Posted inଖେଳ

ପୋଗାକାର ଟାଇଟଲ ନିକଟତର

ଲୁଜ୍‌ ଆର୍ଡିଡେନ୍‌, ୧୬ା୭-ସ୍ଲୋଭେନିଆର ଟାଡେଜ ପୋଗାକାର (ୟୁଏଇ ଟିମ୍‌ ଏମିରେଟ୍ସ) ଟୁର୍‌ ଡି ଫ୍ରାନ୍ସ ସାଇକେଲ ରେସ୍‌ର ୧୮ତମ ବିଜେତା ହୋଇଛନ୍ତି। ଏଥିସହିତ ସେ ଟାଇଟଲ ନିକଟତର ହୋଇଛନ୍ତି। ଗୁରୁବାର ପାଉଠାରୁ ଲୁଜ୍‌ ଆର୍ଡିଡେନ୍‌ ୧୨୯.୭ କିଲୋମିଟର ବିଶିଷ୍ଟ ଚଳିତବର୍ଷର ଶେଷ ପାର୍ବତ୍ୟାଞ୍ଚଳ ରେସ୍‌କୁ ସେ ୩ ଘଣ୍ଟା ୩୩ ମିନିଟ ୨୫ ସେକେଣ୍ଡରେ ଶେଷ କରିଥିଲେ। ସେ ରେସ୍‌ର ଶେଷ ୫୦୦ ମିଟର ତାଙ୍କ ସ୍ପିଡ୍‌ ବଢାଇଥିଲେ। ସେ ଡେନ୍‌ମାର୍କର ଜୋନାସ ଭିଙ୍ଗେଗାର୍ଡ ଓ ଇକ୍ୱେଡରର ରିଚାର୍ଡ କାରାପାଜ୍‌ଙ୍କୁ ୨ ସେକେଣ୍ଡ ବ୍ୟବଧାନରେ ପଛରେ ପକାଇ ଦେଇଥିଲେ। ଆଉ ୩ଟି ରେସ୍‌ ବାକି ରହିଛି। ରବିବାର ଇଭେଣ୍ଟର ଫାଇନାଲ ରେସ୍‌ ହେବ। ପୋଗାକାର ଜେନେରାଲ କ୍ଲାସିଫିକେଶନରେ ଭିଙ୍ଗେଗାର୍ଡଙ୍କଠାରୁ ୫ ମିନିଟ ୪୫ ସେକେଣ୍ଡ ଏବଂ ତୃତୀୟ ସ୍ଥାନରେ ଥିବା କାରାପାଜ୍‌ଙ୍କଠାରୁ ଆହୁରି ୬ ସେକେଣ୍ଡ ଆଗରେ ରହିଛନ୍ତି। ଅଷ୍ଟ୍ରେଲିଆର ବେନ୍‌ ଓ’କନର ୮ମିନିଟ ୧୮ ସେକେଣ୍ଡ ବ୍ୟବଧାନରେ ଚତୁର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ଷ୍ଟିକ୍‌ରେ ଖେଳାଳିଙ୍କ ମୁଣ୍ଡକୁ ମାଡ଼

ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସ ମହାକୁମ୍ଭର ପ୍ରଥମ ଦିନରେ ସାମ୍ନାକୁ ଆସିଛି ପୂରା ଖେଳ ଜଗତକୁ ନିନ୍ଦିତ କଲା ଭଳି ଦୃଶ୍ୟ। ଶନିବାର ଆର୍ଜେଣ୍ଟିନା ଓ ସ୍ପେନ...

ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଜୁନ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଲାଗି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅପରାହ୍ନ...

ଐତିହାସିକ ମ୍ୟାଚ୍‌ରେ ମିଳିଲା ବର୍ଷର ପ୍ରଥମ ବିଜୟ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ...

ସ୍ମିଥ୍‌ଙ୍କ ନିକଟତର ହେଲେ କୋହଲି

ଦୁବାଇ, ୨୬।୧୧ (ପି.ଟି.)- ଭାରତର ସର୍ବପ୍ରଥମ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କରି ବାଂଲାଦେଶ ବିପକ୍ଷରେ ଦଳକୁ ଇନିଂସ କରାଇଥିବା...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ ଶ୍ରେୟାସ

କାନପୁର,୨୮।୧୧: କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରେୟାସ ଆୟର ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଇନିଂସରେ...

ଜୋକୋଭିଚ୍‌ଙ୍କ ଗୋଲ୍ଡେନ ସ୍ଲାମ ସ୍ବପ୍ନ ଅଧୁରା

ଟୋକିଓ, ୩୧ା୭ (ଏପି)-ଗତଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ଙ୍କ ଗୋଲ୍ଡେନ ସ୍ଲାମ ସ୍ବପ୍ନ ଅଧୁରା ରହିଯାଇଛି। ପୁଣି ଏହି ସୁଯୋଗ ପାଇଁ ତାଙ୍କୁ ଅତି କମ୍‌ରେ ଆହୁରି...

ନିକ୍‌ କିର୍ଗିଓସ୍‌ ୧୬ ସପ୍ତାହ ବାସନ୍ଦ

ପ୍ୟାରିସ, ୨୬।୯ (ଏଏଫ୍‌ପି)- ଦି ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ (ଏଟିପି) ଅଷ୍ଟ୍ରେଲୀୟ ଷ୍ଟାର୍‌ ଖେଳାଳି ନିକ୍‌ କିର୍ଗିଓସ୍‌ଙ୍କୁ ୧୬ ସପ୍ତାହ ଲାଗି ବାସନ୍ଦ କରିଛି।...

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି ଲକ୍ଷ୍ୟରେ ଭାରତ

ଧର୍ମଶାଳା, ୧୫।୯(ପି.ଟି.)- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ। ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ...

Advertisement
Archives

Model This Week