Posted inଜାତୀୟ

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି: ବିଜେତା ଦଳକୁ ମିଳିବ ୧ କୋଟି ଟଙ୍କା

ନୂଆଦିଲ୍ଲୀ,୧୫।୫: ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆ ଦଳକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ ଟାଇଟଲ ଜିତିଛି। ଏହି ବିଜୟ ପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଷ ବ୍ୟାଡମିଣ୍ଟନ ଦଳକୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛନ୍ତି।
ପୁରୁଷ ବ୍ୟାଡମିଣ୍ଟନ ଦଳର ଏହି ବିଜୟ ପରେ ମୋଦି ଟୁଇଟ୍‌ କରି କହିଛନ୍ତି, ଭାରତୀୟ ବ୍ୟାଡମିଣ୍ଟନ ଦଳ ଇତିହାସ ସୃଷ୍ଟି କରିଛି। ଭାରତ ଥୋମାସ କପ ଜିତିବା ପରେ ସମଗ୍ର ଦେଶ ଉତ୍ସାହିତ ଅଛି। ଆମର ଦଳକୁ ଅଭିନନ୍ଦନ ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା। ଏହି ବିଜୟ ଅନେକ ଆଗାମୀ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ। ଏଥିସହ ଥୋମାସ କପ ବିଜେତା ଦଳକୁ କ୍ରୀଡ଼ା ମନ୍ତ୍ରଣାଳୟ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛି।
ରବିବାର ଏକପାଖିଆ ଫାଇନାଲରେ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଥୋମାସ କପ ଟାଇଟଲ ଜିତି ଭାରତର ପୁରୁଷ ବ୍ୟାଡମିଣ୍ଟନ ଦଳ ଇତିହାସର ପୃଷ୍ଠାରେ ନିଜ ନାମ ସ୍ଥାନିତ କରିଛି। ଭାରତୀୟ ଦଳ ଟୁର୍ନାମେଣ୍ଟ ଇତିହାସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପ୍ରଦର୍ଶନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଦେଶରେ ସ୍ଥାପିତ ହୋଇଛି ୧.୧୭ ଲକ୍ଷ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର…

ନୂଆଦିଲ୍ଲୀ, ୧୭।୪ : ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧.୧୭ ଲକ୍ଷ ସ୍ବାସ୍ଥ୍ୟ ଏବେ କଲ୍ୟାଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ଝଟକା: ମିଳିବନି ଆଉ ଆଜୀବନ ସରକାରୀ ସୁବିଧା ସୁଯୋଗ

ଜୟପୁର,୪।୯: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ଏକ ବଡ଼ ଝଟକା ଲାଗିଛି। ଏଣିକି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଜୀବନ ବିଭିନ୍ନ ସରକାରୀ ସୁବିଧା...

ପ୍ରଧାନମନ୍ତ୍ରୀଙ୍କୁ ହାତ ଯୋଡି ନିବେଦନ କଲେ କେଜ୍‌ରିୱାଲ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିରାଟ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)କୁ...

ଲଦାଖରେ ଭାରତ-ଚାଇନା ସେନା ମୁହାଁମୁହିଁ

ନୂଆଦିଲ୍ଲୀ,୧୩-୯(ପି.ଟି.):ଲଦାଖରେ ଭାରତ-ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ପାଙ୍ଗୋଙ୍ଗ୍‌ ହ୍ରଦ କୂଳର ଉତ୍ତର ଭାଗରେ ବୁଧବାର ଭାରତୀୟ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଚାଇନାର ପିପୁଲ୍ସ ଲିବରେଶନ...

ପଦ୍ମଫୁଲ ଚିହ୍ନ ଥିବା ମାସ୍କ ପିନ୍ଧି ଭୋଟ ଦେବାକୁ ଗଲେ ମନ୍ତ୍ରୀ, ଉଠିଲା ବିବାଦ

ପାଟନା,୨୮।୧୦: କରୋନା ସମୟରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବୁଧବାର ୭୧ଟି ଆସନରେ ମତଦାନ ଚାଲିଛି। ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ଏମଥ ଟକ୍କର...

ରାଷ୍ଟ୍ରପତି ଉନ୍ମୋଚିତ କରିଥିବା ଛବିଟି ନେତାଜୀଙ୍କ ନୁହେଁ

ନୂଆଦିଲ୍ଲୀ,୨୫ା୧- ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଛବିକୁ ନେଇ ଦେଖାଦେଇଛି ବିବାଦ। ଫଟୋଟି ନେତାଜୀ...

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ହେମାମାଳିନୀ ହୋଇଗଲେଣି ପୁରୁଣା, କାଟ୍ରିନା କୈଫ୍‌ଙ୍କ ଗାଲ ଭଳି ହେବ ରାସ୍ତା

ଜୟପୁର,୨୪।୧୧: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ନୂତନ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂହ ଗୁଢା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଝୁନଝୁନୁର ପୌଙ୍ଖ...

ଏଣିକି ମନମୁଖୀ ଫି’ ବଢାଇ ପାରିବେ ନାହିଁ ବେସରକାରୀ ସ୍କୁଲ

ଚଣ୍ଡିଗଡ,୩୦।୩: ପଞ୍ଜାବରେ ଆମ ଆଦମୀ ପାର୍ଟି ରାଜ୍ୟରେ କ୍ଷମତା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।...

Advertisement
Archives

Model This Week