ମେ ୩୧ରେ ଶେଷ ହେବ ପିଏମ୍‌ଏଓ୍ବାଇ ଆବେଦନ: ତୁରନ୍ତ ସାରିଦିଅନ୍ତୁ କାମ

ଭୁବନେଶ୍ୱର, ୨୮ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ଏପରି ପରିବାର ରହିଛନ୍ତି ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ। ସେଥିଲାଗି ସେମାନେ ଆଉ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ପାଇବାକୁ ଯୋଗ୍ୟ ହୋଇପାରିନାହାନ୍ତି। ସେତେବେଳେ ସେମାନେ ଇନ୍ଦିରା ଆବାସ ଯୋଜନାରେ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ପାଇଥିଲେ। ସେହି ହିତାଧିକାରୀମାନେ ଯେଉଁ ଘର କରିଥିଲେ ସେଗୁଡିକ ମଧ୍ୟ ଭାଙ୍ଗିଗଲାଣି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ତଳସ୍ତରକୁ ଯାଇ ଆହୁରି ଭଲରେ ସର୍ଭେ କରିବା ଲାଗି। ଯେଉଁମାନେ ଇନ୍ଦିରା ଆବାସ ପାଇଥିଲେ ଏବଂ ସେମାନଙ୍କ ଘର ନଷ୍ଟ ହୋଇଯାଇଛି ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ସାମିଲ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ନାଏକ କହିଛନ୍ତି, ରାଜ୍ୟରେ ହିତାଧିକାରୀଙ୍କୁ ୨ ପ୍ରକାର ଯୋଜନାରେ ଘର ଦିଆଯାଉଛି। ଲୋକଙ୍କୁ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କରାଯାଉଛି। ହେଲେ ସରକାରକୁ ଆସିବା ବେଳେ ହିତାଧିକାରୀଙ୍କ ତାଲିକା କିଛି ନ ଥିଲା। ସରକାରକୁ ଆସିବା ପରେ ନୂତନ ସର୍ଭେ ଆରମ୍ଭ ହୋଇଛି। ଆସନ୍ତା ୩୧ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ଆବେଦନ କରିବାର ଶେଷ ସମୟ। ଏବେ ସୁଦ୍ଧା ୩୬ ଲକ୍ଷ ୮୧ ହଜାର ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗି ଆବେଦନ କରିଛନ୍ତି। ଯଦି ଆଉ କେହି ଯୋଗ୍ୟ ହିତାଧିକାରୀ ରହିଯାଇଛନ୍ତି ସେମାନେ ଆସନ୍ତା ୩ ଦିନ ମଧ୍ୟରେ ଆବେଦନ କରନ୍ତୁ। ରାଜ୍ୟ ସରକାର ଆଶା ରଖିଛନ୍ତି କେନ୍ଦ୍ରଠାରୁ ୨୨ ଲକ୍ଷ ଘର ମିଳିବ। ପରିସ୍ଥିତି ଅନୁଯାୟୀ ଯଦି ଅଧିକ ଘର ଆବଶ୍ୟକ ପଡ଼ିବ ତାହା କେନ୍ଦ୍ରକୁ ଜଣାଯିବ ଏବଂ ଲୋକଙ୍କୁ ଘର ଦିଆଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁମାନେ ଆବେଦନ କରିଛନ୍ତି ୨ ମାସ ମଧ୍ୟରେ ସେମାନଙ୍କ ଆବେଦନକୁ ସର୍ଭେକରି କେନ୍ଦ୍ର ସରକାରଙ୍କ ନିକଟକୁ ତାଲିକା ପଠାଇଯିବ। ଏଭଳି ନିଷ୍ପତ୍ତି ବିଭାଗ ପକ୍ଷରୁ ନିଆଯାଇଛି। ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଗୃହ ବଣ୍ଟନ କରିଛନ୍ତି। ଏବେ ୧ ଲକ୍ଷ ୭ ହଜାର ଗୃହ ଅନ୍ତ୍ୟୋଦୟ ଘର ଦେବାକୁ ଯୋଜନା ରଖାଯାଇଛି। ଏହି ଘର ମୌସୁମୀ ପରେ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି: କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୭: ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି। ମାର୍କେଟିଂ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩.୫୦ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତଙ୍କ ଉଦ୍ୟମରେ ମେଗା ରକ୍ତଦାନ ଶିବିର: ୪୦ ୟୁନିଟ୍ ରକ୍ତ ସଂଗ୍ରହ

ଦିଗପହଣ୍ଡି, ୩୦।୬(ଅଶେଷ ନାଥ ମିଶ୍ର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଦେଖାଦେଇଥିବା ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri