ନୂଆଦିଲ୍ଲୀ,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୧୦ଟାରେ ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସର୍ଭିସ ଲଞ୍ଚ କରିବାକୁ ଯାଉଛନ୍ତି । ଏହା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ଓ ଭାରତ ଟେକ୍ନୋଲୋଜିର ଏକ ନୂଆ ଯୁଗରେ ପ୍ରବେଶ କରିବ ।
ଏହି ଲଞ୍ଚିଂ ଭାରତୀୟ ମୋବାଇଲ ସମ୍ମିଳନୀର ୬ଷ୍ଠ ସଂସ୍କରଣରେ ହେବ, ଯାହାର ଉଦ୍ଘାଟନ ପ୍ରଧାନମନ୍ତ୍ରୀ କରିବେ । ଏଥର ଆଇଏମସି ୨୦୨୨ର ଆୟୋଜନ ୧ ଅକ୍ଟୋବରରୁ ୪ ଅକ୍ଟୋବର ପର୍ଯ୍ୟନ୍ତ କରାଯିବ ଓ ଏହାର ବିଷୟ ’ନ୍ୟୁ ଡିଜିଟାଲ ୟୁନିଭର୍ସ’ ରହିବ । ୫ଜି ସେବା ଆସିବା ପରେ ଲୋକଙ୍କ ଜୀବନ ଶୈଳି ବଦଳିଯିବ । ଏଥିରେ ସ୍ମାର୍ଟ ଆମ୍ବୁଲାନ୍ସଠାରୁ କ୍ଲାଉଡ ଗେମ ପର୍ଯ୍ୟନ୍ତ ସବୁକିଛି ରହିବ ।