କେନ୍ଦ୍ରାପଡ଼ା ଅଫିସ, ୧୬। ୪: ଖରାର ପ୍ରକୋପ ବଢ଼ିଲାଣି। ପାଚିଲା ଆମ୍ବ ବଜାରକୁ ଆସିଲାଣି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏବେ ଆମ୍ବର ପସରା। ବିଭିନ୍ନ ପ୍ରକାର ଆମ୍ବକୁ ଦୋକାନରେ ସଜାଇ ବ୍ୟବସାୟୀମାନେ ଗ୍ରାହକଙ୍କ ଆକୃଷ୍ଟ କରୁଛନ୍ତି। ଧୀରେ ଧୀରେ ବ୍ୟବସାୟ ବି ବଢ଼ିଛି। ତେବେ ଏହି ଆମ୍ବ ଆମ ପାଇଁ ବିଭିନ୍ନ ରୋଗର କାରଣ ବା ଜହର ପାଲଟିଛି। ଫଳ ପଚାଇବା ପାଇଁ ବ୍ୟବହୃତ କ୍ୟାଲସିୟମ କାର୍ବାଇଡ ବିଭିନ୍ନ ରୋଗ ସହ କ୍ୟାନ୍‌ସରର କାରଣ ହେଉଛି ବୋଲି ଡାକ୍ତର ମତ ଦେଇଛନ୍ତି। ଫଳ ପଚାଇବା ପାଇଁ କାର୍ବାଇଡ ଓ ଅନ୍ୟ ରାସାୟନିକ ଦ୍ରବ୍ୟର ବ୍ୟବହାର ବନ୍ଦ ପାଇଁ ୨୦୦୬ ଫୁଡ୍‌ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟରେ ବାରଣ କରାଯାଇଛି। ସେହିପରି ୨୦୧୧ ଫୁଡ୍‌ ସେଫ୍ଟି (ପ୍ରୋହିବିଶନ ଆଣ୍ଡ ରେଷ୍ଟ୍ରିକ୍ସନ) ରେଗୁଲେଶନ ଅନୁଯାୟୀ, ଏସିଟିଲିନ ଗ୍ୟାସ ବା କାର୍ବାଇଡକୁ ଖାଦ୍ୟରେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି ଉଲ୍ଲେଖ ଅଛି। ମାତ୍ର ବ୍ୟବସାୟୀମାନେ ଆମ୍ବ ସହ ଅମୃତଭଣ୍ଡା, କଦଳୀ, ଲିଚୁ, ସପେଟା ପରି ଫଳକୁ ଏହି ରାସାୟନିକ ଦ୍ରବ୍ୟ ଦ୍ୱାରା ଅସମୟରେ ପଚାଉଛନ୍ତି। ଫଳରେ ସେହି ଫଳ ଖାଉଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି।
ଏ ସମ୍ପର୍କରେ ଡା. ବୀରଞ୍ଜନ ସ୍ବାଇଁ କହିଛନ୍ତି, ଆର୍ସେନିକ ଓ ଫସ୍‌ଫରସ ସମ୍ମିଶ୍ରଣରେ ସୃଷ୍ଟି ହୋଇଥିବା କ୍ୟାଲ୍‌ସିୟମ କାର୍ବାଇଡ ବା ଏସିଟିଲିନ ଗ୍ୟାସ ୱେଲଡିଂ ଓ ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣରେ ବ୍ୟବହାର ହୋଇଥାଏ। ଏହା ବିପଜ୍ଜନକ ରାସାୟନିକ ପଦାର୍ଥ ତାଲିକାରେ ଅଛି। ଏହାର ସଂସ୍ପର୍ଶରେ ଆସିଲେ ମୁଣ୍ଡ ବୁଲାଇବା, ଚର୍ମ ରୋଗ, ଆଖି ନଷ୍ଟ ପରି ସମ୍ଭାବନା ଥିବା ବେଳେ କ୍ୟାନସର ରୋଗ ସୃଷ୍ଟି ହୋଇପାରେ। ବଜାରରେ ମିଳୁଥିବା ଫଳ ଓ ପନିପରିବାରେ ଏହି ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଥିବାରୁ ଖାଦ୍ୟ ପ୍ରସ୍ତୁତ ପୂର୍ବରୁ ଚଳନ୍ତି ପାଣିରେ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ପଣ୍ଡିତ ହୃଷୀକେଶ ରଥ କହିଛନ୍ତି, ପ୍ରକୃତି ଆମକୁ ଋତୁ ଅନୁଯାୟୀ ଫଳ ପ୍ରଦାନ କରିଆସିଛି। ଏହାକୁ ଆମେ ବ୍ୟବହାର କରିବାକୁ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ରଖାଯାଇଛି। ଖରାଦିନେ ଦେହର ଜଳୀୟ ଅଂଶ କମି ଯାଉଥିବାରୁ ଫଳ ଖାଇବା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସାବିତ୍ରୀ ଅମାବାସ୍ୟା ସୃଷ୍ଟି ହୋଇଛି। ତେବେ କେତେକ କ୍ଷେତ୍ରରେ ଅସମୟରେ ଫଳ ତୋଳି ରାସାୟନିକ ଦ୍ରବ୍ୟ ମାଧ୍ୟମରେ ପଚାଯାଉଛି। ଯାହା କେବଳ ସ୍ବାଦହୀନ ନୁହେଁ, ଦେହ ପାଇଁ କ୍ଷତି କରୁଥିବା ସେ ମତ ଦେଇଛନ୍ତି। ସହରର ଜଣେ ବ୍ୟବସାୟୀ କହିଛନ୍ତି, ଦେହ ସୁସ୍ଥ ପାଇଁ ଫଳ ଖାଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ତେବେ ରାଜ୍ୟରେ ଏହାର ଉତ୍ପାଦନ ନାହିଁ। ଏଥିପାଇଁ ବାହାର ରାଜ୍ୟରୁ ଆଣିବାକୁ ପଡୁଛି। ପରିବହନ ପାଇଁ ୨ରୁ ୫ ଦିନ ପର୍ଯ୍ୟନ୍ତ ସମୟ ଲାଗୁଛି। ଆମ୍ବ, କଦଳୀ, ସପୁରି, ସପେଟା ଆଦି ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଛି। ଏହି ଫଳକୁ ସେଠାରୁ ପାଚିଲା ଆଣିବା ସମ୍ଭବ ନୁହେଁ, କାରଣ ସେସବୁ ଫଳ ଏଠାରେ ପହଞ୍ଚତ୍ବା ପୂର୍ବରୁ ପଚି ନଷ୍ଟ ହେଉଛି। ସେଥିପାଇଁ କଞ୍ଚା ଫଳ ଆଣିବାକୁ ପଡୁଛି। ତୁରନ୍ତ ପାଚିବା ପାଇଁ କ୍ୟାଲ୍‌ସିୟମ କାର୍ବାଇଡ ବ୍ୟବହାର କରା ନ ଗଲେ କଞ୍ଚା ଫଳ ମଧ୍ୟ ନଷ୍ଟ ହେଉଛି। ଦେହ ପାଇଁ ତାହା କ୍ଷତିକାରକ ଜାଣିଥିଲେ ମଧ୍ୟ ବ୍ୟବସାୟ ଓ ଗ୍ରାହକଙ୍କ ଚାହିଦା ପାଇଁ ଏହି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି। ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କହିଛନ୍ତି, ଫଳରେ ରାସାୟନିକ ଦ୍ରବ୍ୟ ମିଶା ଯାଉଥିବା ସନ୍ଦେହ ନାହିଁ। ତେବେ ଏହାର ପରୀକ୍ଷା ପାଇଁ କେନ୍ଦ୍ରାପଡ଼ାରେ ଖାଦ୍ୟ ପରୀକ୍ଷାଗାର ନାହିଁ। ଖାଦ୍ୟ ପଦାର୍ଥରେ ବିଷ ମିଶ୍ରଣର ପରୀକ୍ଷା ପାଇଁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଇବାକୁ ପଡିବ। ଏଥିପାଇଁ ଜିଲାରେ ଏକ ପରୀକ୍ଷାଗାର ପ୍ରତିଷ୍ଠା ଓ ପ୍ରତି ବ୍ଲକ ଅଞ୍ଚଳ ପାଇଁ ଜଣେ ଲେଖାଏ ଫୁଡ୍‌ ସେଫ୍‌ଟି ଅଫିସର ନିଯୁକ୍ତି ପାଇବା ଦରକାର। ଏ ନେଇ ଜିଲା ପ୍ରଶାସନ ସଚେତନ ନ ହେଲେ ସମସ୍ୟାର ସମାଧାନ ହେବନାହିଁ ବୋଲି ସେ ମତ ଦେଇଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ପ୍ରତି ଦୋକାନରେ ଥିବା ଫଳ କ୍ୟାଲ୍‌ସିୟମ କାର୍ବାଇଡରେ ପଚା ହୋଇ ନ ଥିବା ନେଇ ସୂଚନା ଫଳକ ମାରିବାକୁ ନିୟମ ହୋଇଛି। ଏ ସମ୍ପର୍କରେ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି। ଗତ ଦୁଇଦିନ ମଧ୍ୟରେ ୪ ଦୋକାନର ଫଳ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବୋରେଟୋରିକୁ ପଠାଯାଇଛି। ରିପୋର୍ଟ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri