Posted inଜାତୀୟ

ରାହୁଲ ଗାନ୍ଧୀଙ୍କ ନାଁ ନେଇ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୮।୨: ପାର୍ଲାମେଣ୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ଏହି ଅବସରରେ ବିରୋଧୀ ଦଳ ଉପରେ ଟାର୍ଗେଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ଷମତାର ସ୍ବପ୍ନ ଦେଖୁଥିବା ଲୋକମାନେ ନିରାଶାରେ ବୁଡ଼ି ଯାଉଛନ୍ତି।
ରାହୁଲ ଗାନ୍ଧୀଙ୍କ ନାଁ ନ ଦେଇ ମୋଦି କହିଛନ୍ତି, ଯେଉଁମାନେ ତ୍ରିରଙ୍ଗା ଉତ୍ତୋଳନ କରି ନିକଟରେ ଲାଲ ଚୌକରୁ ଆସିଛନ୍ତି ସେମାନେ ନିଶ୍ଚିତ ଭାବରେ ଦେଖିଥିବେ ଯେ ଆଜି କୌଣସି ପ୍ରତିବନ୍ଧକ ବିନା ସେଠାରେ ବୁଲାବୁଲି କରିପାରିବେ। ୯୦ ଦଶକରେ ମୁଁ ମଧ୍ୟ ସେଠାକୁ ଯାଇଥିଲି। ଲାଲ ଚୌକରେ ପତାକା ଉତ୍ତୋଳନ କରିବାକୁ ଏକ ସଂକଳ୍ପ ନେଇ ସେଠାକୁ ଯାଇଥିଲି, ତେବେ ଆତଙ୍କବାଦୀମାନେ ଏହାର ପ୍ରତିବାଦରେ ପୋଷ୍ଟର ଲଗାଇଥିଲେ। ତା’ପରେ ଆମେ ମଧ୍ୟ କହିଥିଲୁ ଦେଖିବା, କିଏ ନିଜ ମା’ର କ୍ଷୀର ପିଇଛି, କିଏ ଆମକୁ ଅଟକାଇବ। ଆମେ ବୁଲେଟ ପ୍ରୁଫ ଜ୍ୟାକେଟ ବିନା ଆସିବୁ ଏବଂ ତ୍ରିରଙ୍ଗା ଉଡାଇବୁ। ଲାଲ ଚୌକରେ ଏହି ନିଷ୍ପତ୍ତି ନିଆଯିବ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ସେତେବେଳେ କେହି ଜଣେ କହିଥିଲେ ଯେ ଯେତେବେଳେ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରାଯାଏ, ସେଠାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଏ, ଅଭିବାଦନ ଦିଆଯାଏ। ଆମେ କହିଥିଲୁ ଯେ, ଯେତେବେଳେ ଆମେ ତ୍ରିରଙ୍ଗା ଉତ୍ତୋଳନ କରୁ, ଶତ୍ରୁ ଦେଶର ବନ୍ଧୁକ ମଧ୍ୟ ଆମକୁ ଅଭିବାଦନ ଜଣାଉଛି। ଯେଉଁମାନେ ତ୍ରିରଙ୍ଗାକୁ ଶାନ୍ତି ପ୍ରତି ବିପଦ ବୋଲି କହୁଥିଲେ, ସେମାନେ ମଧ୍ୟ ତିରଙ୍ଗା ଯାତ୍ରାରେ ଭାଗ ନେଉଛନ୍ତି। ଶ୍ରୀନଗରରେ ଆଜି ସିନେମା ହଲ ହାଉସ୍‌ଫୁଲ୍‌ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri