ଅସ୍ତିତ୍ୱ ହରାଉଛି ଚଣ୍ଡିଆ ପାହାଡ଼

ଯାଜପୁର ଅଫିସ୍‌/ବାଲିଚନ୍ଦ୍ରପୁର, ୧୭।୧୧(ସ୍ବ.ପ୍ର):  ମୁଗୁନି, ଖଡ଼ି, ଶାଣ ଏବଂ କନ୍ଦା ଆଦି ପଥରରେ ନିର୍ମିତ ମୂର୍ତ୍ତି, ମନ୍ଦିର ଓ ଘରକରଣା ସାମଗ୍ରୀ ପାଇଁ ଯାଜପୁର ଜିଲାର ସୁନାମ ସାରା ରାଜ୍ୟରେ ରହିଛି। ଜିଲାର ପଥର କାରିଗରମାନେ ଦର୍ପଣ ତହସିଲ ଅନ୍ତର୍ଗତ ମଝିପଡ଼ା ପଞ୍ଚାୟତରେ ଥିବା ଚଣ୍ଡିଆ ପାହାଡ଼ରୁ ବାପ ଅଜା ଅମଳରୁ ଆବଶ୍ୟକ ପଥର ପାଇ ଆସୁଥିଲେ। ଏବେ ଚୋରା ଚାଲାଣକାରୀଙ୍କ ଯୋଗୁ ଚଣ୍ଡିଆ ପାହାଡ଼ ଅସ୍ତିତ୍ୱ ହରାଉଥିବାବେଳେ ଶୁଖୁଆପଡ଼ା, ପଲେଇ, ଛତିଆ, ଗୋପାଳପୁର, ଅଣ୍ଟିଆ, କମ୍ପଗଡ, ବ୍ୟୈଦରାଜପୁର, କୁଣ୍ଡପାଟଣା, ବାଲିପାଟଣା, ପଣସୁଧା, ଭର୍ତ୍ତପୁର, କୁଳଗାଁ, ହରିପୁର, ଲକ୍ଷ୍ମୀନଗର, ଶଙ୍ଖଚିଳା, ରାଉତରାପୁର, ସାମନ୍ତରାପୁର ଆଦି ଅଞ୍ଚଳରେ ଥିବା ପଥର ମୂର୍ତ୍ତି ଓ କୁଟୀର ଶିଳ୍ପ କାରିଗର ହାତ ବାନ୍ଧି ବସିଛନ୍ତି।
ଚଣ୍ଡିଆ ପାହାଡ଼ରୁ ଦୈନନ୍ଦିନ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ୍‌ ପଥର ସାଙ୍ଗକୁ ମୋରମ ଦିନରାତି ବାହାର ଜିଲାକୁ ଚୋରାଚାଲାଣ ହେଉଛି। ଅନ୍ୟପକ୍ଷରେ ବହୁସଂଖ୍ୟକ କାରିଗର ଆବଶ୍ୟକ ପଥର ନ ପାଇ ବେଉସା ହରାଇଛନ୍ତି। ଯାଜପୁର ଜିଲାରେ ମୂର୍ତ୍ତି ଓ ଘରକରଣା ସାମଗ୍ରୀ ପାଇଁ ଉତ୍କୃଷ୍ଟ ପଥର ଥିବାରୁ ଚୋରାଚାଲାଣ ନିମନ୍ତେ ଏକ ର଼୍ୟାକେଟ୍‌ ସକ୍ରିୟ ରହିଥିବାବେଳେ ସରକାରୀ ବିଧିବ୍ୟବସ୍ଥା ଓ ପ୍ରଶାସନିକ କାର୍ଯ୍ୟ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଛି। କାରଣ ପ୍ରାୟ ପଥର ଖାଦାନ ଜଙ୍ଗଲ କିସମ ଜମି ବା ଜଙ୍ଗଲ ମଧ୍ୟରେ ରହିଛି। ତାହାର ନିଲାମ ହୋଇପାରୁ ନ ଥିବାବେଳେ ଚୋରାଚାଲାଣକାରୀମାନେ ତାହାକୁ ବେଆଇନ ଭାବେ ଉତ୍ତୋଳନ କରିନେଉଛନ୍ତି। ଏହି କାର୍ଯ୍ୟରେ ପୋଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗର ଅସାଧୁ କର୍ମଚାରୀମାନେ ସାମିଲ ହୋଇ ମାଲାମାଲ ହେଉଛନ୍ତି। ଅନ୍ୟପକ୍ଷରେ ଯେତିକି ପଥର ଖାଦାନ ରାଜସ୍ବ ଅଞ୍ଚଳରେ ରହିଛି, ସେସବୁର ନିଲାମ ହେଉନାହିଁ କି ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ନାହିଁ। ଫଳରେ ସେସବୁକୁ ମଧ୍ୟ ଚୋରାଚାଲାଣକାରୀ ଓ ଅସାଧୁ ସରକାରୀ କର୍ମଚାରୀ ଗ୍ରାସି ଚାଲିଛନ୍ତି। ଯଦି କାଁ ଭାଁ ନିଲାମ ହେଉଛି, ସେଥିରେ ଜିଲାର ଗରିବ କାରିଗରଙ୍କ ସ୍ବାର୍ଥକୁ ବିଚାରକୁ ନିଆଯାଉନାହିଁ। ବହୁ ମୂଲ୍ୟ ଯୋଗୁ କାରିଗରମାନେ କିଣିବାକୁ ସକ୍ଷମ ହେଉ ନ ଥିବାରୁ ମୂର୍ତ୍ତି ପାଇଁ ଉଦ୍ଦିଷ୍ଟ ପଥର ରାସ୍ତାଘାଟ ନିର୍ମାଣରେ ବ୍ୟବହୃତ ହେଉଛି।
ଆର୍ଥିକ ଅଭିବୃଦ୍ଧି ଆଳରେ ସରକାର ଦେଶୀ ବିଦେଶୀ କମ୍ପାନୀ ହାତରେ ଜଙ୍ଗଲ ପାହାଡ଼ ଟେକି ଦେଉଛନ୍ତି। ଅଥଚ ଗରିବ କାରିଗରଙ୍କ ବେଉସା ଯେଭଳି ବଞ୍ଚତ୍ରହିବ ସେଥିପାଇଁ ପଥର ଯୋଗାଇବାକୁ ବ୍ୟବସ୍ଥା କରାଯାଉନାହିଁ। ଚଣ୍ଡିଆ ପାହାଡ଼ରୁ ପଥର ଚୋରାଚାଲାଣ ସମ୍ପର୍କରେ ଜିଲା କିମ୍ବା ତହସିଲ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ କାଁ ଭାଁ ପଦକ୍ଷେପ ନେଇ ପୁଣି ନୀରବି ଯାଉଛନ୍ତି। ଚୋରାଚାଲାଣକାରୀମାନେ ନିୟମିତ ପ୍ରଶାସନକୁ ମାସିକିଆ ବଟି ଦେଇ ସେମାନଙ୍କ ବ୍ୟବସାୟ ନିର୍ବିଘ୍ନରେ ଚଳାଉଛନ୍ତି। ବାଲିଚନ୍ଦ୍ରପୁର ଥାନାର ଜଣେ ପୋଲିସ କର୍ମଚାରୀ ଏ ସବୁ ମଧ୍ୟସ୍ଥତାରେ ସିଦ୍ଧହସ୍ତ ବୋଲି କେତେଜଣ କାରିଗର କହୁଛନ୍ତି। ଚଣ୍ଡିଆ ପାହାଡ଼ରୁ ପ୍ରତ୍ୟହ ୧୨ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଯୋଗେ ମୂର୍ତ୍ତି ପାଇଁ ପଥର ବିଭିନ୍ନ ଜିଲାକୁ ଚାଲାଣ ହେଉଛି। ଜିଲାର କାରିଗରମାନେ ପଥର ଖାଦାନ ନିଲାମ ପାଇଁ ଆବେଦନ କରିଥିଲେ ମଧ୍ୟ ଚୋରା କାରବାରକୁ ପ୍ରଶ୍ରୟ ଦେଇ ଅଧିକ ଅର୍ଥ ଲାଳସାରେ ଅଧିକାରୀମାନେ ଚୁପ୍‌ ବସୁଛନ୍ତି ବୋଲି ଅଭିଯୋଗ ହେଉଛି।
ଏକ ଟ୍ରକରେ ବୋଝେଇ ହୋଇଥିବା ବିଭିନ୍ନ ମୂର୍ତ୍ତି ତିଆରି ପଥର ମୂଲ୍ୟ ୩୦ ହଜାର ଟଙ୍କା ଥିଲାବେଳେ ମୋରମ୍‌ ଟ୍ରିପ୍‌ ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହେଉଛି। ପ୍ରତିଦିନ ଏ ସବୁ ବିକ୍ରି ହେବା ଦ୍ୱାରା ବାର୍ଷିକ ବହୁ କୋଟି ଟଙ୍କା ମାଫିଆମାନଙ୍କ ପକେଟକୁ ଯାଉଥିବାବେଳେ ପ୍ରଶାସନ ବାର୍ଷିକ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରାଜସ୍ବ ହରାଉଛି। ଖାଲି ଚଣ୍ଡିଆ ପାହାଡ଼ ନୁହେଁ, ଉଦୟଗିରି ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପଛପାର୍ଶ୍ୱ ବା ବୌଦ୍ଧ ବିହାର ନିକଟ ପାହାଡ଼ର ବିଭିନ୍ନ ସ୍ଥାନରୁ ଦିନ ଦ୍ୱିପ୍ରହରେ ମୋରମ ଓ ପଥର ଚାଲାଣ ହେଉଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ମତାମତ ନେବାକୁ ଦର୍ପଣ ତହସିଲଦାର ବରଣ୍ୟେନ୍ଦୁ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri