ଗମନର ପ୍ରାୟ ଏକ ତୃତୀୟାଂଶ ବୋଲି କୁହାଯାଉଛି। ବର୍ତ୍ତମାନ ଯାଏ ଏହି ଛତୁଭଳି ଫଙ୍ଗାଲ ଜାଲକୁ ପୃଥିବୀର ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଚାଳନ ତନ୍ତ୍ର ଭାବରେ ନୁହେଁ, କେବଳ ଉଦ୍ଭିଦର ସହାୟକ ସାଥୀ ଭାବରେ ଦେଖାଯାଉଥିଲା। ଆମେରିକୀୟ ଜୀବବିଜ୍ଞାନୀ ଟୋବି କିଏର୍ସ ଏହା ଉପରେ ଗବେଷଣା କରି ଲୁକ୍କାୟିତ ଫଙ୍ଗାଲ ନେଟ୍‌ଓ୍ବର୍କ ଉପରେ ଦେଇଥିବା ତଥ୍ୟ ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ସେଥିପାଇଁ ସେ ପରିବେଶ ନୋବେଲ ଭାବେ ଜଣାଶୁଣା ଟାୟଲର ପ୍ରାଇଜ୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଆଚିଭ୍‌ମେଣ୍ଟ୍‌ସ ପାଇଛନ୍ତି। ଟୋବି କହିଛନ୍ତି, ‘ମାଟି ପାଇଁ ଡାର୍ଟବ୍ୟାଗ୍‌ ଭଳି ଶବ୍ଦ ବ୍ୟବହାର ହୋଇଥାଏ, ଯାହା ଫଙ୍ଗସ୍‌ଗୁଡ଼ିକର ଗୁଣାବଳୀ ଓ ସଂଖ୍ୟାବୃଦ୍ଧି ସୂଚାଇଥାଏ।’ ଗତବର୍ଷ ଆରମ୍ଭ ହୋଇଥିବା ବିଶ୍ୱବ୍ୟାପୀ ଅଣ୍ଡରଗ୍ରାଉଣ୍ଡ୍‌ ଆଟ୍‌ଲାସ ମାଧ୍ୟମରେ ସେ ମାଇକୋରାଇଜାଲ ଫଙ୍ଗାଇର ବିତରଣ ମ୍ୟାପ୍‌ କରିଛନ୍ତି। ଏହା ଭୂଗର୍ଭସ୍ଥିତ ଜୈବ ବିବିଧତାକୁ ଆଲୋକିତ କରିଛି। ଉଦ୍ଭିଦଗୁଡ଼ିକ ଅଧିକ କାର୍ବନ୍‌କୁ ଭିତରକୁ ପଠାନ୍ତି, ଯେଉଁଠାରେ ମାଇକୋରାଇଜାଲ ଫଙ୍ଗାଇ ଅଙ୍ଗାରକାମ୍ଳକୁ ଶୋଷଣ କରନ୍ତି। କଥାରେ ଅଛି ‘ଉଭା ଯେତେ ପୋତା ସେତେ’। ଅର୍ଥାତ୍‌ ବାୟୁମଣ୍ଡଳରେ ଉଭା ହେଉଥିବା ଅଙ୍ଗାରକାମ୍ଳ ସମପରିମାଣରେ ଭୂଗର୍ଭରେ ଥିବାକୁ ସୂଚାଇଥାଏ। ଏଭଳି ଏକ ବିଷୟ ଉପରେ ଟୋବିଙ୍କ ଗଭୀର ଅନ୍ବେଷଣ ତାଙ୍କୁ ବିଜ୍ଞାନଜଗତରେ ଚର୍ଚ୍ଚିତ କରିଛି।
ଟୋବି ଆମେରିକୀୟ ବିବର୍ତ୍ତନଶୀଳ ଜୀବବିଜ୍ଞାନୀ। ୪୯ ବର୍ଷୀୟା ଏହି ଗବେଷିକା ବର୍ତ୍ତମାନ ଭ୍ରିଜେ ୟୁନିଭର୍ସିଟି ଆମ୍‌ଷ୍ଟରଡାମ୍‌ରେ ୟୁନିଭର୍ସିଟି ରିସର୍ଚ୍ଚ ଚେୟାର ତଥା ପ୍ରଫେସର ଭାବେ କାର୍ଯ୍ୟରତ। ସେ ମାଇକୋରାଇଜାଲ ନେଟ୍‌ଓ୍ବର୍କରେ ଉଦ୍ଭିଦ, ଶିଉଳି ଏବଂ ସୂକ୍ଷ୍ମ ବୀଜାଣୁଗୁଡ଼ିକ ମଧ୍ୟରେ ହେଉଥିବା ଆଦାନପ୍ରଦାନ ଓ ବିନିମୟକୁ ଆର୍ଥିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରିବାରେ ପ୍ରଥମ ପ୍ରୟାସ କରିଥିଲେ। ସେ ସୋସାଇଟି ଫର୍‌ ଦ ପ୍ରୋଟେକ୍ସନ ଅଫ୍‌ ଅଣ୍ଡରଗ୍ରାଉଣ୍ଡ୍‌ ନେଟ୍‌ଓ୍ବର୍କ (ଏସ୍‌ପିୟୁଏନ୍‌)ର ସହ-ପ୍ରତିଷ୍ଠାତା। ଟୋବି ୨୦୨୩ ସ୍ପିନୋଜା ପୁରସ୍କାର ଓ ମ୍ୟାକ୍‌ଆର୍ଥର ଫାଉଣ୍ଡେଶନ ଫେଲୋଶିପ୍‌ ମଧ୍ୟ ପାଇଛନ୍ତି। ତେବେ ଟାୟଲର ପ୍ରାଇଜ୍‌ ଫର୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଆଚିଭ୍‌ମେଣ୍ଟ୍‌ସ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ବ୍ୟାପ୍ତ କରିଛି। ତାଙ୍କ ପ୍ରାରମ୍ଭିକ ଜୀବନ ଓ ଶିକ୍ଷାକୁ ଦେଖିଲେ ସେ ୧୯୯୨ରେ ଭର୍ମଣ୍ଟସ୍ଥିତ ଦ ମାଉଣ୍ଟେନ୍‌ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୯୯ରେ ବୋଇଡିନ୍‌ କଲେଜରୁ ସ୍ନାତକ କରିଥିଲେ। ୧୯୯୭ରେ ସେ ସ୍ମିଥ୍‌ସୋନିଆନ୍‌ ଟ୍ରପିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ଛାତ୍ରୀ ଭାବେ ବକ୍ତବ୍ୟ ରଖି ବରିଷ୍ଠ ବୈଜ୍ଞାନିକଙ୍କ ନଜରକୁ ଆସିଥିଲେ। ସେ ୟୁସି ଡେଭିସ୍‌ରୁ ପିଏଚ୍‌.ଡି. କରିଥିଲେ ଓ ୨୦୦୫ରେ ‘ଇଭାଲ୍ୟୁଶନ ଅଫ୍‌ କୋଅପରେଶନ ଇନ୍‌ ଦ ଲେଗୁମେ-ରିଜୋମିୟମ୍‌ ସିମ୍ବିଓସିସ୍‌’ ଶୀର୍ଷକରେ ସନ୍ଦର୍ଭ ଲେଖିଥିଲେ ଏବଂ ସେତେବେଳେ ତାଙ୍କ ଗାଇଡ୍‌ ଥିଲେ ରବର୍ଟ ଫର୍ଡ ଡେନିସନ୍‌। ଏହି ଡିଗ୍ରୀ ପରେ ସେ ପାନାମା ଓ ଜାପାନରେ ଗବେଷଣା କରିଥିଲେ। ପରବର୍ତ୍ତୀ ସମୟରେ ସେ ଭ୍ରିଜେ ୟୁନିଭର୍ସିଟି ଆମ୍‌ଷ୍ଟରଡାମ୍‌ରେ ପ୍ରଫେସର ହୋଇଥିଲେ। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ସିନିୟର ରିସର୍ଚ୍ଚ ଆସୋସିଏଟ୍‌ ମଧ୍ୟ ଥିଲେ। ଟୋବି ମାଇକୋରାଇଜାଲ ନେଟ୍‌ଓ୍ବର୍କ ଉପରେ ନିଜ ସନ୍ଦର୍ଭରେ ଦୃଷ୍ଟି ନିବଦ୍ଧ କରି ପ୍ରସିଦ୍ଧି ଅର୍ଜନ କରିଛନ୍ତି। ତାଙ୍କ ଅନୁଧ୍ୟାନ ଅନୁଯାୟୀ ମାଟିରେ ଥିବା ଛତୁଗୁଡ଼ିକ ଏକ ମୁକ୍ତ ବଜାର ବ୍ୟବସ୍ଥାରେ ଆର୍ଥିକ ଏଜେଣ୍ଟ ଭଳି ବ୍ୟବହାର କରନ୍ତି, ଯେଉଁ ଉଦ୍ଭିଦ ଅଧିକ ଚିନି ଯୋଗାଇ ଦେଇପାରେ ତାହାକୁ ଅଧିକ ଫଙ୍ଗାଇ ଫସ୍‌ଫରସ୍‌ ଯୋଗାଇ ଦିଅନ୍ତି। ଏହି ହାଇପୋଥେସିସ୍‌ ଆଧାରରେ ଟୋବି ଛତୁଗୁଡ଼ିକୁ ‘ପରୋପକାରୀ’ ଭାବେ ବିକଶିତ କରିବାରେ ଆଗ୍ରହୀ, ଯଦ୍ଦ୍ବାରା ଉଦ୍ଭିଦ ବଢ଼ିବାରେ ଅଧିକ ସହାୟକ ହେବ ଓ ସାର ବ୍ୟବହାର କମିବ। ସେ ଏଭଳି ପୁଷ୍ଟିକର ବିନିମୟକୁ ବର୍ଣ୍ଣନା କରିବା ପାଇଁ କ୍ୱାଣ୍ଟମ୍‌ ଡଟ୍ସ (ଟିଭି ପରଦାରେ ଝିଲ୍‌ମିଲ୍‌ ହେଉଥିବା ଆଲୋକ ଭଳି) ବ୍ୟବହାର କରି ଅଣୁଗୁଡ଼ିକୁ ଟ୍ୟାଗ୍‌ କରିବାରେ ପ୍ରଥମ ପ୍ରୟାସ କରିଛନ୍ତି, ଯଦ୍ଦ୍ବାରା ସେମାନେ ପ୍ରତିଦୀପ୍ତ ହୋଇ ସହଜରେ ପୃଥକ୍‌ ହୋଇପାରନ୍ତି। ପାଠିକାପାଠକଙ୍କୁ ଜଣାଇ ଦିଆଯାଇପାରେ ଯେ, ଟୋବିଙ୍କୁ ଯେତେବେଳେ ୧୯ ବର୍ଷ ବୟସ ସେ ଫଙ୍ଗାଇ ଉପରେ ଅଧ୍ୟୟନ ଆରମ୍ଭ କରିଥିଲେ। ପାନାମାର ଘନବର୍ଷଣ ବନାଞ୍ଚଳରେ ଏକ ବୈଜ୍ଞାନିକ ଅଭିଯାନରେ ସେ ଯାଇଥିଲେ। ସେଠାରେ ବିଶାଳ ଗଛଗୁଡ଼ିକ ତଳେ କ’ଣ ଘଟୁଛି ତାହା ଅନୁଧ୍ୟାନ କରିଥିଲେ। ୨୦୧୧ରେ ସାଇନ୍ସ ଜର୍ନାଲରେ ତାଙ୍କର ଏକ ଉଚ୍ଚକୋଟୀର ଲେଖା ପ୍ରକାଶ ପାଇଥିଲା। ସେଥିରେ ସେ ମାଇକୋରାଇଜାଲ ଫଙ୍ଗାଇକୁ ଏକ ଜୈବିକ ବଜାରରେ ସିଆଣିଆ ବ୍ୟବସାୟୀ ବୋଲି ଅଭିହିତ କରିଥିଲେ। ସେମାନେ ଯୋଗାଣ ଓ ଚାହିଦା ଅନୁଯାୟୀ ନିଷ୍ପତ୍ତି ନିଅନ୍ତି ବୋଲି ସେ ଦର୍ଶାଇଥିଲେ। କେଶତନ୍ତୁ ପତଳା ଫିଲାମେଣ୍ଟ ମାଧ୍ୟମରେ ଫଙ୍ଗାଇ ଉଦ୍ଭିଦକୁ ଫସ୍‌ଫରସ୍‌ ଓ ନାଇଟ୍ରୋଜେନ ଯୋଗାଏ। ଏହା ବିନିମୟରେ ଅଙ୍ଗାରକାମ୍ଳରୁ ପ୍ରାପ୍ତ ଶର୍କରା ଓ ଚର୍ବି ଅଂଶ ନେଇଯାଏ। ଲାବରେଟାରି ପରୀକ୍ଷଣରେ ଟୋବିଙ୍କ ଟିମ୍‌ ଦର୍ଶାଇଛି ଯେ, ଫଙ୍ଗାଇ ଅଞ୍ଚଳରୁ ପ୍ରଚୁର ଫସ୍‌ଫରସ୍‌ ଅଭାବୀ ଅଞ୍ଚଳକୁ ସ୍ଥାନାନ୍ତର କରେ ଓ ଏହି ଅସନ୍ତୁଳନକୁ ବ୍ୟବହାର କରି ଅଧିକ କାର୍ବନ ପାଇଥାଏ। ଭୂଗର୍ଭସ୍ଥ ସନ୍ତୁଳନ ସମ୍ପର୍କରେ ଟୋବିଙ୍କ ଏହି ଅନୁଧ୍ୟାନଭିତ୍ତିକ ତଥ୍ୟ ଯୁବ ଗବେଷକମାନଙ୍କୁ ଅଧିକ ଅନୁଧ୍ୟାନ କରିବା ଲାଗି ପ୍ରେରଣା ଯୋଗାଇବ।
ଟୋବିଙ୍କ ସଂସାର ବୋଇଲେ କବି କ୍ରାଲାନ୍‌ କେଲ୍‌ଡେର୍‌ଙ୍କୁ ସେ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

UPI Charges: ଦୋକାନୀମାନଙ୍କୁ ସେମାନଙ୍କର UPI ସ୍କାନର୍‌ ଏବଂ ସାଉଣ୍ଡବକ୍ସ ବଦଳାଇବାକୁ ପଡ଼ିବ? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୬।୯: ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (NPCI) ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR)ଯାହା ମୁଖ୍ୟତଃ ଏକ UPI…

UPI ନା Cash, କେଉଁଥରେ ଟଙ୍କା ଅଧିକ ସଞ୍ଚୟ ହୁଏ? ସତ ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୬।୯: ଭାରତୀୟ ଡିଜିଟାଲ ଅର୍ଥନୀତିରେ ଆଜିକାଲି UPIକୁ ନେଇ ଏକ ନୂଆ ବିତର୍କ ଓ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ଏବଂ NPCI ଦ୍ୱାରା ୨୦୦୦ ଟଙ୍କାରୁ…

ଅଭିନୟରୁ ସନ୍ୟାସ ନେବେ ଅମିତାଭ ବଚ୍ଚନ! ମୁହଁ ଖୋଲିଲେ ୮୩ ବର୍ଷିୟ ଅଭିନେତା

ମୁମ୍ବାଇ,୧୬।୯: ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ‘ମେଗାଷ୍ଟାର’ ଭାବରେ ପରିଚିତ। ପ୍ରାୟ ଛଅ ଦଶନ୍ଧି ଧରି ଚଳଚ୍ଚିତ୍ର ଜଗତରେ ରାଜ କରିଆସୁଥିବା ‘ବିଗ ବି’ (Big B)…

ଭାଜପାର ଟେନସନ ବଢାଇଲେ ଜଣେ ପୂର୍ବତନ ଭାଜପା ନେତା? ଜାଣନ୍ତୁ କ’ଣ କଲେ

ଲକ୍ଷ୍ନୌ,୧୬।୯: ଉତ୍ତର ପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବର୍ଦ୍ଧିତ ଆହ୍ବାନର ସମ୍ମୁଖୀନ ହୋଇପାରେ। କର୍ଣ୍ଣି ସେନା ରାଜ୍ୟରେ ୫୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯୋଜନା…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ଜୀବନ ଗଲା, ଘରେ ପଡ଼ିଛି…

ଚାନ୍ଦବାଲି,୧୬ା୯(କିଷାନ ପାତ୍ର): ଏମିତି ଏକ ଦୁଃଖଦ ଘଟଣାକୁ ନେଇ ଚାନ୍ଦବାଲି ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗ୍ରାମରେ ପାରିବାରିକ କଳହକୁ…

U-15ରେ ଓଡ଼ିଶା ପାଇଁ ଖେଳିବେ ଗୁଡ଼ାରି ଝିଅ ଆୟୁଷା

ଗୁଡ଼ାରି,୧୬ା୯(ପ୍ରମୋଦ କୁମାର ପତି): ୧୫ ବର୍ଷରୁ କମ୍‌ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ପାଇଛନ୍ତି ରାୟଗଡ଼ା ଜିଲା ଗୁଡ଼ାରି ଝିଅ ଆୟୁଷା ମିଶ୍ର। ଏ ନେଇ…

ବଡ଼ ଦୁର୍ଘଟଣା: ଏକ ଲାଇଭ କାର୍ଯ୍ୟକ୍ରମର ଖବର ସଂଗ୍ରହ ସମୟରେ ଗଣମାଧ୍ୟମର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ୩ ମୃତ ଦେଖନ୍ତୁ ଭିଡ଼ିଓ

ଲସ ଆଞ୍ଜେଲସ,୧୬।୯: ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। କାଲିଫର୍ନିଆର ଲସ ଆଞ୍ଜେଲସରେ ଏକ ମିଡିଆ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଟ୍ସୱର୍ଥ (Chatsworth) ଅଞ୍ଚଳରେ…

ଶଙ୍ଖ ନଦୀରେ ଅଘଟଣ: ଗାଧୋଇବାବେଳେ ବୁଡ଼ିଗଲେ ୩ ନାବାଳିକା

କୁଆଁରମୁଣ୍ଡା, ୧୬।୯ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶଙ୍ଖ ନଦୀରେ ଗାଧୋଉଥିବାବେଳେ ବୁଡ଼ିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?