ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଭାଜପା

ଆନନ୍ଦପୁର,୮ା୨(ସ୍ବ.ପ୍ର.): ଆନନ୍ଦପୁର ଭାଜପା ପକ୍ଷରୁ ବୁଧବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ବିରୋଧ କରି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକ ଅଧୀନ ୧୮ଟି ପଞ୍ଚାୟତରେ ଗରିବ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ ସାମିଲ କରା ନ ଯାଇ ଶାସକ ଦଳର ଥିଲାବାଲାଙ୍କୁ ଏଥିରେ ସାମିଲ କରାଯାଉଥିବା ଅଭିଯୋଗ ହୋଇଛି। କାର୍ଯ୍ୟକ୍ରମରେ ଭାଜପା ନଦୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ମହେଶ୍ୱର ସାହୁ, ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ରାଜ୍ୟ ଭାଜପା ଓବିସି ମୋର୍ଚ୍ଚା ଉପସଭାପତି ଭଗବାନ ସାହୁ, ଶାସକ ଦଳର ଦଲାଲ ସାଜି ବ୍ଲକ ପ୍ରଶାସନିକ ଅଧିକାରୀ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ ନ କରି ନିର୍ଯାତନା ଦେଉଥିବା କହିଛନ୍ତି। ୩ ନଂ ଜୋନ୍‌ ଜିଲାପରିଷଦ ସଭ୍ୟା ଅସୀମା ମିଶ୍ର, ଭାଜପା ମହିଳା ନେତ୍ରୀ ସୁମତୀ ଜେନା ଯୋଗଦେଇ ପ୍ରକୃତ ଗରିବ ହିତାଧିକାରୀଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି। ଜିଲା ଭାଜପା ସମ୍ପାଦକ ଦୀପକ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭାଜପା ନେତୃମଣ୍ଡଳୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ହରିଣ ଗାଁମୁହାଁ

ମହାକାଳପଡ଼ା,୭ା୩ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଓ ଜଙ୍ଗଲୀ ପ୍ରାଣୀ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁନ୍ଦେ ପାଣି ପାଇଁ...

ହାତୀ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

ଦେବଗଡ଼,୧୧।୧୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ସୋମବାର ସକାଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ...

ଶୁଣିଲାନି ପ୍ରଶାସନ, ନିଜ ଉଦ୍ୟମରେ ନାଳ ଖୋଳିଲେ ଗ୍ରାମବାସୀ

ଗଞ୍ଜାମ,୨୦ା୭(ଡି.ଏନ୍‌.ଏ.): ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଜାଗା ଥିବା ହେତୁ ଗଳାଶଙ୍ଖ ଦେଇ ପାଣି ନିଷ୍କାସନ ହୋଇ ପାରୁ ନ...

ଚିକିଟି ଏନ୍‌ଏସିର ୫ ଓ୍ବାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌

ଚିକିଟି,୨୪ା୬(ଡି.ଏନ.ଏ.)- ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୫ ଓ୍ବାର୍ଡକୁ ମଙ୍ଗଳବାର ଜିଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ୧୨ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିର...

ମୟୂରଭଞ୍ଜରେ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ,୨୨।୧୦: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କରିଛନ୍ତି। ସହିଦ ସ୍ମୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ...

୫୪ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି

ପଟ୍ଟାମୁଣ୍ଡାଇ, ୧୦ା୩ (ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପିଇବା ପାଣି ଏବେବି ପ୍ରମୁଖ ସମସ୍ୟା ହୋଇ ରହିଛି। ସରକାର ଅମୃତ ଯୋଜନାରେ ବିଶୁଦ୍ଧ ପାଣି ଯୋଗାଣ ବାବଦରେ ଅର୍ଥ...

ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ

କେନ୍ଦ୍ରାପଡ଼ା ଅଫିସ,୧୦ା୬: କେନ୍ଦ୍ରାପଡ଼ା ଜିଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ବରିଷ୍ଠ ସାମାଜିକକର୍ମୀ ନକୁଳ ଚରଣ ଦାସ(୯୪)ଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ବୁଧବାର ପରଲୋକ...

ସହାୟତା ଅର୍ଥରୁ ନେଉଥିଲେ ଲାଞ୍ଚ: ପାରାଓ୍ବାଚର ବହିଷ୍କୃତ, ବନପାଳ ନିଲମ୍ବିତ

ମାଲକାନଗିରି,୪ା୨: ଭାଲୁ ଆକ୍ରମଣ ସହାୟତା ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଜାଣି ଚୁପ୍‌ ରହିବା ଅଭିଯୋଗରେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ କୁଡୁମୁଲୁଗୁମ୍ମା ବନପାଳ ରାଜେନ୍ଦ୍ର...

Advertisement
Archives

Model This Week