Posted inଜାତୀୟ

୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ ପିଏମ୍‌ଏଓ୍ବାଇ-ଜି ଯୋଜନା, କ୍ୟାବିନେଟ୍‌ ନିଷ୍ପତ୍ତି…

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇ ମାର୍ଚ୍ଚ ୨୦୨୧ ପରେ ମଧ୍ୟ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ଗ୍ରାମିନ (ପିଏମ୍‌ଏଓ୍ବାଇ-ଜି ) ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨.୯୫ କୋଟି ଘର ନିର୍ମାଣ ଲକ୍ଷ୍ୟ ଅନ୍ତର୍ଗତ ଅବଶିଷ୍ଟ ୧୫୫.୭୫ ଲକ୍ଷ ଘର ତିଆରି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସମ୍ପ୍ରତି କ୍ୟାବିନେଟ ଅନୁମୋଦନ ଅନୁଯାୟୀ ଗୃହ ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ।

ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ କହିଛି ଯେ ପିଏମ୍‌ଏଓ୍ବାଇ-ଜି ଅନ୍ତର୍ଗତ ଗ୍ରାମାଞ୍ଚଳରେ ୨.୯୫ କୋଟି ଘର ଧାର୍ଯ୍ୟ ହାସଲ କରିବା ପାଇଁ ଅବଶିଷ୍ଟ ୧୫୫.୭୫ ଲକ୍ଷ ନିର୍ମାଣ ପାଇଁ ମୋଟ ୨,୧୭,୨୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ସେଥିମଧ୍ୟରୁ କେନ୍ଦ୍ର ସରକାର ୧,୨୫,୧୦୬ କୋଟି ଟଙ୍କା ଯୋଗାଇ ଦେଉଥିବାବେଳେ ରାଜ୍ୟ ସରକାର ୭୩,୪୭୫ କୋଟି ଟଙ୍କା ଯୋଗାଇଦେବେ। ଅପରପକ୍ଷରେ, ସୁଧ ବାବଦରେ ନାବାର୍ଡକୁ ୧୮,୬୭୬ କୋଟି ଟଙ୍କା ପରିଶୋଧ କରିବାର ଅତିରିକ୍ତ ଆବଶ୍ୟକତା ରହିଛି ।

ମନ୍ତ୍ରଣାଳୟ କହିଛି ଯେ ମୋଟ ବଜେଟ ସହାୟତା (ଜିବିଏସ) ମାଧ୍ୟମରେ ସମଗ୍ର ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା କରିବା, ନିମନ୍ତେ ପର୍ଯ୍ୟାୟ କ୍ରମେ ଅର୍ଥ ମନ୍ତ୍ରଣାଳୟର ଇବିଆର୍‌ ପରାମର୍ଶ ନିଆଯିବ।

ପିଏମ୍‌ଏଓ୍ବାଇ-ଜି ଅନ୍ତର୍ଗତ ୨.୯୫ କୋଟି ଘର ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୯ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ୧.୬୫ କୋଟି ଘର ନିର୍ମିତ ହୋଇଛି। ତେଣୁ, ଅନୁମାନ କରାଯାଇଛି ଯେ ଏସ୍‌ଇସିସି ୨୦୧୧ ଡାଟାବେସ ଉପରେ ଆଧାରିତ ୨.୦୨ କୋଟି ଘର ନିର୍ମାଣ କାର୍ଯ୍ୟ, ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ତେଣୁ ୨.୯୫ କୋଟି ଘରର ସାମଗ୍ରିକ ଲକ୍ଷ୍ୟ ହାସଲ କରିବାକୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନା ଜାରି ରଖିବା ଆବଶ୍ୟକ ବୋଲି କ୍ୟାବିନେଟ୍‌ରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri