Posted inଜାତୀୟ

ଦିନକ ମଧ୍ୟରେ ଉତ୍ତର ଦିଅ

ନୂଆଦିଲ୍ଲୀ,୭।୧: ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଉପରେ ଭଠିଣ୍ଡା ପୋଲିସକୁ ନୋଟିସ ଜାରି କରିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଉତ୍ତର ରଖିବାକୁ ନୋଟିସରେ ମାତ୍ର ୨୪ ଘଣ୍ଟା ସମୟ ଦିଆଯାଇଛି। କୃଷକମାନେ ବାଟ ନ ଛାଡ଼ିବାରୁ ପ୍ରଧାନମନ୍ତ୍ରୀଙ୍କ କାର ୨୦ ମିନିଟ୍‌ ପାଇଁ ଫ୍ଲାଏଓଭରରେ ଅଟକି ଥିଲା। ସେହି ଫ୍ଲାଏଓଭରରେ ଶୁକ୍ରବାର ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଏକ ଦଳ।

ସ୍ପେଶାଲ ସୁରକ୍ଷା ଗୋଷ୍ଠୀର ଇନ୍ସପେକ୍ଟର ଜେନେରାଲ ଏସ୍‌ ସୁରେଶଙ୍କୁ ନେଇ ଗଠିତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ୩ ଜଣିଆ ଦଳ ଫ୍ଲାଏଓଭରରେ ୪୫ ମିନିଟ୍‌ ଧରି ତଦନ୍ତ ଚଳାଇଥିଲେ। ପଞ୍ଜାବ ଡିଜିପି ସିଦ୍ଧାର୍ଥ ଚାଟୋପାଧ୍ୟାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୧୨ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରାଯାଇଛି।

ଶୁକ୍ରବାର ପଞ୍ଜାବ ମୁଖ୍ୟ ସଚିତ ଅନିରୁଦ୍ଧ ତିଓ୍ବାରୀ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ ଭଲା ରାଜ୍ୟ ସ୍ତରୀୟ ତଦନ୍ତର ସମସ୍ତ ଅପ୍‌ଡେଟ୍‌ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ପୋଲିସରେ ଏକ ମାମଲା ରୁଜୁ କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ଦୁଇ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ୩ ଦିନ ମଧ୍ୟରେ ତା’ର ତଦନ୍ତ ରିପୋର୍ଟ ଦାଖଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି କିଛିଦିନ ଥରାଇବ ଜାଡ଼

ନୂଆଦିଲ୍ଲୀ,୧୫ ।୧: ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ ଭାରତ ଓ ଉପକୂଳ ଆନ୍ଧ୍ର ପ୍ରଦେଶରେ ଆସନ୍ତା ୨ ଦିନ ବର୍ଷା ଲାଗି ରହିବ ।...

ମହାରାଷ୍ଟ୍ରରେ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ

ପୁଣେ,୨୬ା୧୨(ଏଏଫ୍‌ପି): ମହାରାଷ୍ଟ୍ରରେ ଚାଷୀଙ୍କ କୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୫ ଏପ୍ରିଲ ୧ରୁ ୨୦୧୯ ମାର୍ଚ୍ଚ...

ଗଣତନ୍ତ୍ର ସୂଚକାଙ୍କ: ଭାରତ ସ୍ଥାନ ଖସିଲା

ନୂଆଦିଲ୍ଲୀ, ୪ା୨: ଗଣତନ୍ତ୍ର ସୂଚକାଙ୍କ-୨୦୨୦ରେ ବିଶ୍ୱସ୍ତରୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୨ଟି ସ୍ଥାନ ତଳକୁ ଖସିଛି। ପୂର୍ବରୁ ଭାରତ ୫୧ ନମ୍ବରରେ ଥିବାବେଳେ ଏବେ ନଂ. ୫୩ରେ...

ଧଳା ରଙ୍ଗର ପୋଷାକରେ ଉଭୟ ମେଲାନିଆ, ଇଭାଙ୍କା

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଟ୍ରମ୍ପଙ୍କ ସହ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ...

୨୫ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବେ ମାସକୁ ଏକ କୋଟି କ୍ଷତିପୂରଣ: ଏନଜିଟି

ନୂଆଦିଲ୍ଲୀ,୨୬।୫: ବର୍ଜ୍ୟ ପ୍ଲାଷ୍ଟିକ୍‌ ନିଷ୍କାସନ ଯୋଜନା ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ତଥ୍ୟ ଦାଖଲ କରି ନ ଥିବାରୁ ୨୫ ରାଜ୍ୟ ସରକାରଙ୍କୁ...

କଂଗ୍ରେସରେ ଚାଲିଛି ମ୍ୟୁଜିକାଲ ଚେୟାର ଖେଳ: ସୋନିଆଙ୍କ ପରେ ରାହୁଲ ଏବେ ପୁଣି ସୋନିଆ; କହିଲେ ସମ୍ବିତ୍‌ ପାତ୍ର

ନୂଆଦିଲ୍ଲୀ,୧୧।୮: କଂଗ୍ରେସ ଦିଗହରା ହୋଇ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜି ପାଇପାରୁନି ବୋଲି ଭାଜପା ମୁଖପାତ୍ର ସମ୍ବିତ ପାତ୍ର ରବିବାର କହିଛନ୍ତି। ଦଳରେ...

୫ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ଏତିକି କୋଟି…

ନୂଆଦିଲ୍ଲୀ,୨୧ା୭: ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ତେବେ ଏହି ବିଦେଶ ଗସ୍ତରେ ମୋଟ୍‌ ୨୫୪.୮୭...

ଓୱାଇସିଙ୍କ ଘର ଉପରୁକୁ ପଥରମାଡ

ନୂଆଦିଲ୍ଲୀ,୨୦ ।୨: ରାଜଧାନୀ ଦିଲ୍ଲୀରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଘର ଉପରକୁ ରବିବାର ସନ୍ଧ୍ୟାରେ ପଥରମାଡ ହୋଇଛି । ଏହି ପଥରମାଡରେ ଓୱାଇସିଙ୍କ ଘରର...

Advertisement
Archives

Model This Week