Posted inଜାତୀୟ

ପିଏମ୍‌ ସ୍ପେଶାଲ ଯୋଜନା, ଘରେ ବରିଷ୍ଠ ନାଗରିକଙ୍କୁ ମିଳିବ ଚିକିତ୍ସା ସୁବିଧା…

ନୂଆଦିଲ୍ଲୀ, ୬।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମାଜର ପ୍ରତ୍ୟେକ ବର୍ଗକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତି ଜାରି ରଖିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଏହି ଯୋଜନାର ନାମ ’ପିଏମ ସ୍ପେଶାଲ’ ହେବ। ଏହା ଅଧୀନରେ ଘରେ ବସି ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହି ଯୋଜନା ବୃଦ୍ଧାବସ୍ଥା ଯତ୍ନ ବୃତ୍ତିଗତମାନଙ୍କର ଏକ ବ୍ୟବସ୍ଥିତ, ନିର୍ଭରଯୋଗ୍ୟ ବ୍ୟବସ୍ଥା ସୃଷ୍ଟି କରିବ ଏବଂ ଖର୍ଚ୍ଚ ମଧ୍ୟ ହ୍ରାସ ହେବ।

ଏହି ଯୋଜନା ଅଧୀନରେ ଆସନ୍ତା ତିନି ବର୍ଷ ମଧ୍ୟରେ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ଜେରାଟ୍ରିକ କେୟାର-ପ୍ରଦାନକାରୀ (ଜେରିଆଟ୍ରିକ୍ସ) ତାଲିମ ଦିଆଯିବ। ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ଏକ ସପ୍ତାହ ମଧ୍ୟରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ସରକାରଙ୍କ ଦ୍ୱାରା ଏକ ଅନଲାଇନ ପୋର୍ଟାଲ ସୃଷ୍ଟି ହେବ, ଯେଉଁଥିରେ ସମସ୍ତ ପଞ୍ଜୀକୃତ ତଥା ତାଲିମପ୍ରାପ୍ତ ଜେରାଟ୍ରିକ ପ୍ରଫେଶନାଲମାନଙ୍କର ଏକ ତାଲିକା ରହିବ। ଏହା ଏକ ଇ-ମାର୍କେଟ ପ୍ଲେସ ପରି ହେବ୍‌। ଏଠାରେ ଲୋକମାନେ ବୃଦ୍ଧମାନଙ୍କ ଯତ୍ନ ନେବା ପାଇଁ ବୃତ୍ତିଗତମାନଙ୍କ ଉପଲବ୍ଧତାକୁ ଦେଖିପାରିବେ ଏବଂ ସେମାନଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହେବେ। ସେପ୍ଟେମ୍ବର ସୁଦ୍ଧା ଏହି ୱେବସାଇଟ ଶୂଭାରମ୍ଭ ହେବ ବୋଲି ଆଶା କରାଯାଉଛି।

ସାମାଜିକ କଲ୍ୟାଣ ମନ୍ତ୍ରଣାଳୟ ସଚିବ,ଆର. ସୁବ୍ରମଣ୍ୟମ କହିଛନ୍ତି ଯେ ଜେରାଟ୍ରିକ ପ୍ରଫେଶନାଲମାନଙ୍କର ଆବଶ୍ୟକତା ଏପର୍ଯ୍ୟନ୍ତ ସଠିକ ଭାବରେ ପୂରଣ ହୋଇନାହିଁ । ପର୍ଯ୍ୟାପ୍ତ ତାଲିମପ୍ରାପ୍ତ ବୃତ୍ତିଗତମାନେ ବୃଦ୍ଧମାନଙ୍କର ଯତ୍ନ ନେବା ପାଇଁ ଦେଶରେ ନାହାଁନ୍ତି। ଲୋକମାନେ ସେମାନଙ୍କ ବିଷୟରେ ମଧ୍ୟ ଜାଣି ପାରୁ ନାହାନ୍ତି। ସୁବ୍ରମଣ୍ୟମ କହିଛନ୍ତି ଯେ ବର୍ତ୍ତମାନ ସରକାର ଏହାର ବ୍ୟବସ୍ଥାକୁ ଏକ ବୃତ୍ତିଗତ ଢ଼ଙ୍ଗରେ ପ୍ରସ୍ତୁତ କରୁଛନ୍ତି, ଯାହା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହେବ। ଏହା ବୃଦ୍ଧମାନଙ୍କୁ ଗୁଣାତ୍ମକ ଯତ୍ନ ନେବାରେ ସକ୍ଷମ କରିବ ଏବଂ ଖର୍ଚ୍ଚ ମଧ୍ୟ ପୂର୍ବ ଅପେକ୍ଷା କମ ହେବ।

ସଚିବ କହିଛନ୍ତି ଯେ ଯେକୌଣସି ବ୍ୟକ୍ତି ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି, ଜଣେ ଜେରାଟ୍ରିକ ପେଶାଦାର ହେବା ପାଇଁ ତାଲିମ ଲାଗି ଆବେଦନ କରିପାରିବେ। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସରକାର ଏସସି, ଏସଟି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ୧୦,୦୦୦ଲୋକଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାର ଏକ ଲକ୍ଷରୁ ଅଧିକ ଲୋକ ରୋଜଗାର ପାଇବେ । ସବୁଠାରୁ ବଡ କଥା ହେଉଛି ବରିଷ୍ଠ ନାଗରିକମାନଙ୍କର ଉପଯୁକ୍ତ ଯତ୍ନ ପାଇଁ ଏକ ବ୍ୟବସ୍ଥା ସୃଷ୍ଟି ହୋଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri