ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ ସପ୍ତାହରେ ଦୁଇଟି ଘଟଣା ସାମ୍ନାକୁ ଆସିଛି। ପ୍ରଥମଟି ହେଲା କୋରାପୁଟ ଜିଲାପାଳ ୭୭ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜିଲାରେ ଆମିଷ ବିକ୍ରି ବନ୍ଦ କରିବା ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସେଥିରେ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଜିଲାର ସମସ୍ତ ତହସିଲଦାର, ବିଡିଓ ଏବଂ ନିର୍ବାହୀ ଅଧିକାରୀ ନିଜ କାର୍ଯ୍ୟ କ୍ଷେତ୍ରାଞ୍ଚଳରେ ଏହାକୁ କଡ଼ାକଡ଼ି ଲାଗୁ କରାଇବେ। ହେଲେ ଗଣମାଧ୍ୟମ ଓ ବିଶେଷକରି ସୋସିଆଲ ମିଡିଆରେ ବିରୋଧ କରାଯାଇ ଚାପ ପଡ଼ିବା ପରେ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଜିଲାପାଳ ଖସିବାର ବାଟ ନ ପାଇ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେଇଥିଲେ। ଦ୍ୱିତୀୟ ଘଟଣାଟି ହେଲା ହାଓଡାରୁ କାମାକ୍ଷାକୁ ଚାଲୁଥିବା ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଖାଦ୍ୟ ତାଲିକାରେ ଏବେ ଆମିଷକୁ ସାମିଲ କରାଯିବା ନେଇ ନିଷ୍ପତ୍ତି ନିଆଯିବା। ପ୍ରସଙ୍ଗର ଟିକେ ପଛକୁ ଗଲେ ବୁଝାପଡ଼େ ଯେ, ଜାନୁଆରୀ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲ୍‌ଦାରୁ ହାଓଡା-ଗୁଆହାଟୀ (କାମାକ୍ଷା) ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ନିରାମିଷ ଖାଦ୍ୟ କେବଳ ପରଷା ଯିବ ବୋଲି ବ୍ୟବସ୍ଥା ଥିଲା। ହେଲେ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ବଙ୍ଗାଳୀ ଲୋକଙ୍କ ଖାଦ୍ୟାଭ୍ୟାସ ଉପରେ ଜାଣିଶୁଣି ଆକ୍ରମଣ କରାଯାଉଛି ବୋଲି ଜୋର ପ୍ରତିବାଦ ମଧ୍ୟ ହେଲା। ଶେଷରେ ଅନନ୍ୟୋପାୟ ହୋଇ ରେଳ ମନ୍ତ୍ରଣାଳୟ ତା’ର ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି। ଅର୍ଥାତ୍‌ ଏଣିକି ଏହି ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖାଦ୍ୟ ତାଲିକାରେ ଆମିଷ ରହିବ ବୋଲି କୁହାଯାଇଛି।
ଏଥିରୁ ଜଣାପଡ଼ୁଛି, ଏବକାର କେନ୍ଦ୍ର ସରକାର ନାଗରିକଙ୍କ ଦୈନନ୍ଦିନ ଜୀବନଶୈଳୀକୁ ବଦଳାଇବାର ଉଦ୍ୟମ କରିଚାଲୁଛନ୍ତି। ସ୍ବୀକାର କରିବାକୁ ହେବ ଯେ, ହିନ୍ଦୀଭାଷୀ ଅଞ୍ଚଳଗୁଡ଼ିକରେ ଯଥା ଉତ୍ତରପ୍ରଦେଶ, ବିହାର, ହରିୟାଣା, ରାଜସ୍ଥାନ ଏପରିକି ଗୁଜରାଟ ଓ ମହାରାଷ୍ଟ୍ରରେ ସରକାର ମୁଣ୍ଡ ପୂରାଉଛନ୍ତି ଏବଂ ସେହିସବୁ ରାଜ୍ୟରେ ସଫଳତା ମଧ୍ୟ ପାଇପାରୁଛନ୍ତି। ତେବେ ଗୋଆ, ଉତ୍ତର-ପୂର୍ବାଞ୍ଚଳର ଅନେକ ରାଜ୍ୟରେ ଭାଜପା କ୍ଷମତାସୀନ ଥାଇ ମଧ୍ୟ ଖୋଲାରେ ଗୋମାଂସ ବିକ୍ରିକୁ ବନ୍ଦ କରିବାର ସତ୍‌ସାହସ କରିପାରିନାହିଁ। ସେହିଭଳି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସାଧାରଣ ଜୀବନଶୈଳୀରେ ଆଙ୍ଗୁଠି ଗେଞ୍ଜିବାର ଉଦ୍ୟମ ଏପର୍ଯ୍ୟନ୍ତ ସଫଳତା ପାଇପାରିନାହିଁ।
ଦେଖିବାକୁ ଗଲେ ନିରାମିଷ ଖାଉଥିବା ବ୍ୟକ୍ତି ସାତ୍ତ୍ୱିକ ଜୀବନଯାପନ କରିବାର ସମ୍ଭାବନା ଅଧିକ। କିନ୍ତୁ ମଣିଷ ଜାତି ମାଂସାଶୀ। ମଣିଷ ଦ୍ୱାରା ଚାଷ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କେବଳ ଫଳମୂଳ ଓ ମାଛମାଂସ ଖାଇ ମଣିଷଜାତି ବଞ୍ଚୁଥିଲା। ଚାଷ ପଦ୍ଧତି ଶିଖିବା ପାଇଁ ଅନେକ ହଜାର ବର୍ଷ ବିତିଯାଇଥିଲା। ଗୋଟେ ପଟେ ଆମିଷ ଖାଇବାକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ। ଅନ୍ୟପଟେ ପ୍ରତ୍ୟେକ ନାଗରିକ ବ୍ୟକ୍ତିଗତ ସ୍ବାଧୀନତା ବଳରେ ଖାଇବା, ପିଇବା, ପୋଷାକ ପିନ୍ଧିବା, ଗମନାଗମନ ସହିତ ପାରିବାରିକ ଜୀବନଶୈଳୀରେ ସରକାରଙ୍କର କୌଣସି ପ୍ରକାରର କଟକଣା ବା ନିୟମାବଳୀ କେବେ ହେଲେ ଗ୍ରହଣୀୟ ହୋଇପାରିବ ନାହିଁ। ଏହାର ମୂଳ କାରଣ ହେଲା ଭାରତ ଏକ ବିରାଟ ଦେଶ। ୧୯୪୭ ପୂର୍ବରୁ ଏହା ଗୋଟିଏ ଦେଶ ନ ଥିଲା। ରାଜରାଜୁଡ଼ା ଓ ବିଦେଶୀ ଶାସନ ପରେ ଗଣତାନ୍ତ୍ରିକ ପଦ୍ଧତିରେ ଏହି ଦେଶର ପ୍ରଶାସନ ଯଦି ଚାଲୁଥାଏ, ତେବେ ପ୍ରଥମ ବିଷୟଟି ହେଉଛି ଏହା ଗୋଟିଏ ଦେଶ, ଗୋଟିଏ ଭାଷା, ଗୋଟିଏ ଜାତି, ଗୋଟିଏ ଧର୍ମ, ଗୋଟେ ପ୍ରକାର ଖାଦ୍ୟକୁ ସ୍ବୀକାର କରେ ନାହିଁ। ତେଣୁ ଏଭଳି କୌଣସି ଜଣେ ବ୍ୟକ୍ତି ବା ଦଳ ନାହିଁ, ଯିଏ ସମଗ୍ର ଦେଶକୁ ଗୋଟିଏ ଢାଞ୍ଚାରେ ଚଳାଇପାରିବ। ସେଭଳି ଉଦ୍ୟମ ଯଦି କୌଣସି ନେତା ବା ରାଜନୈତିକ ଦଳ କରନ୍ତି, ତାହା ହେଲେ ତାଙ୍କ ବିନାଶ ସୁନିଶ୍ଚିତ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ବର୍ଷ ପାଇଁ ଟାଟାର ନେତୃତ୍ୱ ନେବେ ଏନ. ଚନ୍ଦ୍ରଶେଖରନ; ଟାଟା ସନ୍ସ ବୋର୍ଡର ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୯: ମୁମ୍ବାଇରେ ଗୁରୁବାର ଟାଟା ଗ୍ରୁପ୍ର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ପଦ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା: ଏନ. ଚନ୍ଦ୍ରଶେଖରନ…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର, ପୂର୍ବରୁ…

ଭୁବନେଶ୍ୱର,୧୭ା୯: ଡେପୁଟି କମିଶନର ଅଫ ପୋଲିସ(ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। କେନ୍ଦ୍ର ସରକାର ଏହି ଇସ୍ତଫାପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଚାକିରିରୁ ଅବସର…

ଜନ୍ମଦିନରେ ମହିଳାଙ୍କୁ ପିଏମ୍‌ ମୋଦିଙ୍କ ବଡ଼ ଉପହାର: ଖାତାକୁ ଗଲା ୩ ହଜାର ଟଙ୍କା

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ସେ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କ…

ସେମିକନ୍ ଇଣ୍ଡିଆରେ ବଡ଼ କଥା କହିଦେଲେ ମୋଦି, ଭାରତ ଉପରେ ସାରା ବିଶ୍ବର…

ନୂଆଦିଲ୍ଲୀ,୧୭।୯: ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଆୟୋଜିତ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?