ଏହି ଯୁବକଙ୍କ ଜଣେ ବଡ଼ ପ୍ରଶଂସକ ପ୍ରଧାନମନ୍ତ୍ରୀ ମୋଦି: ଟୁଇଟର୍‌ରେ କରୁଛନ୍ତି ଫଲୋ

ଭୋପାଳ,୨୫।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଖରଗୋନ ଜିଲାର ନିଆରା ଚିତ୍ରକାର ଆୟୁଷ କୁନ୍ଦଲଙ୍କ ଜଣେ ବଡ଼ ପ୍ରଶଂସକ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଚିତ୍ରକାରଙ୍କ ଉପରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲକୁ ଫଲୋ କରି ୟୁଟ୍ୟୁବକୁ ଲିଙ୍କ ଶେୟାର କରିଥିଲେ। ଆୟୁଷ ବାରୱାର ବାସିନ୍ଦା। ନିକଟରେ ସେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ସମୟରେ ସେ ସ୍ବାମୀ ବିବେକାନନ୍ଦଙ୍କ ଫଟୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଦେଇଥିଲେ।
ବାରୱାର ଦିବ୍ୟାଙ୍ଗ ଆୟୁଷଙ୍କ ଚିତ୍ର ଲୋକମାନଙ୍କୁ ବହୁତ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ଆୟୁଷଙ୍କ ମା ପୁଅର ସ୍ବପ୍ନ ବିଷୟରେ କହିଥିଲେ। ଏମ୍‌ପି ଦୀନେଶ୍ୱର ପାଟିଲଙ୍କ ସହଯୋଗରେ ୧୫ ମିନିଟର ଏହି ଭେଟରେ ଆୟୁଷ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ଜିନିଷ ରଖିଥିଲେ। ଦିବ୍ୟାଙ୍ଗ ଆୟୁଷ ସେରେବ୍ରାଲ ପାଲସିରେ ପୀଡିତ। ସେ ଗୋଡରେ ଚିତ୍ର ଆଙ୍କନ୍ତି। ଆୟୁଷଙ୍କୁ ଭେଟିବା ପରେ ପିଏମ ମୋଦି ଟୁଇଟ୍‌ କରିଛନ୍ତି – ଆପଣ ଯେଉଁଭଳି ଭାବରେ ଗୋଡ ଆଙ୍ଗୁଠିରେ ନିଜ ଭାବନା ବ୍ୟକ୍ତ କରି ଚିତ୍ର ଆଙ୍କିବାରେ ସକ୍ଷମ ହୋଇଛନ୍ତି, ତାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରେରଣା ଯୋଗାଇବ।
ପ୍ରାୟ ଦେଢ ବର୍ଷ ପୂର୍ବେ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆୟୁଷଙ୍କ ଚିତ୍ର ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ସେ ମୁମ୍ବାଇରେ ତାଙ୍କୁ ଭେଟିଥିଲେ। ଏହି ସମୟରେ ଅମିତାଭ ବଚ୍ଚନ ଆୟୁଷଙ୍କ ପେଣ୍ଟିଂକୁ ୫୦ ହଜାର ଟଙ୍କାରେ କିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପାଇଁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ୨.୪ କୋଟି ଦର୍ଶକ ହରାଇଛି

ନୂଆଦିଲ୍ଲୀ,୧୬।୨: : ବର୍ତ୍ତମାନ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି କରୋନା ମହାମାରୀରେ ପ୍ରାୟ ୨.୪ କୋଟି ଦର୍ଶକଙ୍କୁ ହରାଇଛି। ଏରମାକ୍ସର ୨୦୨୩ ରିପୋର୍ଟ ଅନୁଯାୟୀ, ଭାରତରେ ବର୍ତ୍ତମାନ...

ହାଥ୍‌ରସ ମାମଲାର ତଦନ୍ତ କରୁଥିବା ଡିଆଇଜିଙ୍କ ସ୍ତ୍ରୀ ମୃତ

ଲକ୍ଷ୍ନୌ, ୨୫ା୧୦: ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ କରୁଥିବା ଡିଆଇଜି ଚନ୍ଦ୍ରପ୍ରକାଶଙ୍କ ସ୍ତ୍ରୀ ପୁଷ୍ପା ପ୍ରକାଶ (୩୬)ଙ୍କ ଅସ୍ବାଭାବିକ...

ମିସ୍‌ଡ କଲରେ ମିଳିବ ଗ୍ୟାସ

ଭୁବନେଶ୍ୱର,୧୩|୧୨: ବର୍ତ୍ତମାନ ଏଲ୍‌ପିଜି ସିଲିଣ୍ଡର ବୁକିଂ ପାଇଁ ଦେଶର ପ୍ରମୁଖ ଇନ୍ଧନ ବିପଣନ (ଗ୍ୟାସ୍‌) କମ୍ପାନୀ ବିଭିନ୍ନ ପ୍ରକାରର ସହଜ ସୁବିଧା ସେବା ଗ୍ରାହକଙ୍କ ପାଇଁ...

କୁଲଗ୍ରାମ୍‌ରେ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୯।୫: ଜମ୍ମୁ-କଶ୍ମୀର କୁଲଗାମ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ସ୍ଥାନୀୟ ମହମ୍ମଦପୋରା ଏବଂ ତାଜିପୋରାରେ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳରେ...

ଏବେ ଭଲ କାମ କରୁଥିବା ବ୍ୟକ୍ତିଙ୍କ ନାଁରେ ଜାରି ହେବ ଡାକ ଟିକେଟ: ମୋଦି

ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୧୨ ଜଣ ଆୟୁଷ ବିଶେଷଜ୍ଞଙ୍କ ନାଁରେ ଡାକ ଟିକେଟ ଜାରି କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୁର୍ବେଦ ଦ୍ୱାରା...

କୋଚି ବିମାନବନ୍ଦରରେ କରୋନା ରୋଗୀ

କୋଚି,୧୬।୩: କୋଚି ବିମାନବନ୍ଦରରେ ଜଣେ ବ୍ରିଟେନ ନାଗରିକଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦୁବାଇ ଯିବାକୁ ଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଆଯାଇଛି। ଏମାନେ...

ଷ୍ଟ୍ରକ୍ଚରାଲ ଆଓ୍ବାର୍ଡ ତାଲିକାରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି

ଅହମ୍ମଦାବାଦ,୫ା୮: ସର୍ଦ୍ଦାର ପଟେଲ୍‌ଙ୍କ ସ୍ମୃତିରେ ଗୁଜରାଟର କେଭାଡିଆ ଟାଉନ୍‌ରେ ନିର୍ମିତ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ‘ଦି ଷ୍ଟ୍ରକ୍ଚରାଲ ଆଓ୍ବାର୍ଡସ-୨୦୧୯’ର ମନୋନୟନ ତାଲିକାରେ ରହିଛି। ଷ୍ଟ୍ରକ୍ଚରାଲ ଇଞ୍ଜିନିୟରଙ୍କୁ...

ଅଟକି ଯାଇଛି ବୟସ

ରୁଷୀୟ ଗଣମାଧ୍ୟମରେ ଏବେ ଡେନିସ ଭାସୁରିନ୍‌ ଜଣେ ବହୁ ପରିଚିତ ନାମ। ସେ ପରିଚୟ ପାଇଛନ୍ତି ତାଙ୍କର ଅବିଶ୍ୱସନୀୟ ଶରୀର ପାଇଁ। ଅର୍ଥାତ୍‌ ୧୯୮୭ ମସିହାରେ...

Advertisement
Archives

Model This Week