ବିଷ ପିଆଇ ୨ ପିଲାଙ୍କୁ ହତ୍ୟା ଘଟଣା: କନ୍ଦଲେଇ ଗାଁରେ ଚାଇଲ୍ଡ ଲାଇନ୍‌ର ତଦନ୍ତ

ଭୁବନେଶ୍ୱର,୨।୪(ବ୍ୟୁରୋ): ଜଣେ ମା’ ୩ ଶିଶୁଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇବା ଓ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ଚାଇଲ୍ଡ ଲାଇନ୍‌ ତଦନ୍ତ ଆରମ୍ଭ କରିଛି। ଗୁରୁବାର ଏକ ଟିମ ଚନ୍ଦକା ଥାନା କନ୍ଦଲେଇ ଗାଁକୁ ଯାଇ ପଚରାଉଚରା କରିଛି। ସ୍ବାମୀଙ୍କ ମୃତ୍ୟୁ ପରେ ମା’ ଜାନକୀ ଗାଗରାଇ ୩ ପିଲାଙ୍କ ସହ ରହୁଥିବାବେଳେ ଦିଅର ସହାୟତା କରୁଥିଲେ। ହେଲେ ଘଟଣା ପୂର୍ବଦିନ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଜଣାପଡିଛି। ଏହାକୁ ନେଇ ଜାନକୀ ଏପରି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଅଭାବରୁ ଏଭଳି ଘଟଣା ଘଟିଥିବା ନେଇ ଯାହା କୁହାଯାଉଥିଲା ତାହାର ପ୍ରମାଣ ପାଇପାରିନି ଟିମ୍‌। ଅନ୍ୟପଟେ ଗୁରୁତର ଶିଶୁ କନ୍ୟା ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି। ଜାନକୀଙ୍କ ପରିବାର ଲୋକେ ଶିଶୁ କନ୍ୟାକୁ ରଖି ଲାଳନ ପାଳନ କରିବାକୁ ଇଚ୍ଛୁକ ଥିବା ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେଣୁଧର ସେନାପତି ସୂଚନା ଦେଇଛନ୍ତି। ଚାଇଲ୍ଡ ଲାଇନ ତରଫରୁ ଏ ସଂକ୍ରାନ୍ତ ତଦନ୍ତ ରିପୋର୍ଟ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ଓ ଶିଶୁ ଅଧିକାର ଆୟୋଗକୁ ପ୍ରଦାନ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଆଇ ତଦନ୍ତ ଦାବି କଲେ ମା’

ଭୁବନେଶ୍ୱର,(ବ୍ୟୁରୋ)/ ନୟାଗଡ଼ ଅଫିସ୍‌/ ରଣପୁର, ୫।୪ (ସ୍ବ.ପ୍ର.):ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତ...

୨୦ ବର୍ଷ ପରେ ଓଡ଼ିଶା ପାଇଁ ଗୌରବ: ରାଜ୍ୟ ସଭାରେ ଅଧ୍ୟକ୍ଷତା କଲେ ଓଡ଼ିଆ ଏମ୍‌ପି

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଦୀର୍ଘ ୨୦ବର୍ଷ ପରେ ଓଡ଼ିଶା ଏମ୍‌ପି ରାଜ୍ୟ ସଭା ଗୃହ ପରିଚାଳନାରେ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟ ପାଇଁ ଏକ ଗୌରବର ମୁହୂର୍ତ୍ତ। ବିଜେଡି ରାଜ୍ୟ...

ଡରାଇଲାଣି କରୋନା: ବିଏମ୍‌ସି ଅଞ୍ଚଳରେ ବଢ଼ୁଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର,୧୪।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବି ବୃଦ୍ଧି ପାଇଛି। ଶୁକ୍ରବାର...

ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସମ୍ଭାବ୍ୟ ସଂକ୍ରମଣ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ସଂକ୍ରମଣ। ଏହାର ମୁକାବିଲା ଲାଗି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ସତର୍କତାମୂଳକ ପଦକ୍ଷେପ...

ଅକ୍ଟୋବର ୧ରୁ ଲାଗୁ ହେବ ସଂଶୋଧିତ ପେନ୍‌ସନ ନିୟମ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଚାକିରିରେ ଯୋଗ ଦେବାର ୭ ବର୍ଷ ମଧ୍ୟରେ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ହୁଏ ତେବେ ତାଙ୍କର ନିକଟ ସମ୍ପର୍କୀୟଙ୍କୁ ଶେଷ ଦରମାର...

ପ୍ରଣବଙ୍କ ବିୟୋଗରେ ମନ୍ତ୍ରୀ, ରାଜନେତାଙ୍କ ଶୋକ

ଭୁବନେଶ୍ୱର,୧।୯(ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ତୀବ୍ର ଅବପାତ ନେଲା ୨ ଜୀବନ: ୪ ଗୁରୁତର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ତୀବ୍ର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ମଙ୍ଗଳବାର ସକାଳୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଲାଗି ରହିଛି। ତେବେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ...

ଚାଷୀଙ୍କ ଲାଗି ୬ ପ୍ରସ୍ତାବ ଦେଇଛି ରାଜ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦିଲ୍ଲୀ ନୀତି ଆୟୋଗ ବୈଠକରେ କୃଷକର ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି। କୃଷିମନ୍ତ୍ରୀ ଅରୁଣ ସାହୁ ବୈଠକରୁ ଫେରିବା...

Advertisement
Archives

Model This Week