Posted inଜାତୀୟ

ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ: ଲୋକଙ୍କ ନିକଟକୁ ଯାଅ,ସରକାରୀ ଯୋଜନା ବିଷୟରେ ବୁଝାଅ

ନୂଆଦିଲ୍ଲୀ,୩୦।୧: ଲୋକଙ୍କ ନିକଟକୁ ଯାଇ ସରକାରୀ ଯୋଜନା ବିଷୟରେ ବୁଝାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦର ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଧାରା ୩୭୦ ରଦ୍ଦ ଏବଂ ରାମ ମନ୍ଦିର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଭଳି ପ୍ରସଙ୍ଗକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ମଧ୍ୟରେ ନିଆଯାଉ।
ସରକାରଙ୍କ ଦ୍ୱାରା ପରିଚାଳିତ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତି, ଧର୍ମ ଏବଂ ଭୋଟ ବ୍ୟାଙ୍କ ନିର୍ବିଶେଷରେ ସରକାର ସେହି ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ସମସ୍ତ ଧର୍ମ ଏବଂ ଶ୍ରେଣୀ ଉପକୃତ ହେବ। ଏହା ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଗ୍ୟାସ ସିଲିଣ୍ଡର ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ତେଣୁ ମନ୍ତ୍ରୀମାନେ ଲୋକଙ୍କ ନିଟକୁ ଯାଇ ସରକାରଙ୍କର ପ୍ରତ୍ୟେକ ଯୋଜନା ବିଷୟରେ ବୁଝାଇବା ଆବଶ୍ୟକ। ଆସନ୍ତା ୨୫ ବର୍ଷ ମଧ୍ୟରେ ଦେଶର ଅଗ୍ରଗତି ପାଇଁ ସମସ୍ତେ କଠିନ ପରିଶ୍ରମ କରିବା ଆବଶ୍ୟକ ବୋଲି ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନାନୁସାରେ, ଏହି ବୈଠକରେ ପ୍ରଧାନମନ୍ତ୍ରୀ ମଧ୍ୟ ସୋସିଆଲ ମିଡିଆରେ କିଛି ମନ୍ତ୍ରୀଙ୍କ କମ୍‌ ସକ୍ରିୟତାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ, କିଛି ମନ୍ତ୍ରୀଙ୍କ ଇନଷ୍ଟାଗ୍ରାମରେ ମଧ୍ୟ ଆକାଉଣ୍ଟ ନାହିଁ। ସୋସିଆଲ ମିଡିଆରେ ସରକାରଙ୍କ ବାର୍ତ୍ତା ଲୋକମାନଙ୍କ ତଥା ବିଶେଷ କରି ଯୁବକମାନଙ୍କ ନିକଟରେ ପହଞ୍ଚାଇବାରେ ସବୁଠାରୁ ବଡ ବାହକ ହୋଇପାରେ, କାରଣ ଯୁବକମାନେ ସର୍ବଦା ମୋବାଇଲ ସହିତ ସଂଯୁକ୍ତ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri