Posted inଜାତୀୟ

ଜଳବାୟୁ ପରିବର୍ତ୍ତନକୁ ନେଇ ଏକଜୁଟ ହେବା ଆବଶ୍ୟକ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୧୫ତମ ଜି -୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ମୋଦି ତାଙ୍କ ଭାଷଣରେ ଜଳବାୟୁ ପରିବର୍ତ୍ତନ ସମେତ ପରିବେଶ ଭଳି ଅନେକ ପ୍ରସଙ୍ଗରେ ନିଜର ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢି଼ିବା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଜଳବାୟୁ ପରିବର୍ତ୍ତନ କେବଳ ବନ୍ଦ ଦ୍ୱାର ପଛରେ ନୁହେଁ ବରଂ ଏକୀକୃତ, ବ୍ୟାପକ ଏବଂ ସାମଗ୍ରିକ ଢଙ୍ଗରେ ଲଢେଇ କରାଯିବା ଉଚିତ। ନାଗରିକ ତଥା ଅର୍ଥନୀତିକୁ ମହାମାରୀରୁ ରକ୍ଷା କରିବା ଉପରେ ଆମର ଧ୍ୟାନ ରହିଛି, କିନ୍ତୁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢେଇ ଉପରେ ଧ୍ୟାନ ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,୨୦୩୦ ସୁଦ୍ଧା ଆମେ ୨୬ ନିୟୁତ ହେକ୍ଟର ଅବନତି ହୋଇଥିବା ଜମିକୁ ସଂଶୋଧନ କରିବାର ଲକ୍ଷ୍ୟ ସ୍ଥିର କରିଛୁ। ଆମେ ଏକ ଗୋଲାକାର ଅର୍ଥନୀତିକୁ ପ୍ରେତ୍ସାହିତ କରୁଛୁ। ପରିବେଶ ସହ ସୁସମ୍ପର୍କରେ ବଞ୍ଚିବାର ପାରମ୍ପରିକ ନୈତିକତା ପ୍ରତି ମୋ ସରକାରଙ୍କ ପ୍ରତିବଦ୍ଧତା ହେତୁ ଭାରତ ସ୍ବଳ୍ପ ଅଙ୍ଗାରକାମ୍ଳ ଏବଂ ଜଳବାୟୁ-ସ୍ଥିର ବିକାଶ ପନ୍ଥା ଆପଣାଇଛି। ଭାରତ କେବଳ ଆମର ପ୍ୟାରିସ ଚୁକ୍ତିନାମାଗୁଡିକର ଲକ୍ଷ୍ୟ ପୂରଣ କରୁନାହିଁ, ବରଂ ଏହା ଆଗରେ ମଧ୍ୟ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ବହୁ ପ୍ରତୀକ୍ଷିତ ଏହି ସମ୍ମିଳନୀରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ, ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବୁ ଲାଲ ଗୌର ଅସୁସ୍ଥ: ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର

ଭୋପାଳ,୧୮।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବାବୁ ଲାଲ ଗୌରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ଏୟାର...

ଇତିହାସ ରଚିବ ଚନ୍ଦ୍ରୟାନ-୨: ଚନ୍ଦ୍ରରେ ପାଦ ଥାପିବ ବିକ୍ରମ

ନୂଆଦିଲ୍ଲୀ,୬ା୯(ପି.ଟି./ଆଇଏଏନ୍‌ଏସ୍‌): ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଶୁକ୍ରବାର ରାତି ୧ଟା ୪୩ ମିନିଟରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାକୁ ଯାଉଛି। ଜୁଲାଇ ୨୨ରେ...

କଳା କାର୍ବନ ହିମାଳୟ ପାଇଁ ବଡ଼ ବିପଦ, ଜାଣନ୍ତୁ କାହିଁକି

ଉତ୍ତରାଖଣ୍ଡ,୧୧ା୬: ହିମାଳୟ ପ୍ରତି କଳା କାର୍ବନ ବଡ଼ ବିପଦ ସୃଷ୍ଟି କରିବ। କାରଣ କଳା କାର୍ବନ ଯୋଗୁ ଗ୍ଲେସିୟର ଦ୍ରୁତ ଗତିରେ ତରଳିବାର ଭୟ ରହିଛି।...

ଧୂମପାନର ଆଇନଗତ ବୟସ ୨୧ ହେବ

ନୂଆଦିଲ୍ଲୀ, ୩।୧(ଆଇଏଏନ୍‌ଏସ୍‌): ଭାରତରେ ଧୂମପାନର ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ ହେବ। ପୂର୍ବରୁ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ...

ଗାଳିରୁ ବର୍ତ୍ତିବା ପାଇଁ ଘର ଲୋକଙ୍କୁ ଗଣବଳାତ୍କାର ବାହାନା ଦେଖାଇଲେ ନାବାଳିକା, ଆଉ ତାପରେ…

ହାଇଦ୍ରାବାଦ,୨୬।୧: ଦେଶରେ ପ୍ରତିଦିନ ବଳାତ୍କାର ଘଟଣା ସାମ୍ନାକୁ ଆସୁଛି। ପୋଲିସ ବି ଏହାକୁ ନେଇ ସତର୍କ ହୋଇପଡିଛି। ହାଇଦ୍ରାବାଦରେ ଗଣବଳାତ୍କାର ମନରୁ ନ ଲିଭୁଣୁ ଏବେ...

କୃଷକଙ୍କ ଆଖିରୁ ରକ୍ତର ଲୁହ ବୁହାଉଛନ୍ତି ମୋଦି ସରକାର: ସୋନିଆ

ନୂଆଦିଲ୍ଲୀ,୨।୧୦: ଶୁକ୍ରବାର ଗାନ୍ଧୀ ଜୟନ୍ତୀ ଅବସରରେ କୃଷକମାନେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେପଟେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ଭିଡିଓ ବାର୍ତ୍ତା...

ବିଦେଶୀ ଗାଈ ଗୋମାତା ନୁହେଁ; ଆଣ୍ଟି: ସେମାନଙ୍କ କ୍ଷୀରରେ ପୂଜା ହେବା ଅନୁଚିତ କହିଲେ ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ

କୋଲକାତା,୫।୧୧: ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ୍‌ ଘୋଷ ଏକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି ଯେ, ବିଦେଶୀ ଗାଈ ଗୋମାତା ନୁହଁନ୍ତି।...

ଶିବଙ୍କ ଆଗରେ କମଲ ନଇଁବା ନିଶ୍ଚିତ: ସଙ୍କଟ ମୁକ୍ତ ଭାଜପା ସରକାର

ଭୋପାଳ,୧୦।୧୧: ମଧ୍ୟପ୍ରଦେଶ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସମ୍ମୁଖରେ କଂଗ୍ରେସର କମଲନାଥଙ୍କୁ ନିଶ୍ଚିତ ନଇଁବାକୁ ପଡ଼ିବ ବୋଲି ପ୍ରାଥମିକ ଫଳାଫଳରୁ ଜଣାପଡୁଛି। ରାଜ୍ୟରେ...

Advertisement
Archives

Model This Week