Posted inଜାତୀୟ

କ୍ଷେତ ବୁଲି ଚଣା ଖାଇଲେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ହାଇଦ୍ରାବାଦ ଗସ୍ତରେ ଥିଲେ। ସେ ଅଇସିଆର୍‌ଆଇଏସ୍‌ଏଟ(ICRISAT)ର ୫୦ତମ ବାର୍ଷିକ ଉତ୍ସବ ଯୋଗଦେବାକୁ ଆସିଥିଲେ। ହାଇଦ୍ରାବାଦର ଅନ୍ତର୍ଜାତୀୟ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କ୍ୟାମ୍ପସ ପରିଦର୍ଶନ କରି ଚାଷ ଜମିରୁ କିଛି ଚଣା ଛଡାଇ ଖାଇଥିଲେ। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ସେ ଏକ କ୍ଷେତରେ ଫସଲ ଦେଖୁଥିବାର ଦେଖାଯାଉଛି। ଏହା ପରେ, ସେ କ୍ଷେତରେ ବୁଲୁଥିବାବେଳେ ଚଣାଗଛ ଦେଖି ଅଟକି ଯାଇଥିଲେ। ସେଠାରୁ କିଛି ଚଣା ଆଣି ଖାଇଥିଲେ। ମୋଦି ଏହାର ଫଟୋ ମଧ୍ୟ ନିଜ ଟୁଇଟ୍‌ରେ ଶେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ICRISATର ଜଳବାୟୁ ପରିବର୍ତ୍ତନ ଅନୁସନ୍ଧାନ ସୁବିଧାକୁ ଉଦଘାଟନ କରିଛନ୍ତି। ଏହି ସମୟରେ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଏହି ଅବସରରେ ଏକ ସ୍ମରଣୀୟ ଡାକ ଷ୍ଟାମ୍ପ ମଧ୍ୟ ରିଲିଜ କରାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମର ଧ୍ୟାନ ୮୦ ପ୍ରତିଶତରୁ ଅଧିକ କ୍ଷୁଦ୍ର ଚାଷୀଙ୍କ ଉପରେ ରହିଛି। ପରିବର୍ତ୍ତିତ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଡିଜିଟାଲ କୃଷି। ୟୁନିଅନ ବଜେଟ ୨୦୨୨-୨୩ ପ୍ରାକୃତିକ ଚାଷ ଏବଂ ଡିଜିଟାଲ କୃଷି ଉପରେ ଧ୍ୟାନ ଦେଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ସମୟରେ ପହଞ୍ଚିଲେ ପ୍ରେମିକା: ୨ଶହ ବରଯାତ୍ରୀ ସହ ବରଙ୍କୁ ଅଟକ ରଖିଲେ କନ୍ୟାପକ୍ଷ

ଭୋପାଳ,୧୧।୭: ଉତ୍ତରପ୍ରଦେଶରେ ଏକ ବିବାହ ଉତ୍ସବରେ ଅଘଟଣ ଘଟିଥିବା ପଦାକୁ ଆସିଛି। ବର ବିବାହ ହେବାକୁ ଯାଇଥିବା ବେଳେ କନ୍ୟାପକ୍ଷ ବରଯାତ୍ରୀଙ୍କୁ ଅଟକ ରଖିଥିବା ଘଟଣା...

ସିଦ୍ଧୁଙ୍କ ସହ କଥାବାର୍ତ୍ତା ବନ୍ଦ କଲେ ହାଇକମାଣ୍ଡ, ନୂଆ ଅଧ୍ୟକ୍ଷ ଖୋଜା…

ଚଣ୍ଡିଗଡ଼,୨୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଜାରି ରହିଛି। ରାଜ୍ୟ ଅଧ୍ୟକ୍ଷ ପଦରୁ ନଭଜୋତ୍‌ ସିଂ ସିଦ୍ଧୁ ଇସ୍ତଫାଦେବା ପରେ ଏବେ ହାଇକମାଣ୍ଡ ତାଙ୍କ ସହିତ କଥାବାର୍ତ୍ତା...

ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ଶାହ: ସ୍ବଚ୍ଛତାକୁ ଜନଆନ୍ଦୋଳନର ରୂପ ଦେଇଛନ୍ତି ମୋଦି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂକଳ୍ପ ଯାତ୍ରାର...

କାରଖାନାରେ ନିଆଁ ଲାଗି ୪ମୃତ୍ୟୁ

ମହାରାଷ୍ଟ୍ର,୨୪।୪: ମହାରାଷ୍ଟ୍ରର ନାଗପୁର ଜିଲାର ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଆଉ ତିନିଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ...

‘ମୁଁ ଦଳର କାହା ଉପରେ ରାଗି ନାହିଁ’

ନୂଆଦିଲ୍ଲୀ,୨୭ା୧୧: କଂଗ୍ରେସ ଏମ୍‌ପି ଶଶି ଥରୁର କହିଛନ୍ତି, ସେ କେରଳ ୟୁନିଟ୍‌ରେ କାହା ଉପରେ ରାଗି ନାହାନ୍ତି। ସେ ଦଳର କାହା ବିରୋଧରେ କହି ନାହାନ୍ତି...

ବିଶ୍ୱର ପ୍ରସିଦ୍ଧ ବାମହାତୀ

ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍‌...

ଚନ୍ଦ୍ରୟାନ-୨ରୁ ଅଲଗା ହେଲା ବିକ୍ରମ ଲ୍ୟାଣ୍ଡର

ବେଙ୍ଗାଲୁରୁ,୨।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋର)ର ବୈଜ୍ଞାନିକ ସୋମବାର ଅର୍ଥାତ ସେପ୍ଟେମ୍ବର ୨ ଦିନ ପ୍ରାୟ ୧ଟା ୩୦ରେ ଚନ୍ଦ୍ରୟାନ-୨ର ଅର୍ବିଟରରୁ ବିକ୍ରମ ଲ୍ୟାଣ୍ଡରକୁ ଅଲଗା...

କଂଗ୍ରେସର ପ୍ରଶ୍ନ: ଜେପିସି ତଦନ୍ତକୁ ଡର କାହିଁକି

ନୂଆଦିଲ୍ଲୀ,୧୫।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ବିରୋଧରେ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିତ୍ବା ପ୍ରଘଟକୁ ନେଇ ଜାତୀୟ ରାଜନୀତି...

Advertisement
Archives

Model This Week