Posted inଜାତୀୟ

ବାରାଣସୀରେ ମୋଦିଙ୍କ ୩ କି.ମି ଲମ୍ବା ରୋଡ ଶୋ’

ବାରାଣସୀ,୪।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବେ ଶେଷ ହେବାକୁ ଯାଉଛି। ପୂର୍ବରୁ ନିର୍ବାଚନର ୬ଟି ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଏବେ କେବଳ ଗୋଟିଏ ପର୍ଯ୍ୟାୟ ମତଦାନ ବାକି ରହିଛି। ମାର୍ଚ୍ଚ ୭ରେ ଶେଷ ମତଦାନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଏହାର ଫଳାଫଳ ବାହାରିବ। ଏହା ପୂର୍ବରୁ ଭାଜପା ନିଜର ସବୁ ବଳ ଲଗାଇଦେଇଛି। ବାରାଣସୀରେ ନିର୍ବାଚନୀ ପ୍ରଚାରକୁ ଭାଜପା ପକ୍ଷରୁ ଜୋରଦାର କରିଛି। ଇତିମଧ୍ୟରେ ଭାଜପାର ଷ୍ଟାର ପ୍ରଚାରକ ସାଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରେ ପହଞ୍ଚି ରୋଡ ଶୋ’ ଆରମ୍ଭ କରିଛନ୍ତି। ଗୋଡୋଲିଆରେ ସର୍ଦ୍ଦାର ପଟେଲଙ୍କ ମୂର୍ତ୍ତିରେ ମୋଦି ମାଲ୍ୟାର୍ପଣ କରି ରୋଡ ଶୋ’ ଆରମ୍ଭ କରିଛନ୍ତି। ମୋଦି ମଲଦହିଆରୁ ଗୋଡୋଲିଆ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ଲମ୍ବା ରୋଡ ଶୋ’ କରିଥିବା ଦେଖିବାକୁ ମିଳିଛି। ଏହି ରୋଡ ଶୋ’ବାବା ବିଶ୍ୱନାଥ କରିଡର ପର୍ଯ୍ୟନ୍ତ ଯିବ। ଯେଉଁଠାରେ ସେ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିବେ। ବାରାଣସୀର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ୟାଣ୍ଟ, ସିଟି ନର୍ଥ ଏବଂ ସିଟି ସାଉଥ୍‌ରେ ରୋଡ ଶୋ’ କରି ମୋଦି ଭାଜପା ସପକ୍ଷରେ ଭୋଟ ହାତେଇବାକୁ ଚେଷ୍ଟା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରରୁ ମିଳିଲା ୨୨ ଲକ୍ଷ ଟଙ୍କା କେହି ନାହାନ୍ତି ଦାବିଦାର

ନୂଆଦିଲ୍ଲୀ,୧୨।୪: ଉତ୍ତରପ୍ରଦେଶ ପୋଲିସ ବ୍ୟାରିକେଡ ସ୍ଥାପନ କରି ଲଗାତାର ତଦନ୍ତ କରୁଛି। ଏହି ସମୟରେ ଦିଲ୍ଲୀର ନମ୍ବର ଥିବା ଏକ ଟାଟା ପଞ୍ଚ କାର ପହଞ୍ଚିଥିଲା।...

ହିମାଚଳକୁ ମାଡି ଆସୁଛି ବିପଦ

ଶିମଲା,୧୨।୪: ପୁଣିଥରେ ହିମାଚଳ ପ୍ରଦେଶକୁ ମାଡି ଆସୁଛି ବିପଦ। ଏଠାରେ ୩ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁମାନ କରିଛି...

ନିର୍ବାଚନ ଲଢିବା ପାଇଁ ନିଜ ଷ୍ଟାର୍ଟଅପ୍‌ କମ୍ପାନୀ ଛାଡିଦେଇଥିଲେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୨।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁଦଳ ଏବେ ନିର୍ବାଚନୀ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି। ଗ୍ରାଉଣ୍ଡ ଲେଭଲରୁ ଦଳୀୟ କର୍ମୀଙ୍କ ଠାରୁ କୁଜି ନେତା ଯାଏଁ...

ବରୁଣଙ୍କ ଗଡରେ ଗର୍ଜିଲେ ଅଖିଳେଶ

ପିଲଭିତ,୧୨।୪: ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ପୁରାଣପୁରରେ ନିର୍ବାଚନ ରାଲିରେ ଯୋଗ ଦେଇ ଭାଜପା...

ଭାଜପା ରାଜରେ ୧ ଲକ୍ଷ କୃଷକ କରିଛନ୍ତି ଆତ୍ମହତ୍ୟା, ପ୍ରିୟଙ୍କା କହିଲେ କଂଗ୍ରେସ ସରକାର ଗଢିଲେ…

ନୂଆଦିଲ୍ଲୀ,୧୨।୪: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କୃଷକ ପ୍ରସଙ୍ଗରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ପ୍ରିୟଙ୍କା କହିଛନ୍ତି ଯେ ଭାଜପା ନେତୃତ୍ୱାଧୀନ ଏନଡିଏ...

ସିସୋଡିଆଙ୍କୁ ପୁଣି ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୧୨।୪: ମନୀଷ ସିସୋଡିଆଙ୍କୁ କୋର୍ଟ ଏକ ବଡ ଝଟ୍‌କା ଦେଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହାର ଶୁଣାଣି ସ୍ଥଗିତ...

ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି…

ପୁଣେ,୧୨ା୪: ବର୍ତ୍ତମାନ ବିବାହ ଋତୁ ସାଙ୍ଗକୁ ଲୋକ ସଭା ନିର୍ବାଚନର ପରିବେଶ ବେଶ୍‌ ପ୍ରାଧାନ୍ୟ ବିସ୍ତାର କରିଛି। ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି...

ରାମେଶ୍ୱରମ କାଫେ ବ୍ଲାଷ୍ଟ ମାମଲାରେ ଏନଆଇଏର ଆକ୍ସନ, ୨ ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁ, ୧୨।୪: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶୁକ୍ରବାର (ଏପ୍ରିଲ ୧୨) ପଶ୍ଚିମବଙ୍ଗର କୋଲକାତାରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଦୁଇଜଣ ପଳାତକ ଅଭିଯୁକ୍ତଙ୍କୁ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri