Posted inଜାତୀୟ

୪ କଶ୍ମୀରୀ ଖବରଦାତାଙ୍କୁ ତୁରନ୍ତ ଛାଡ଼

ନୂଆଦିଲ୍ଲୀ,୨୪ା୫: ପ୍ୟାରିସରେ ମୁଖ୍ୟାଳୟ ଥିବା ମିଡିଆ ଓ୍ବାଚ୍‌ଡଗ୍‌ ରିପୋର୍ଟର୍ସ ଓ୍ବିଦାଉଟ୍‌ ବର୍ଡର୍ସ ଏବର୍ଷ ୧୮୦ ଦେଶକୁ ନେଇ ପ୍ରସ୍ତୁତ କରିଥିବା ଓ୍ବାଲର୍‌ଡ ପ୍ରେସ୍‌ ଫ୍ରିଡମ୍‌ ଇଣ୍ଡେକ୍ସ ବା ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତକୁ ୧୬୧ତମ ସ୍ଥାନରେ ରଖିଛି। ସର୍ବବୃହତ୍‌ ଗଣତନ୍ତ୍ରର ଏହା ହେଉଛି ସର୍ବନିମ୍ନ ପାହ୍ୟା। ଚଳିତ ବର୍ଷ ଜି୨୦ର ଅଧ୍ୟକ୍ଷତା କରୁଥିବା ଭାରତ ପକ୍ଷରୁ ଜମ୍ମୁ-କଶ୍ମୀରରେ ସୋମବାରଠାରୁ ୩ ଦିନିଆ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ ଚାଲିଛି। ଏହି ପରିପ୍ରେକ୍ଷୀରେ ଉପତ୍ୟକାରେ ଗଣମାଧ୍ୟମ ଉପରେ ସରକାରୀ କଟକଣା ଏବଂ ଖବରଦାତାମାନଙ୍କ ଗିରଫଦାରିକୁ ଏକ ଅଗ୍ରଣୀ ଓ୍ବାଚ୍‌ଡଗ୍‌ ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି। ନ୍ୟୁୟର୍କସ୍ଥିତ କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟ (ସିପିଜେ) ବେଆଇନ ଭାବେ ଗିରଫ କରାଯାଇଥିବା ୪ ଜଣ କଶ୍ମୀରୀ ଖବରଦାତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଦାବି କରିଛି।
୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହିନ୍ଦୁ ଜାତୀୟତାବାଦୀ ସରକାର ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରି ଏହାର ସ୍ବାୟତ୍ତତାକୁ ସୀମିତ କରିବା ସହ ଶାସନକୁ ନୂଆଦିଲ୍ଲୀର ପ୍ରତ୍ୟକ୍ଷ ନିୟନ୍ତ୍ରଣକୁ ନେଇଯାଇଛନ୍ତି। ନୂଆଦିଲ୍ଲୀ ସମ୍ପୃକ୍ତ ଅଞ୍ଚଳରେ କଡ଼ା ଶାସନ ଚଳାଇବା ସହ ବରିଷ୍ଠ ରାଜନେତା, ଆକ୍ଟିଭିଷ୍ଟ, ଖବରଦାତା ଓ ଆଇନଜୀବୀଙ୍କ ସମେତ ଅନେକ ହଜାର ଲୋକଙ୍କୁ ଗିରଫ କରିଛି। ସେବେଠୁ ମୋଦି ସରକାର ବିଭିନ୍ନ ଆଇନ ଓ ନୀତି ପ୍ରଣୟନ କରିଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କ ଅଧିକାରଗୁଡ଼ିକୁ ନୂ୍ୟନକରି ଜୀବିକାରୁ ଉଚ୍ଛେଦ କରିବା ପାଇଁ ଏସବୁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ଆଣୁଛନ୍ତି। କଶ୍ମୀରୀ ଖବରଦାତାମାନେ କୁହନ୍ତି, ୨୦୧୯ରୁ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନେକ ଖବରଦାତାଙ୍କ ଘରେ ଚଢ଼ାଉ କରାଯାଉଛି। ସେମାନଙ୍କୁ ପୋଲିସ ଜେରା ପାଇଁ ଡାକୁଛି। ପର୍ଯ୍ୟବେକ୍ଷକମାନେ ଏହି ପଦକ୍ଷେପକୁ ଜମ୍ମୁ-କଶ୍ମୀରରେ ବାସ୍ତବଧର୍ମୀ ରିପୋର୍ଟିଂକୁ ନୀରବ କରିଦେବା ପାଇଁ ଭାରତର ଉଦ୍ୟମ ବୋଲି ଅଭିହିତ କରିଛନ୍ତି। ୩୭୦ ଉଚ୍ଛେଦ ପରଠୁ ଉପତ୍ୟକାରେ ଜି୨୦ ଭଳି ବଡ଼ ଧରଣର କୂଟନୈତିକ ସମ୍ମିଳନୀ ଆୟୋଜିତ ହୋଇ ନ ଥିଲା। ବିବାଦୀୟ ଭୂଖଣ୍ଡ ଜମ୍ମୁ-କଶ୍ମୀରରେ ବାରମ୍ବାର ମାନବାଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗ ଆଣି ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକରେ ପାକିସ୍ତାନ, ଚାଇନା, ତୁର୍କୀ, ସାଉଦି ଆରବ, ଇଜିପ୍ଟ ଭଳି ଦେଶ ସ୍ବର ଉତ୍ତୋଳନ କରି ଜି୨୦କୁ ବର୍ଜନ କରିଥିବାବେଳେ ଏଠାରେ ସବୁକିଛି ଠିକ୍‌ ଚାଲିଛି ବୋଲି ବିଶ୍ୱକୁ ଦେଖାଇବାକୁ ଭାରତ ଉଦ୍ୟମ କରିଛି। ଜି୨୦ ଟୁରିଜମ୍‌ ବୈଠକରେ ୬୦ ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ତେଣୁ ଏହା ଉପରେ ସାରା ବିଶ୍ୱର ନଜର ରହିଛି। ଏହି ଅବସରରେ ସୋମବାର ସିପିଜେ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ବିବାଦୀୟ କ୍ଷେତ୍ର କଶ୍ମୀରକୁ ସ୍ବାଭାବିକ ସ୍ଥିତି ଫେରିଆସିଛି ବୋଲି ଭାରତ ଦର୍ଶାଇବାକୁ ଉଦ୍ୟମ କରୁଥିଲା ହେଲେ ଏଠାରେ ଗଣମାଧ୍ୟମର ସ୍ବାଧୀନତା ବିପନ୍ନ ହୋଇଛି। ଭାରତ ସରକାର ମିଡିଆ ଉପରେ ବର୍ବର କଟକଣା ଶେଷ କରି ତୁରନ୍ତ ୪ ଖବରଦାତାଙ୍କୁ ମୁକ୍ତ କରନ୍ତୁ ବୋଲି ସିପିଜେ ପକ୍ଷରୁ ଟୁଇଟ୍‌ କରାଯାଇଛି। ସେହି ସାମ୍ବାଦିକମାନେ ହେଲେ ଆସିଫ୍‌ ସୁଲତାନ, ଫହାଦ୍‌ ଶାହ, ସଜାଦ ଗୁଲ ଓ ଇରଫାନ୍‌ ମେହରାଜ ସୁଲତାନ। କଶ୍ମୀର ନେରେଟର ମାଗାଜିନରେ ରିପୋର୍ଟିଂ କରୁଥିବା ସୁଲତାନଙ୍କୁ ୨୦୧୮ରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ବଳରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଭଳି ଅଭିଯୋଗ ରହିଛି। କିନ୍ତୁ ତାଙ୍କ ପରିବାର ଏହାକୁ ଖଣ୍ଡନ କରିଛି। ସୁଲତାନଙ୍କୁ ତାଙ୍କ ରିପୋର୍ଟିଂ ପାଇଁ ଟାର୍ଗେଟ କରାଯାଇଥିବା ପରିବାର ଲୋକେ କହିଛନ୍ତି। ସେହିପରି କଶ୍ମୀର ଓ୍ବାଲା ଓ୍ବେବ୍‌ସାଇଟ୍‌ ସମ୍ପାଦକ ଫହାଦ୍‌ଙ୍କୁ ଗତବର୍ଷ ଫେବୃୟାରୀରେ ଆତଙ୍କବାଦ ନିରୋଧୀ ଆଇନ ୟୁଏପିଏ ବଳରେ ଗିରଫ କରାଯାଇଥିଲା। ତାଙ୍କ ଆଲେଖ୍ୟଗୁଡ଼ିକରେ ଆତଙ୍କବାଦକୁ ମହିମାମଣ୍ଡନ କରାଯାଇଥିବା ପୋଲିସ କହିଥିଲା। ଫହାଦ୍‌ଙ୍କ ମାଗାଜିନରେ କାର୍ଯ୍ୟରତ ସଜାଦଙ୍କୁ ଗତବର୍ଷ ଜାନୁୟାରୀରେ ଦେଶର ଏକମାତ୍ର ମୁସଲମାନ ବହୁଳ ଅଞ୍ଚଳରେ ଭାରତୀୟ ଶାସନ ବିରୋଧରେ ମିଥ୍ୟା ପ୍ରଚାର ବିସ୍ତାର ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ସାଧାରଣ ସୁରକ୍ଷା ଆଇନ ବଳରେ ମାମଲା ରୁଜୁ ହୋଇଛି। ଏହି ଆଇନ ବଳରେ ଗିରଫ ବ୍ୟକ୍ତିଙ୍କୁ ବର୍ଷେ କିମ୍ବା ତଦୂର୍ଦ୍ଧ୍ୱ ଅବଧି ପର୍ଯ୍ୟନ୍ତ ବିନା ଜାମିନରେ ଜେଲରେ ରଖାଯାଇପାରିବ। ଅନୁରୂପ ଭାବେ ସ୍ଥାନୀୟ ମାନବାଧିକାର ଗୋଷ୍ଠୀ ଜମ୍ମୁ ଓ କଶ୍ମୀର କୋଆଲିଶନ୍‌ ଅଫ୍‌ ସିଭିଲ୍‌ ସୋସାଇଟିରେ ପୂର୍ବରୁ ଜଣେ ଗବେଷକ ଭାବେ କାର୍ଯ୍ୟରତ ମେହରାଜଙ୍କୁ ୨ ମାସ ତଳେ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା। ଉପରୋକ୍ତ ୪ ଖବରଦାତାଙ୍କୁ ଅନ୍ୟ ରାଜ୍ୟର ଜେଲଗୁଡ଼ିକୁ ପଠାଇଦିଆଯାଇଛି। ଫଳରେ ପରିବାର ଲେକେ ସେମାନଙ୍କୁ ଭେଟିପାରୁ ନାହାନ୍ତି।
ସୌଜନ୍ୟ: ଅଲ୍‌ ଜଜିରା


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri