Posted inଜାତୀୟ

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୫: ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ ଅନ୍ୟ ରାଜ୍ୟର ବିଜେତା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି କ୍ରମରେ ମମତା ବାନାର୍ଜୀଙ୍କୁ ବିଶେଷ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି – ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବିଜୟ ପାଇଁ ମମତା ବାନାର୍ଜୀଙ୍କୁ ଅନେକ ଅନେକ ଶୁଭେଚ୍ଛା। କରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ କେନ୍ଦ୍ର ସରକାରଙ୍କଠାରୁ ସମସ୍ତ ସହାୟତା ପାଇବ। ଏହାସହ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଲେଖିଛନ୍ତି- ଆମ ପାର୍ଟିକୁ ଆଶୀର୍ବାଦ ଦେଇଥିବାରୁ ମୁଁ ପଶ୍ଚିମବଙ୍ଗର ଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଦେଉଛି। ଭାଜପା ରାଜ୍ୟବାସୀଙ୍କ ସେବା ଜାରି ରଖିବ। ନିର୍ବାଚନରେ କରାଯାଇଥିବା ଅକ୍ଲାନ୍ତ ପରିଶ୍ରମ ପାଇଁ ମୁଁ ପ୍ରତ୍ୟେକ ଦଳର କର୍ମୀଙ୍କୁ ଧନ୍ୟବାଦ ଦେଉଛି।

ଏହା ବ୍ୟତୀତ କେରଳ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି- କରୋନା ମହାମାରୀ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆମେ କାର୍ଯ୍ୟ ଜାରି ରଖିବୁ। ଏହାସହ ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ଆମ ଦଳର କର୍ମୀମାନେ ରାଜ୍ୟବାସୀଙ୍କ ସେବା ଜାରି ରଖିବେ।

ତାମିଲନାଡୁରେ ଡିଏମକେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଷ୍ଟାଲିନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ମିଳିତ ଭାବେ ଆମେ ଦେଶର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବୁ। ଏଥି ସହିତ ମୋଦି କହିଛନ୍ତି ଯେ ଆମକୁ ପୁନର୍ବାର ଚୟନ କରିଥିବାରୁ ଆସାମବାସୀଙ୍କୁ ଧନ୍ୟବାଦ ଦେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ମିନିଟ୍‌ରେ ୨ଥର ସୁରକ୍ଷାରେ ତ୍ରୁଟି: ରାହୁଲ ଗାନ୍ଧୀଙ୍କୁ ମିଳିପାରୁନି କଡ଼ା ସିକ୍ୟୁରିଟି

ନୂଆଦିଲ୍ଲୀ,୧୭।୧: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ଏଠାକୁ ପହଞ୍ଚିବା ପୂର୍ବରୁ ରାହୁଲଙ୍କୁ ୨ଥର ଯାତ୍ରା ବନ୍ଦ କରିବାକୁ ଧମକ...

ଡେରିରେ ଆସିଲେ, ଅଧାରୁ ଉଠିଲେ

କୋଲକାତା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗକୁ ସାମୁଦ୍ରିକ ଝଡ଼ ‘ୟାସ୍‌’ କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ତାଙ୍କୁ ଅଧଘଣ୍ଟା...

ବିମାନବନ୍ଦରରେ ଜ୍ୟାକଲିନଙ୍କୁ ଅଟକାଇଲେ ଅଧିକାରୀ

ମୁମ୍ବାଇ,୫।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ରବିବାର ମୁମ୍ବାଇ ବିମାନ ବନ୍ଦରରେ ଇମିଗ୍ରେଶନ ଅଧିକାରୀ ରୋକି ଦେଇଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)...

ଦୁଇ ପଟେ ଘେରି ରହିଛି ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଓ ‘ମହା’: ୫ ରାଜ୍ୟରେ ନଭେମ୍ବର ୮ରୁ ୧୦ ପ୍ରବଳ ବର୍ଷା ସୂଚନା

ନୂଆଦିଲ୍ଲୀ,୬।୧୧: ଦେଶର ଦୁଇ ପଟେ ଦୁଇ ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଓ ‘ମହା’ ଘେରି ରହିଛି। ଏହାର ପ୍ରଭାବରେ ୫ଟି ରାଜ୍ୟରେ ନଭେମ୍ବର ୮ରୁ ୧୦...

ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅନୁଷ୍କା

ମୁମ୍ବାଇ: ଫର୍ଚ୍ୟୁନ ଇଣ୍ଡିଆ ୨୦୧୯ର ଶୀର୍ଷ ୫୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ସ୍ଥାନ ମିଳିଛି।...

ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ, କହିଲା କଂଗ୍ରେସ…

ଅହମଦାବାଦ, ୨୭।୯ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଏଏପିକୁ କଂଗ୍ରେସ ଘେରିଛି। କଂଗ୍ରେସର ଶକ୍ତି ସିଂ ଗୋହିଲ କହିଛନ୍ତି ଭାରତ ଯୋଡ ଯାତ୍ରାର ସଫଳତା...

ଆଇନ ଅନୁସାରେ ମହାତ୍ମା ନୁହଁନ୍ତି ଜାତିର ପିତା: ସମ୍ବିଧାନର ଅନୁଚ୍ଛେଦ ୧୮(୧) ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୨୬।୯: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଜାତିର ପିତା ବୋଲି କହିଛନ୍ତି। ଏହାକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି।...

ମଣିଷ ପରି ଛୁଆ ଜନ୍ମ ଦେଲା ଛେଳି: ଦେଖିବାକୁ ଲୋକଙ୍କ ଭିଡ

ଗୁଆହାଟୀ,୨୮।୧୨:ଏକ ପଶୁ ମଣିଷ ଛୁଆ ଜନ୍ମ ଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଖବର। ଆସାମ ରାଜ୍ୟର କଚାର ଜିଲାରେ ମଣିଷ ପରି ଏକ ସନ୍ତାନ ଜନ୍ମ...

Advertisement
Archives

Model This Week