Posted inଜାତୀୟ

ମୋଦିଙ୍କୁ ଭେଟିବେ ଶେଖ ହାସିନା, ୭ଟି ଚୁକ୍ତି ଉପରେ ହେବ ସ୍ୱାକ୍ଷର

ନୂଆଦିଲ୍ଲୀ,୬ ।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବାକୁ ୪ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସେ ଭାରତ ପହଞ୍ଚିବା ପରେ ପ୍ରଥମ ଦିନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି । ହାସିନା ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାର୍ତ୍ତା ହେବ । ଏହି ସମୟରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କ ଏବଂ ବାଣିଜ୍ୟକୁ ନୂତନ ଦିଗ ଦେବାକୁ କୁଶିଆର ନଦୀ ଜଳ ବଣ୍ଟନ ସମେତ ଜଳ ପରିଚାଳନା, ରେଳ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସହିତ ୭ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଏହି ଗସ୍ତର କାର୍ଯ୍ୟସୂଚିରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି, ଆଞ୍ଚଳିକ ପରିବହନ ସଂଯୋଗକୁ ମଜଭୁତ କରିବା ଏବଂ ଦକ୍ଷିଣ ଏସିଆରେ ସ୍ଥିରତା ପାଇଁ ମଧ୍ୟ ପ୍ରୟାସ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଜୈବ ଇନ୍ଧନ ପାଇଁ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ…

ନୂଆଦିଲ୍ଲୀ,୧୨।୨ :ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସ ଗଠନ ପାଇଁ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ। ଆସନ୍ତା କିଛି ମାସ ମଧ୍ୟରେ...

ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିବାରୁ ତଡା ଖାଇଲେ ଯୁବକ: ସେହି ରାଗରେ କଲେ ଏମିତି

ଲକ୍ଷ୍ନୌ, ୨୬।୫: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକଙ୍କୁ ବିନା ନିମନ୍ତ୍ରଣରେ ଇଫତାର୍‌ ପାର୍ଟିରେ ପହଞ୍ଚିଯାଇଥିବାରୁ ତଡା ଖାଇବାକୁ...

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ...

ଆଇପିଏସ୍‌ ଅଧିକାରୀଙ୍କ ଡେପୁଟେଶନକୁ ବିରୋଧ: ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧।୩: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ରାଜ୍ୟ କ୍ୟାଡରର ୩ ଆଇପିଏସ୍‌ ଅଧିକାରୀଙ୍କୁ...

କପଡା ସଫା କରୁଛନ୍ତି ମୁଖ୍ୟମନ୍ତ୍ରୀ, ହସ୍ପିଟାଲରୁ କଲେ କ୍ୟାବିନେଟ ବୈଠକ

ଭୋପାଳ,୨୮।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କରୋନା ସଂକ୍ରମିତ ହୋଇ ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ବୈଠକ...

ନିର୍ଭୟା ମାମଲା: ବିନୟଙ୍କୁ ଝଟ୍‌କା, ସୁପ୍ରିମକୋର୍ଟରେ ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମାଙ୍କ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ବିନୟଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ...

ଭାରତ-ଆମେରିକା ସୈନ୍ୟ ପ୍ରମୁଖଙ୍କ ମଧ୍ୟରେ ଫୋନରେ ଆଲୋଚନା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୧୨ : ସୀମାରେ ଭାରତ ଏବଂ ଚାଇନେ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଏହି ସମୟରେ ଆମେରିକାର ଜଏଣ୍ଟ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମାର୍କ...

ମେଡିକାଲ କଲେଜ ଫି ବୃଦ୍ଧି ମାମଲା: ଶିକ୍ଷା ଲାଭ ପାଇଁ ଏକ ବ୍ୟବସାୟ ନୁହେଁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧ : ଶିକ୍ଷା ଲାଭଜନକ ବ୍ୟବସାୟ ନୁହେଁ ଏବଂ ଟ୍ୟୁସନ ଫି ସର୍ବଦା କମ ହେବା ଉଚିତ ବୋଲି ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖି...

Advertisement
Archives

Model This Week