Posted inଜାତୀୟ

ନଭେମ୍ବର ୨୨ରେ ମୋଦି ଦେବେ ୭୧ ହଜାର ନିଯୁକ୍ତ ପତ୍ର, କେନ୍ଦ୍ର ସରକାରଙ୍କ କିଛି ବିଭାଗରେ ମିଳିବ ସ୍ଥାୟୀ ନିଯୁକ୍ତି

ନୂଆଦିଲ୍ଲୀ,୨୧ ।୧୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏକାସାଙ୍ଗରେ ୭୧ ହଜାର ଯୁବବର୍ଗଙ୍କ୍‌ୁ ସ୍ଥାୟୀ ଚାକିରିର ନିଯୁକ୍ତି ପତ୍ର ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ନଭେମ୍ବରରେ ଭିଡିଓ କନଫରେନସିଂ ଜରିଆରେ ଲାଭାର୍ଥିଙ୍କୁ ନିଯୁକ୍ତି ପତ୍ର ଦେବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦିପାବଳୀରେ ରୋଜଗାର ମେଳା ଜରିଆରେ ପ୍ରାୟ ୭୫ ହଜରା ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଇଥିଲେ । କେନ୍ଦ୍ର ସରକାରଙ୍କର ପ୍ରୟାସ ହେଉଛି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଖାଲି ପଡିଥିବା ପଦକୁ ମିଶନ ମୋଡରେ ଦେଢ ବର୍ଷ ମଧ୍ୟରେ ପୂରଣ କରି ଦିଆଯିବ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନରେ କେନ୍ଦ୍ରର ସମସ୍ତ ମନ୍ତ୍ରଣାଳୟ ଓ ବିଭାଗକୁ ଏହି ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୀପାବଳିରେ ଆୟୋଜିତ ହୋଇଥିବା ରୋଜଗାର ମେଳାରେ ସାରା ଦେଶର ଚୟନ କରାଯାଇଥିବା ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା । ଏଥିରେ ଗ୍ରୁପ-ଏ, ଗ୍ରୁପ-ବି(ଗେଜେଟେଡ), ଗ୍ରୁପ-ବି(ଅଣଗେଜେଟେଡ) ଏବଂ ଗ୍ରୁପ-ସି ନିଯୁକ୍ତି ସହିତ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ସବ-ଇନ୍ସପେକ୍ଟର, କନଷ୍ଟେବଳ, ଜୁନିୟର କ୍ଲର୍କ(ଏଲଡିସି), ଷ୍ଟେନୋ, ପିଏ, ଆୟ ଅନ୍ତର୍ଭୁକ୍ତ ଟ୍ୟାକ୍ସ ଇନ୍ସପେକ୍ଟର, ରେଲୱେ ଏମଟିଏସ ପୋଷ୍ଟ ସାମିଲ ଥିଲା ।
ରୋଜଗାର ମେଳାରେ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀ ମଧ୍ୟ ଭାଗ ନେଇଥିଲେ । ଏହି ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସିଂ ସହିତ ଜଡିତ ଥିଲେ । ସେମାନେ ରାଜ୍ୟରେ ରହି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ନିଯୁକ୍ତି ମେଳାରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଚଣ୍ଡିଗଡ଼ରୁ ଅନୁରାଗ ଠାକୁର, ମହାରାଷ୍ଟ୍ରର ପିୟୁଷ ଗୋଏଲ ଏବଂ ଗୁଜରାଟରୁ ମାନସୁଖ ମାଣ୍ଡବିୟ ଯୋଗ ଦେଇଥିଲେ । ଏହାସହ ଅନ୍ୟ ମନ୍ତ୍ରୀ ଏବଂ ଏମପିମାନେ ବି ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ନିଯୁକ୍ତ ପତ୍ର ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (EVM) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ ( VVPAT) ମେଶିନ୍‌ରୁ ବାହାରୁଥିବା ପେପର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri