Posted inଜାତୀୟ

ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରୟାସ ଚାଲିଛି

ନୂଆଦିଲ୍ଲୀ,୭।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ୨୦ ମିନିଟ୍‌ ପାଇଁ ଏକ ଫ୍ଲାଏଓଭରରେ ଫସି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଲାଗି କେନ୍ଦ୍ର ସରକାର ଏକ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି।

“ପଞ୍ଜାବ ଓ ପଞ୍ଜାବୀଙ୍କୁ ବଦନାମ କରିବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଲାଗି ଏହା ଏକ ପ୍ରୟାସ। ସେମାନେ ପଞ୍ଜାବ ଓ ପଞ୍ଜାବୀଙ୍କ ଉପରେ ଏତେ ବଡ଼ ଅଭିଯୋଗ ଆଣିଛନ୍ତି। ଆମକୁ ହତ୍ୟାକରୀ ଦର୍ଶାଉଛନ୍ତି। ଆମେ ଜାତୀୟତାବାଦୀ। ଆମେ ଦେଶ ପାଇଁ ଅନେକ ଯୁଦ୍ଧ ଲଢ଼ିଛୁ। କାର୍ଯ୍ୟସ୍ଥଳରେ ଆମର ଅନେକ ସଦସ୍ୟ ପ୍ରାଣ ହରାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ମୁଁ ପ୍ରଥମେ ଗୁଳି ଖାଇବାକୁ ପ୍ରସ୍ତୁତ ଥିବା ମୁଁ କହିସାରିଛି ” ବୋଲି ୪ ମାସ ହେଲା ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିବା ଚନ୍ନି କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ଅଭିଯୋଗକୁ ଖଣ୍ଡନ କରି ଦଳିତ କଂଗ୍ରେସ ନେତା କହିଛନ୍ତି, ତୁମ ଜୀବନକୁ କେଉଁଠି ବିପଦ ଥିଲା। ତୁମର ଏକ କିଲୋମିଟର ପର୍ଯ୍ୟନ୍ତ କେହି ନ ଥିଲେ। ତୁମକୁ ପଥର ପକାଇ ନାହାନ୍ତି, ଗୁଳି କରି ନାହାନ୍ତି, କେହି ତୁମ ବିରୋଧରେ ସ୍ଲୋଗାନ ମଧ୍ୟ ଦେଉ ନ ଥିଲେ। ତୁମେ କେଉଁ ଆଧାରାରେ କହିପାରିବ, ମୁଁ ଜୀବନ ବଞ୍ଚେଇ ଫେରି ଆସିଲି। ଜଣେ ବଡ଼ ନେତାଙ୍କ ଠାରୁ ଏଭଳି ସମ୍ବେଦନଶୀଳ ମନ୍ତବ୍ୟ ଦେବା ଉଚିତ ନୁହେଁ। ଲୋକେ ତୁମକୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ କରିଛନ୍ତି। ତୁମେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଉଚିତ ନୁହେଁ। ତୁମେ କହୁଛ, ଆମେ ଆମ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଚାହୁଁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସନ୍ତାନ ଥିବା ମାତାପିତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଆଇଜଲ୍‌,୨୨।୬: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି। କିନ୍ତୁ ମିଜୋରାମ ଜଣେ ମନ୍ତ୍ରୀ ଏକ ଅଜବ ଘୋଷଣା କରି ଚର୍ଚ୍ଚାରେ ଅଛନ୍ତି।...

ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅନ୍ତୁ ମୋଦି ସରକାର:କେସିଆର୍‌

ହାଇଦ୍ରାବାଦ୍‌,୧୪।୨: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।...

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି...

ରିମ୍ସରେ ହେବ ଲାଲୁଙ୍କ ଚିକିତ୍ସା

ରାଞ୍ଚି,୨୭।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କର ଅନ୍ୟ କୌଣସି ହସ୍ପିଟାଲରେ ଚିକିତ୍ସା କରାଯିବ ନାହିଁ। ପୂର୍ବପରି ରାଞ୍ଚିର ରିମ୍ସ...

ଗଣତାନ୍ତ୍ରିକ ସିଦ୍ଧାନ୍ତର ବିଜୟ: ଷ୍ଟାଲିନ୍‌

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୧୧: ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସ୍ବାଗତ କରିଛନ୍ତି। ଡିଏମ୍‌କେ ମୁଖ୍ୟ...

୨ରୁ ୮ବର୍ଷର ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ ଆରମ୍ଭ

ପାଟନା,୨୮।୫: ବିହାର ସମେତ ପୁରା ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ପ୍ରତିଦିନ ହଜାର ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ...

ମାୟାବତୀଙ୍କୁ ପୁଣି ଝଟ୍‌କା

ଲକ୍ଷ୍ନୌ,୨୫।୧୧: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ଦଳ ବିଏସପିକୁ ବଡ଼ ଝଟ୍‌କା ଲାଗିଛି। ବନ୍ଦନା ସିଂଙ୍କ ପରେ ଆଉ ଜଣେ ବିଏସପି ବିଧାୟକ ଦଳ...

ପୁଣି ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୪।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮,୦୮୪...

Advertisement
Archives

Model This Week