Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ନାଁ ନେଇ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୮।୨: ପାର୍ଲାମେଣ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ଏହି ଅବସରରେ ବିରୋଧୀ ଦଳ ଉପରେ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ଷମତାର ସ୍ବପ୍ନ ଦେଖୁଥିବା ଲୋକମାନେ ନିରାଶାରେ ବୁଡ଼ି ଯାଉଛନ୍ତି।
ରାହୁଲ ଗାନ୍ଧୀଙ୍କ ନାଁ ନ ଦେଇ ମୋଦି କହିଛନ୍ତି, ଯେଉଁମାନେ ତ୍ରିରଙ୍ଗା ଉତ୍ତୋଳନ କରି ନିକଟରେ ଲାଲ ଚୌକରୁ ଆସିଛନ୍ତି ସେମାନେ ନିଶ୍ଚିତ ଭାବରେ ଦେଖିଥିବେ ଯେ ଆଜି କୌଣସି ପ୍ରତିବନ୍ଧକ ବିନା ସେଠାରେ ବୁଲାବୁଲି କରିପାରିବେ। ୯୦ ଦଶକରେ ମୁଁ ମଧ୍ୟ ସେଠାକୁ ଯାଇଥିଲି। ଲାଲ ଚୌକରେ ପତାକା ଉତ୍ତୋଳନ କରିବାକୁ ଏକ ସଂକଳ୍ପ ନେଇ ସେଠାକୁ ଯାଇଥିଲି, ତେବେ ଆତଙ୍କବାଦୀମାନେ ଏହାର ପ୍ରତିବାଦରେ ପୋଷ୍ଟର ଲଗାଇଥିଲେ। ତା’ପରେ ଆମେ ମଧ୍ୟ କହିଥିଲୁ ଦେଖିବା, କିଏ ନିଜ ମା’ର କ୍ଷୀର ପିଇଛି, କିଏ ଆମକୁ ଅଟକାଇବ। ଆମେ ବୁଲେଟ ପ୍ରୁଫ ଜ୍ୟାକେଟ ବିନା ଆସିବୁ ଏବଂ ତ୍ରିରଙ୍ଗା ଉଡାଇବୁ। ଲାଲ ଚୌକରେ ଏହି ନିଷ୍ପତ୍ତି ନିଆଯିବ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ସେତେବେଳେ କେହି ଜଣେ କହିଥିଲେ ଯେ ଯେତେବେଳେ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରାଯାଏ, ସେଠାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଏ, ଅଭିବାଦନ ଦିଆଯାଏ। ଆମେ କହିଥିଲୁ ଯେ, ଯେତେବେଳେ ଆମେ ତ୍ରିରଙ୍ଗା ଉତ୍ତୋଳନ କରୁ, ଶତ୍ରୁ ଦେଶର ବନ୍ଧୁକ ମଧ୍ୟ ଆମକୁ ଅଭିବାଦନ ଜଣାଉଛି। ଯେଉଁମାନେ ତ୍ରିରଙ୍ଗାକୁ ଶାନ୍ତି ପ୍ରତି ବିପଦ ବୋଲି କହୁଥିଲେ, ସେମାନେ ମଧ୍ୟ ତିରଙ୍ଗା ଯାତ୍ରାରେ ଭାଗ ନେଉଛନ୍ତି। ଶ୍ରୀନଗରରେ ଆଜି ସିନେମା ହଲ ହାଉସ୍‌ଫୁଲ୍‌ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଛୋଟ ପିଲାଙ୍କୁ ଅଭିଭାବକଙ୍କ ପାଖରେ ବସାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୨୪ା୪:ବିମାନରେ ୧୩ ବର୍ଷରୁ କମ୍‌ ବୟସର ପିଲାମାନେ ଯେପରି ସେମାନଙ୍କ ମାଆବାପା କିମ୍ବା ଅଭିଭାବକଙ୍କ ପାଖ ସିଟ୍‌ରେ ବସନ୍ତି, ତାହା ସୁନିଶ୍ଚିତ କରିବାକୁ ବେସାମରିକ ବିମାନ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ସରିବ ପ୍ରଚାର, ୮୮ ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଗଣନା ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଆଜି...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri