କବିଙ୍କ ଆକାଉଣ୍ଟ ବ୍ଲକ୍‌ କଲା ଫେସ୍‌ବୁକ୍‌

ଥିରୁଭାନନ୍ତପୁରମ୍‌,୧୦ା୫: କେରଳର କବି କେ. ସତ୍‌ଚିଦାନନ୍ଦନ ଫେସ୍‌ବୁକ୍‌ରେ ଏକ ଭିଡିଓ ପୋଷ୍ଟ କରିଥିଲେ। ରାଜ୍ୟରେ ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ହାରିବ ବୋଲି ଏଥିରେ ବ୍ୟଙ୍ଗ କରାଯାଇଥିଲା। ଉକ୍ତ ପୋଷ୍ଟ ପରେ ଫେସ୍‌ବୁକ୍‌ ତାଙ୍କ ଆକାଉଣ୍ଟକୁ ୨୪ ଘଣ୍ଟା ପାଇଁ ବ୍ଲକ୍‌ କରିଦେଇଥିଲା। ଏନେଇ ସତ୍‌ଚିଦାନନ୍ଦନ କହିଛନ୍ତି, ତାଙ୍କ ପାଖକୁ ହ୍ବାଟ୍ସଆପ୍‌ରେ ଆସିଥିବା ମେସେଜ୍‌କୁ ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଶେୟାର କରିଥିଲେ। ସେଥିରେ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ଆଡୋଲ୍ଫ ହିଟ୍‌ଲର ନିଜ ପରାଜୟ ପରେ ସୈନ୍ୟମାନଙ୍କୁ ସମ୍ବୋଧିତ କରୁଥିବା ଦେଖାଯାଇଥିଲା। ମାଲୟାଲମ୍‌ ଭାଷାରେ କୁହାଯାଇଥିଲା, କେରଳ ନିର୍ବାଚନରେ ପରାଜୟ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପାର ବରିଷ୍ଠ ନେତାମାନେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରୁଛନ୍ତି। ଏହା ବ୍ୟଙ୍ଗାତ୍ମକ ହୋଇଥିଲେ ହେଁ କାହାକୁ ଅପମାନିତ କଲାଭଳି ନୁହେଁ। ତେବେ ଭାରତ ଫେସ୍‌ବୁକ୍‌ର ଏକ ବଡ଼ ମାର୍କେଟ ହୋଇଥିବାରୁ କେନ୍ଦ୍ରରେ କ୍ଷମତାସୀନ ଭାଜପା କଥା ମାନି ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲା ବୋଲି କବି ଅଭିଯୋଗ ଆଣିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁର କହିଛନ୍ତି, ସତ୍‌ଚିଦାନନ୍ଦନ୍‌ କେରଳର ଜଣେ ମହାନ୍‌ କବି। ରାଜନୀତିରେ ସେନ୍‌ସରଶିପ୍‌କୁ ଅନୁମତି ଦିଆଯିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ...

ପୃଥିବୀ କକ୍ଷରେ ଚନ୍ଦ୍ରୟାନ-୨; ଇତିହାସ ରଚିଲା ଇସ୍ରୋ

ଶ୍ରୀହରିକୋଟା,୨୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରୟାନ-୨ ସୋମବାର ଅପରାହ୍ନ ୨ଟା ୪୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯାଇଛି।...

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଜମ୍ମୁ-କଶ୍ମୀର,୨୧ା୧୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ୮ଟା ୩୩ରେ ଭୂକମ୍ପର ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ...

ବାଲାସାହେବଙ୍କ ପାଇଁ ଆମେ ସବୁ କରିପାରିବୁ: ସଞ୍ଜୟ

ମୁମ୍ବାଇ,୧୭।୧୧: ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଶ୍ରାଦ୍ଧଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଏହାପରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର...

ଅଢ଼େଇ ଘଣ୍ଟାରେ କରୋନା ପରୀକ୍ଷା

ବର୍ଲିନ,୨୮ା୩ : ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପିବାରେ ଲାଗିଛି। ୧୯୯ ଦେଶରେ ମୋଟ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୬୦ ହଜାର ଟପିଥିବାବେଳେ...

କୋଭିଡ-୧୯: ମହାକାଳେଶ୍ୱର ମନ୍ଦିରରେ ହେଲା ଭଷ୍ମ ଆଳତି

ଉଜ୍ଜୟିନୀ,୧୭।୩: ମହାମାରୀ କରୋନା ଭୟରେ ଏବେ ଦେଶର ଅଧିକାଂଶ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି। ମଲ୍‌, ସିନେମା ହଲ୍‌ଠାରୁ ଆରମ୍ଭ କରି ବଡ...

ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ...

ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…

ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି...

Advertisement
Archives

Model This Week