କେନ୍ଦ୍ରାପଡ଼ା ଅଫିସ, ୧୬। ୪: ଖରାର ପ୍ରକୋପ ବଢ଼ିଲାଣି। ପାଚିଲା ଆମ୍ବ ବଜାରକୁ ଆସିଲାଣି। ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଏବେ ଆମ୍ବର ପସରା। ବିଭିନ୍ନ ପ୍ରକାର ଆମ୍ବକୁ ଦୋକାନରେ ସଜାଇ ବ୍ୟବସାୟୀମାନେ ଗ୍ରାହକଙ୍କ ଆକୃଷ୍ଟ କରୁଛନ୍ତି। ଧୀରେ ଧୀରେ ବ୍ୟବସାୟ ବି ବଢ଼ିଛି। ତେବେ ଏହି ଆମ୍ବ ଆମ ପାଇଁ ବିଭିନ୍ନ ରୋଗର କାରଣ ବା ଜହର ପାଲଟିଛି। ଫଳ ପଚାଇବା ପାଇଁ ବ୍ୟବହୃତ କ୍ୟାଲସିୟମ କାର୍ବାଇଡ ବିଭିନ୍ନ ରୋଗ ସହ କ୍ୟାନ୍‌ସରର କାରଣ ହେଉଛି ବୋଲି ଡାକ୍ତର ମତ ଦେଇଛନ୍ତି। ଫଳ ପଚାଇବା ପାଇଁ କାର୍ବାଇଡ ଓ ଅନ୍ୟ ରାସାୟନିକ ଦ୍ରବ୍ୟର ବ୍ୟବହାର ବନ୍ଦ ପାଇଁ ୨୦୦୬ ଫୁଡ୍‌ ସେଫ୍‌ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟରେ ବାରଣ କରାଯାଇଛି। ସେହିପରି ୨୦୧୧ ଫୁଡ୍‌ ସେଫ୍ଟି (ପ୍ରୋହିବିଶନ ଆଣ୍ଡ ରେଷ୍ଟ୍ରିକ୍ସନ) ରେଗୁଲେଶନ ଅନୁଯାୟୀ, ଏସିଟିଲିନ ଗ୍ୟାସ ବା କାର୍ବାଇଡକୁ ଖାଦ୍ୟରେ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି ଉଲ୍ଲେଖ ଅଛି। ମାତ୍ର ବ୍ୟବସାୟୀମାନେ ଆମ୍ବ ସହ ଅମୃତଭଣ୍ଡା, କଦଳୀ, ଲିଚୁ, ସପେଟା ପରି ଫଳକୁ ଏହି ରାସାୟନିକ ଦ୍ରବ୍ୟ ଦ୍ୱାରା ଅସମୟରେ ପଚାଉଛନ୍ତି। ଫଳରେ ସେହି ଫଳ ଖାଉଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି।
ଏ ସମ୍ପର୍କରେ ଡା. ବୀରଞ୍ଜନ ସ୍ବାଇଁ କହିଛନ୍ତି, ଆର୍ସେନିକ ଓ ଫସ୍‌ଫରସ ସମ୍ମିଶ୍ରଣରେ ସୃଷ୍ଟି ହୋଇଥିବା କ୍ୟାଲ୍‌ସିୟମ କାର୍ବାଇଡ ବା ଏସିଟିଲିନ ଗ୍ୟାସ ୱେଲଡିଂ ଓ ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣରେ ବ୍ୟବହାର ହୋଇଥାଏ। ଏହା ବିପଜ୍ଜନକ ରାସାୟନିକ ପଦାର୍ଥ ତାଲିକାରେ ଅଛି। ଏହାର ସଂସ୍ପର୍ଶରେ ଆସିଲେ ମୁଣ୍ଡ ବୁଲାଇବା, ଚର୍ମ ରୋଗ, ଆଖି ନଷ୍ଟ ପରି ସମ୍ଭାବନା ଥିବା ବେଳେ କ୍ୟାନସର ରୋଗ ସୃଷ୍ଟି ହୋଇପାରେ। ବଜାରରେ ମିଳୁଥିବା ଫଳ ଓ ପନିପରିବାରେ ଏହି ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଥିବାରୁ ଖାଦ୍ୟ ପ୍ରସ୍ତୁତ ପୂର୍ବରୁ ଚଳନ୍ତି ପାଣିରେ ଧୋଇବାକୁ ସେ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ପଣ୍ଡିତ ହୃଷୀକେଶ ରଥ କହିଛନ୍ତି, ପ୍ରକୃତି ଆମକୁ ଋତୁ ଅନୁଯାୟୀ ଫଳ ପ୍ରଦାନ କରିଆସିଛି। ଏହାକୁ ଆମେ ବ୍ୟବହାର କରିବାକୁ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ରଖାଯାଇଛି। ଖରାଦିନେ ଦେହର ଜଳୀୟ ଅଂଶ କମି ଯାଉଥିବାରୁ ଫଳ ଖାଇବା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସାବିତ୍ରୀ ଅମାବାସ୍ୟା ସୃଷ୍ଟି ହୋଇଛି। ତେବେ କେତେକ କ୍ଷେତ୍ରରେ ଅସମୟରେ ଫଳ ତୋଳି ରାସାୟନିକ ଦ୍ରବ୍ୟ ମାଧ୍ୟମରେ ପଚାଯାଉଛି। ଯାହା କେବଳ ସ୍ବାଦହୀନ ନୁହେଁ, ଦେହ ପାଇଁ କ୍ଷତି କରୁଥିବା ସେ ମତ ଦେଇଛନ୍ତି। ସହରର ଜଣେ ବ୍ୟବସାୟୀ କହିଛନ୍ତି, ଦେହ ସୁସ୍ଥ ପାଇଁ ଫଳ ଖାଇବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ତେବେ ରାଜ୍ୟରେ ଏହାର ଉତ୍ପାଦନ ନାହିଁ। ଏଥିପାଇଁ ବାହାର ରାଜ୍ୟରୁ ଆଣିବାକୁ ପଡୁଛି। ପରିବହନ ପାଇଁ ୨ରୁ ୫ ଦିନ ପର୍ଯ୍ୟନ୍ତ ସମୟ ଲାଗୁଛି। ଆମ୍ବ, କଦଳୀ, ସପୁରି, ସପେଟା ଆଦି ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରୁ ଆସୁଛି। ଏହି ଫଳକୁ ସେଠାରୁ ପାଚିଲା ଆଣିବା ସମ୍ଭବ ନୁହେଁ, କାରଣ ସେସବୁ ଫଳ ଏଠାରେ ପହଞ୍ଚତ୍ବା ପୂର୍ବରୁ ପଚି ନଷ୍ଟ ହେଉଛି। ସେଥିପାଇଁ କଞ୍ଚା ଫଳ ଆଣିବାକୁ ପଡୁଛି। ତୁରନ୍ତ ପାଚିବା ପାଇଁ କ୍ୟାଲ୍‌ସିୟମ କାର୍ବାଇଡ ବ୍ୟବହାର କରା ନ ଗଲେ କଞ୍ଚା ଫଳ ମଧ୍ୟ ନଷ୍ଟ ହେଉଛି। ଦେହ ପାଇଁ ତାହା କ୍ଷତିକାରକ ଜାଣିଥିଲେ ମଧ୍ୟ ବ୍ୟବସାୟ ଓ ଗ୍ରାହକଙ୍କ ଚାହିଦା ପାଇଁ ଏହି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି। ବୁଦ୍ଧିଜୀବୀ ଅମରବର ବିଶ୍ୱାଳ କହିଛନ୍ତି, ଫଳରେ ରାସାୟନିକ ଦ୍ରବ୍ୟ ମିଶା ଯାଉଥିବା ସନ୍ଦେହ ନାହିଁ। ତେବେ ଏହାର ପରୀକ୍ଷା ପାଇଁ କେନ୍ଦ୍ରାପଡ଼ାରେ ଖାଦ୍ୟ ପରୀକ୍ଷାଗାର ନାହିଁ। ଖାଦ୍ୟ ପଦାର୍ଥରେ ବିଷ ମିଶ୍ରଣର ପରୀକ୍ଷା ପାଇଁ ଭୁବନେଶ୍ୱର ପରୀକ୍ଷାଗାରକୁ ପଠାଇବାକୁ ପଡିବ। ଏଥିପାଇଁ ଜିଲାରେ ଏକ ପରୀକ୍ଷାଗାର ପ୍ରତିଷ୍ଠା ଓ ପ୍ରତି ବ୍ଲକ ଅଞ୍ଚଳ ପାଇଁ ଜଣେ ଲେଖାଏ ଫୁଡ୍‌ ସେଫ୍‌ଟି ଅଫିସର ନିଯୁକ୍ତି ପାଇବା ଦରକାର। ଏ ନେଇ ଜିଲା ପ୍ରଶାସନ ସଚେତନ ନ ହେଲେ ସମସ୍ୟାର ସମାଧାନ ହେବନାହିଁ ବୋଲି ସେ ମତ ଦେଇଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ପ୍ରତି ଦୋକାନରେ ଥିବା ଫଳ କ୍ୟାଲ୍‌ସିୟମ କାର୍ବାଇଡରେ ପଚା ହୋଇ ନ ଥିବା ନେଇ ସୂଚନା ଫଳକ ମାରିବାକୁ ନିୟମ ହୋଇଛି। ଏ ସମ୍ପର୍କରେ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି। ଗତ ଦୁଇଦିନ ମଧ୍ୟରେ ୪ ଦୋକାନର ଫଳ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବୋରେଟୋରିକୁ ପଠାଯାଇଛି। ରିପୋର୍ଟ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?