Posted inଜାତୀୟ

ବ୍ରିକ୍ସ ଶିଖର ସମ୍ମିଳନୀ: ସୀମା ବିବାଦ ମଧ୍ୟରେ ପୁଣି ସାମ୍ନା ସାମ୍ନି ହେବେ ଭାରତ-ଚାଇନା

ନୂଆଦିଲ୍ଲୀ,୧୭ ।୧୧: ବୈଦେଶିକ ମନ୍ତ୍ରଣାଳର ସୂଚନା ଅନୁଯାୟୀ ମଙ୍ଗଳବାର ଆୟୋଜିତ ହେଉଛି ବିକ୍ସ ଶିଖର ସମ୍ମିଳନୀ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୧୨ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀର ଆୟୋଜନ ଭର୍ଚୁଆଲ ମାଧ୍ୟମରେ କରାଯିବ । ଏଥିରେ ଚାଇନା ରାଷ୍ଟ୍ରପତି ସି ଜିନପିଂଗ, ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀ ଏପରି ସମୟରେ ଆୟୋଜନ କରାଯାଇଛି ଯେତେବେଳେ ସମ୍ମିଳନୀରେ ଯୋଗ ଦେଉଥିବା ଦୁଇ ପ୍ରମୁଖ ଦେଶ ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି । ଭାରତ-ଚାଇନା ମଧ୍ୟରେ ଗତ ମେ’ ମାସରୁ ପୂର୍ବ ଲଦ୍ଦାଖ ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସା ଭଳି ଘଟଣା ଉପୁଜିଥିବା ବେଳେ କେହି ପଛକୁ ହଟିବାକୁ ରାଜି ହେଉ ନାହାଁନ୍ତି । ଅନ୍ୟପଟେ ପଛକୁ ହଟିବାକୁ ନେଇ ଦିଆଯାଇଥିବା ପ୍ରସ୍ତାବ ଉପରେ କଥାବାର୍ତ୍ତା ଚାଲିଛି । ସୂଚନାଯୋଗ୍ୟ, ନିକଟରେ ନରେନ୍ଦ୍ର ମୋଦି ଓ ସି ଜିନପିଙ୍ଗଙ୍କ ମଧ୍ୟରେ ୧୦ ନଭେମ୍ବରରେ ସାଂଘାଇ ସହଯୋଗ ସଙ୍ଗଠନ(ଏସ୍ ସିଓ)ବୈଠକରେ ସାମ୍ନା ସାମ୍ନି ହୋଇଥିଲା । ଏବେ ବ୍ରିକ୍ସ ସମ୍ମିଳନୀ ପରେ ୨୧ ଓ ୨୨ ନଭେମ୍ବରରେ ଜି-୨୦ ବୈଠକରେ ପୁଣି ଦୁଇ ନେତା ସାମ୍ନା ସାମ୍ନି ହେବାର କାର୍ଯ୍ୟକ୍ରମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଏଥର ବି ରାଖୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ରାଖୀ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଭଉଣୀ ସଜବାଜ ଆରମ୍ଭ କରିଦେଲେଣି। ରାଖୀ...

ବୁଧବାରକୁ ଘୁଞ୍ଚିଲା ରାଣା ଦମ୍ପତିଙ୍କ ଜାମିନ ଶୁଣାଣି

ମୁମ୍ବାଇ,୨।୫: ଜେଲ୍‌ରେ ବନ୍ଦ ଥିବା ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କ ପୁଣି ବଢ଼ିଲା ଅଡୁଆ। ସୋମବାର ମୁମ୍ବାଇର...

ପାଣ୍ଠି ହେର୍‌ଫେର୍‌ ଅଭିଯୋଗ: ଅଷ୍ଟ୍ରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଲେ ଭାରତ ସରକାର

ନୂଆଦିଲ୍ଲୀ,୩୦।୧୨: ପାଣ୍ଠି ହେର୍‌ଫେର୍‌ ଅଭିଯୋଗ ଆସିବା ପରେ ଭାରତ ସରକାର ଅଷ୍ଟ୍ରିଆରେ ଅବସ୍ଥାପିତ ଥିବା ରାଷ୍ଟ୍ରଦୂତ ରେନୁପାଲଙ୍କୁ ଫେରାଇ ଆଣିଛନ୍ତିି। ରେନୁଙ୍କ କାର୍ଯ୍ୟକାଳ ପୂରଣ ହେବାର...

୧୮ରେ ଶପଥ ନେବେ ନୂଆ ସିଜେଆଇ ବୋବ୍‌ଡେ

ନୂଆଦିଲ୍ଲୀ,୩୦ା୧୦(ଆଇଏଏନ୍‌ଏସ୍‌): ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡେ ଭାରତର ୪୭ତମ ପ୍ରଧାନ ବିଚାରପତି (ସିଜେଆଇ) ହେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କ ନିଯୁକ୍ତିପତ୍ରରେ ସ୍ବାକ୍ଷର କରିଛନ୍ତି।...

ମହାରାଷ୍ଟ୍ରରେ ମିଳିତ ଭାବେ ଲଢିବେ ଭାଜପା-ଶିବସେନା

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ଭାଜପା-ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବା କଥା ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ...

ଦଶହରାରେ କନ୍ୟା ପୂଜନ କଲେ ଯୋଗୀ: ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କଲେ ଫଟୋ

ଗୋରଖପୁର, ୨୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଶହରା ଅବସରରେ ରବିବାର କନ୍ୟା ପୂଜନ କରିଛନ୍ତି। ଗୋରଖପୁରରେ ଯୋଗୀ ନିଜ ହାତରେ କନ୍ୟାଙ୍କ ପାଦ ଧୋଇ...

ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୬ସପ୍ତାହ ପାଇଁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ପୂର୍ବତନ ସ୍ବାସ୍ଥମନ୍ତ୍ରୀ ତଥା ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। ସୁପ୍ରିମକୋର୍ଟ ଜୈନଙ୍କୁ ୬ ସପ୍ତାହ ପାଇଁ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବୈଠକରେ ଯୋଗ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୩୦।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ବିଏସ୍‌ ୟେଦୁରପ୍ପା ମଙ୍ଗଳବାର ପ୍ରଥମ କରି ଏକ ବୈଠକରେ ଯୋଗ ଦେଇଛନ୍ତି। କୋଡାଗୁ ବିଧାୟକଙ୍କ ସହ ଏହି...

Advertisement
Archives

Model This Week