Posted inଜାତୀୟ

ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି, କହିଲେ ଲାଲ ଟୋପି ବାଲା ୟୁପି ପାଇଁ ରେଡ ଆଲର୍ଟ

ଗୋରଖପୁର,୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ଗୋରଖପୁର ଗସ୍ତ କରିଛନ୍ତି । ଏହି ଅବସରରେ ସେଠାରେ ସେ ପାଖାପାଖି ୯୬୦୦କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରେ ମୋଦି କହିଛନ୍ତି ଖାଦ କାରଖାନା ଓ ଏମ୍ସକୁ ଉତ୍ତର ପ୍ରଦେଶବାସୀ ଉତ୍ସୁକତାର ସହ ଚାହିଁ ରହିଥିଲେ । ତେବେ ଗୋରଖପୁରରେ ଫର୍ଟିଲାଇଜର ପ୍ଲାଣ୍ଟ ଓ ଏମ୍ସ ଆରମ୍ଭ ହେବାର ସଙ୍କେତ ଦିଆଯାଇଥିଲା । ମୋଦି କହିଛନ୍ତି ଯଦି ଡବଳ ଇଞ୍ଜିତ ସରକାର ହେବ ଡବଲ ଭାବେ କାମ ଆଗକୁ ଆଗେଇବ । ଯେତେବେଳେ ମନ ଦେଇ କାମ କରାଯାଏ ସେତେବେଳେ ବିପର୍ଯ୍ୟୟ ବି ଆପଣାଛାଏଁ ଘୁଞ୍ଚି ଯାଇଥାଏ । ଏହି ଅବସରରେ ମୋଦି ସମାଜବାଦୀ ପାର୍ଟି ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଲାଲ ଟୋପି ବାଲା କେବଳ ଶାସନ ଭାର ନେବାକୁ ଇଚ୍ଛା ପ୍ରକାଶ କରୁଥିବା ବେଳେ ଏମାନେ ହେଉଛନ୍ତି ଉତ୍ତର ପ୍ରଦେଶ ପାଇଁ ରେଡ ଆଲର୍ଟ । ଅଖିଳେଶଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଲାଲ ଟୋପି ବାଲାଙ୍କର ଲାଲବତୀ ଉପରେ ସବୁବେଳେ ନଜର । ତାଙ୍କୁ ଅପାଣଙ୍କ ଦୁଃଖ, ଅସୁବିଧା ସହ କୌଣସି ସମ୍ପର୍କ ନାହିଁ । ଲାଲ ଟୋପି ବାଲାଙ୍କୁ କେବଳ ଗାଦି ଦରକାର । ଅବୈଧ ଭାବେ କବଜା କରିବା, ନିଜ ଟ୍ରେଜେରି ଭରିବା, ଆତଙ୍କବାଦୀଙ୍କୁ ସହଯୋଗ କରିବା ପାଇଁ ଶାସନ ଗାଦି ଦରକାର । ମୋଦି କହିଛନ୍ତି ପୂର୍ବ ସରକାର ସମୟରେ ୟୁରିୟା ପାଇଁ ଲାଇନ୍ ଲଗାଇବାକୁ ପଡୁଥିଲା । ଆମେ ୟୁରିୟାର ଉତ୍ପାଦନ ବଢାଇଲୁ । ଯେଭଳି ଭାବେ ଭଗିରଥ ଗଙ୍ଗାକୁ ନେଇ ଆସିଥିଲେ ଆମେ ସେହିପରି ଏହି ଫର୍ଟିଲାଇଜର ପର୍ଯ୍ୟନ୍ତ ଇନ୍ଧନ ପହଞ୍ଚାଇବାକୁ ଉର୍ଜା ଗଙ୍ଗା ନେଇ ଆସିଛୁ ।


Enter your email to get our daily news in your inbox.

All Right Reserved By Dharitri.Com

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri