ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରାଜି

ଉପେନ୍ଦ୍ର ଭଞ୍ଜ ଘୁମୁସର ରାଜ ପରିବାରରେ ଜନ୍ମ ନେଇଥିଲେ ସୁଦ୍ଧା ରାଜସୁଖ, ରାଜ ଐଶ୍ୱର୍ଯ୍ୟକୁ ଜଳାଞ୍ଜଳି ଦେଇ ଅମିୟ ମଧୁର କାବ୍ୟ କବିତାର ସର୍ଜନାକରି ଉତ୍କଳୀୟ ସାରସ୍ବତ ଦରବାରର କବି ସମ୍ରାଟ ଆସନରେ ବସିପାରିଥିଲେ। ତାରକ ମନ୍ତ୍ର ସିଦ୍ଧ କରି ପ୍ରଭୁ ଶ୍ରୀରଘୁନାଥ ଓ ଶ୍ରୀଜଗନ୍ନାଥଙ୍କୁ ନିଜର ସମସ୍ତ ସୃଷ୍ଟି ନିବେଦନକରି ନିଜକୁ ଜଣେ ଅନନ୍ୟ ଜାତୀୟ କବି ରୂପେ ପ୍ରତିଷ୍ଠା କରିଯାଇଛନ୍ତି। ଓଡ଼ିଆ ଭାଷାରେ କାବ୍ୟ ରଚନା କରିଥିଲେ ବି ସେ ନିଜକୁ ଉତ୍କଳ ଭୂଖଣ୍ଡରେ ସୀମିତ ନ ରଖି ସମଗ୍ର ଭାରତର ଚିତ୍ର ନିଜ କାବ୍ୟରେ କରିଛନ୍ତି। ଭାରତୀୟ ସାମାଜିକ ଓ ସାଂସ୍କୃତିକ ଜୀବନକୁ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ନିଜର ସୃଷ୍ଟିରେ ସ୍ଥାନ ଦେଇଛନ୍ତି। ତାଙ୍କର କାବ୍ୟ ନାୟକ ନାୟିକାମାନେ ସିଂହଳ, କର୍ନାଟକ, କେରଳ, କଶ୍ମୀର, ଗୁଜରାଟଠାରୁ ଉତ୍କଳ ଭୂଖଣ୍ଡ ପର୍ଯ୍ୟନ୍ତ ପରିବ୍ୟାପ୍ତ।
ହିନ୍ଦୁ ସନାତନ ଧର୍ମର ଚାରି ବିଶିଷ୍ଟ ଧାମର ସୁନ୍ଦର ରୂପାୟନ ତାଙ୍କ ସୃଷ୍ଟିରେ ସ୍ଥାନ ପାଇଛି। ଲାବଣ୍ୟବତୀ କାବ୍ୟରେ ନାୟିକା ସିଂହଳର ଓ ନାୟକ ଚନ୍ଦ୍ରଭାନୁ କର୍ନାଟକର। ସେମାନଙ୍କର ପ୍ରୀତି ପ୍ରଣୟର ମିଳନପୀଠ ହୋଇଛି ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ। ସେହିପରି ତାଙ୍କର ଆଉ ଏକ ଆଳଙ୍କାରିକ କାବ୍ୟ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ର ନାୟିକା ପ୍ରଭୁ ବଦ୍ରିନାଥଙ୍କର ଆଶୀର୍ବାଦରୁ ହୋଇଛି। ଏଣୁ ବଦ୍ରିକାଶ୍ରମର ମନୋଜ୍ଞ ବର୍ଣ୍ଣନାରେ ଏହି କାବ୍ୟ ମୁଖରିତ। ଅନ୍ୟତମ ମହାକାବ୍ୟ ‘ସୁଭଦ୍ରା ପରିଣୟ’ରେ ଭାରତର ପଶ୍ଚିମ ସୀମାରେ ଥିବା ଦ୍ୱାରକାର ମନୋଜ୍ଞ ବର୍ଣ୍ଣନା ପରିଲକ୍ଷିତ। ଅନ୍ୟ ଏକ କାବ୍ୟ ‘ରସିକ ହାରାବଳୀ’ କାବ୍ୟରେ ପୁରୁଷୋତ୍ତମ ଧାମ ପୁରୀର ମନୋରମ ବର୍ଣ୍ଣନା ହୃଦୟସ୍ପର୍ଶୀ। ଉତ୍କଳର ଜେମା ରସିକ ହାରାବଳୀ କୋଶଳ ରାଜକୁମାରଙ୍କୁ ଭେଟିଛି ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା ସମୟରେ। ଏଣୁ ଏହି କାବ୍ୟରେ ଉତ୍କଳର ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନୋଜ୍ଞ ବର୍ଣ୍ଣନା ଦ୍ରଷ୍ଟବ୍ୟ। ସର୍ବୋପରି ତାଙ୍କ ଶ୍ରେଷ୍ଠ କାବ୍ୟ ‘ବୈଦେହୀଶ ବିଳାସ’ରେ ସମଗ୍ର ଭାରତବର୍ଷର ନଦୀ, ପର୍ବତ,ବୃକ୍ଷଲତା ଓ ପଶୁପକ୍ଷୀଙ୍କର ବର୍ଣ୍ଣନା ଦ୍ରଷ୍ଟବ୍ୟ। ତେଣୁ ଉପେନ୍ଦ୍ର ଭଞ୍ଜ ଜଣେ ଜାତୀୟ କବି। ତାଙ୍କ ସୃଷ୍ଟିର ପରିସୀମା ସମୁଦାୟ ଭାରତବର୍ଷ। ନାୟକନାୟିକାମାନେ ଭାରତର ବିଭିନ୍ନ କୋଣ ବିକୋଣରୁ ଆସି ଜାତୀୟ ସଂହତି କରିବାକୁ ସମର୍ଥ। ପ୍ରଦେଶ ପ୍ରଦେଶ ମଧ୍ୟରେ ପ୍ରେମ, ବିବାଦ, ମିଳନ ଆଞ୍ଚଳିକ ମନୋଭାବକୁ ମଜଭୁତକରି ଏକ ମହାଭାରତୀୟ ସାଂସ୍କୃତିକ ଐକ୍ୟ ପ୍ରତିଷ୍ଠା କରିପାରିଛି।
ଉପେନ୍ଦ୍ର ଭଞ୍ଜ ନିଜର କ୍ଷୁଦ୍ର କାବ୍ୟ ‘ରସପଞ୍ଚକ’ର ପଞ୍ଚମ ପଞ୍ଚକରେ ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ନାରୀମାନଙ୍କର ସ୍ବଭାବ, ଚରିତ, ଅଙ୍ଗଭଙ୍ଗୀ, ପ୍ରସାଧାନ ଶୈଳୀ, ଜୁଡ଼ାବନ୍ଧା, ପୁଷ୍ପସଜ୍ଜା, ପ୍ରେମ କରିବାର ରୀତିନୀତି, ଚୁମ୍ବନ ଆଦିର ଭିନ୍ନତା ଦର୍ଶାଇ ଅଛନ୍ତି। ଭାରତର ରାଷ୍ଟ୍ରୀୟ ନଦୀ ଗଙ୍ଗାନଦୀ। ଏହାର ସୁନ୍ଦର ବର୍ଣ୍ଣନାରେ ସେ ବୈଦେହୀଶ ବିଳାସ କାବ୍ୟରେ ସ୍ବର୍ଗ, ମର୍ତ୍ତ୍ୟ, ପାତାଳରେ ପ୍ରବାହିତ ଗଙ୍ଗାନଦୀର ବୈଶିଷ୍ଟ୍ୟ ଦର୍ଶାଇ କୁହନ୍ତି-
”ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ
ହରେ ସୁର ବର ତାପ ଚାରୁ ଧାରା ସେ…“
ସେହିଭଳି କମଳ ବା ପଦ୍ମ ଜାତୀୟ ପୁଷ୍ପ। ଭ୍ରମର ଜାତୀୟ ପୌରୁଷର ପ୍ରତୀକ। ଏମାନଙ୍କୁ ଅଳଙ୍କାରମୟ ପଦାବଳୀରେ ପ୍ରକାଶ କରି କୁହନ୍ତି-
”ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମର ଏ ଶୋଭିତ।“
ସେହିପରି କୋକିଳ ରାଷ୍ଟ୍ରୀୟ ପକ୍ଷୀ, ରାଷ୍ଟ୍ରୀୟ ସୌନ୍ଦର୍ଯ୍ୟ ଧାରଣ କରେ ବସନ୍ତଋତୁ। ଏ ସବୁର ମନୋଜ୍ଞ ବର୍ଣ୍ଣନା ଭଞ୍ଜ ନିଜ ସୃଷ୍ଟିର ଛତ୍ରେ ଛତ୍ରେ କରିଛନ୍ତି।
”ଏହି ସମୟରେ ସୁନ୍ଦରୀ ଛାମୁଁରେ ପ୍ରଭାମଞ୍ଜୁଳା ଜଣାଇଲା
ଅତି ମଧୁର ମଧୁ ଋତୁ ପ୍ରବେଶ କିଛିଦିନ ହେଲା ହୋଇଲା…“
ଉପେନ୍ଦ୍ର ଭଞ୍ଜଙ୍କର ଭାରତୀୟ ସଂସ୍କୃତି ଓ ହିନ୍ଦୁ ସନାତନ ପରମ୍ପରା ପ୍ରତି ଥିବା ଅତୁଟ ସମ୍ମାନ ତାଙ୍କର ସୃଷ୍ଟିରେ ସୁସ୍ପଷ୍ଟ। କାଳିଦାସ, ମାଘ, ଶ୍ରୀହର୍ଷ ବା ଭାରବୀଙ୍କ ପରି ବା ସଂସ୍କୃତ ବ୍ୟତୀତ ଅନ୍ୟ ଭାଷାର କବି ତୁଳସୀ ଦାସ, କବିର, ସୁର ଦାସଙ୍କ ପରି ସେ ଜଣେ ସର୍ବଭାରତୀୟ କବି। ସମଗ୍ର ଭାରତକୁ ନିଜ ମାନସ ଚକ୍ଷୁକୁ ଆଣି ଉପେନ୍ଦ୍ର ଭଞ୍ଜ ଯେଉଁ ସାରସ୍ବତ ସୃଷ୍ଟି କରିଯାଇଛନ୍ତି ତାକୁ ଭାରତୀୟ ସାହିତ୍ୟ ଦରବାରରେ ଉପଯୁକ୍ତ ସ୍ଥାନ ମିଳିବା ଉଚିତ। ଭଞ୍ଜ ରାମାୟଣ ଭାରତୀୟ ରାମ ସାହିତ୍ୟ ପରମ୍ପରାରେ ଏକ ଅମଳିନ ସୃଷ୍ଟି। ଏଣୁ ହେ ଉପେନ୍ଦ୍ର! ତୁମେ କେବଳ ଓଡ଼ିଆ ସାହିତ୍ୟକୁ ସଂସ୍କୃତ ସାହିତ୍ୟ ସମକକ୍ଷ କରାଇ ନାହଁ ବରଂ ଭାରତୀୟ ସାରସ୍ବତ ଜଗତକୁ ସମୃଦ୍ଧ କରିଛ।
ମୋ:୯୪୩୭୦୧୮୬୮୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri