Posted inଜାତୀୟ

ପ୍ରୋଟୋକଲ ଭାଙ୍ଗିଲେ ମୋଦି

ବାରାଣସୀ,୧୩ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିଛନ୍ତି । ସୋମବାର ପ୍ରଥମେ ମୋଦି କାଳ ଭୈରବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ । ଏହାପରେ ସେ କ୍ରୁଜ୍‌ରେ ଗଙ୍ଗା ମାର୍ଗ ଦେଇ ଲଳିତାଘାଟ ଯାଇଥିଲେ । ସେଠାରେ ସେ ସମ୍ପୂର୍ଣ୍ଣ ଗେରୁଆ ବସ୍ତ୍ର ପରିଧାନ କରି ଗଳାରେ ରୁଦ୍ରାକ୍ଷ ପିନ୍ଧି ଗଙ୍ଗାରେ ବୁଡ ପକାଇବା ସହିତ ଜଳାଭିଷେକ ପାଇଁ ଗଙ୍ଗାର ପବିତ୍ର ଜଳ ନେଇ କାଶୀ ବିଶ୍ୱନାଥଙ୍କ ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ କାଶୀ ବିଶ୍ୱନାଥ ଧାମର କରିଡର ଉଦ୍‌ଘାଟନ କରିଥିଲେ । ସୂଚନାଯୋଗ୍ୟ, କାଳ ଭୈରବଙ୍କ ଦର୍ଶନ କରିବା ପରେ ମୋଦି ବାହାରକୁ ଆସିବା ବେଳେ ସେଠାରେ ତାଙ୍କୁ ପଗଡି ଉପହାର ଦିଆଯାଇଥିଲା । ଏଥିପାଇଁ ମୋଦି ସୁରକ୍ଷା ପ୍ରୋଟୋକଲକୁ ଭାଙ୍ଗି ପଗଡି ଗ୍ରହଣ କରିଥିଲେ । ସେହିପରି କାଶୀ ବିଶ୍ୱନାଥ ଯିବା ବାଟରେ ସେ ବିଭିନ୍ନ ସ୍ଥାନରେ ପ୍ରୋଟୋକଲ ଭାଙ୍ଗିଥିବା ଦେଖାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଛତିଶଗଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ

କାଙ୍କେର,୧୪।୬: ଛତିଶଗଡ଼ର କାଙ୍କେର ଜିଲାରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନକାଉଣ୍ଟରରେ ୨ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।...

ହୋର୍ଡିଂ ପଡ଼ି ମୃତ୍ୟୁ ଘଟଣା: ସମ୍ପୃକ୍ତ ନେତାଙ୍କ ବିରୋଧରେ ମାମଲା ରୁଜୁ

ଚେନ୍ନାଇ,୧୫।୯: ରାସ୍ତା କଡରେ ଲାଗିଥିବା ବେଆଇନ ହୋର୍ଡିଂ ଯୋଗୁ ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଜୀବନ ଯାଇଛି। ଚେନ୍ନାଇରେ ଘଟିଥିବା ଏହି ଘଟଣା ପରେ ସମ୍ପୃକ୍ତ...

ପରୀକ୍ଷା ପାଇଁ ଟଙ୍କା ନ ଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଟପର

ବାଙ୍ଗାଲୋର,୧୩।୧୦: ପରିବାର ଲୋକେ ସ୍କୁଲ ଫି ଦେଇ ନ ପାରିବାରୁ ପରୀକ୍ଷା ବେଳେ ହଲ ଟିକେଟ୍‌ ମିଳିଲା ନାହିଁ। ଏଥିଯୋଗୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଭାଗ୍ୟବଶତଃ...

ଆଦିତ୍ୟନାଥଙ୍କ ଦୀପାବଳି ରାଜନୀତି: ମୁଲାୟମ୍‌ଙ୍କୁ ଭେଟି ୨୫ ମିନିଟ୍‌ କଲେ ଆଲୋଚନା

ଲକ୍ଷ୍ନୌ,୩୦।୧୦: ସମାଜବାଦୀ ନେତା ମୁଲାୟମ୍‌ ସିଂ ଯାଦବଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଭେଟିଛନ୍ତି। ସେ ମୁଲାୟମ୍‌ଙ୍କୁ ତାଙ୍କ ବାସଭବନରେ ଭେଟି ଦୀପାବଳି ଶୁଭକାମନା...

କାନପୁର ପରେ ଏବେ ଲକ୍ଷ୍ନୌରେ ପହଞ୍ଚିଲା ଜିକା

ଲକ୍ଷ୍ନୌ,୧୨ ।୧୧: କରୋନା ପରେ ଏବେ ଚିନ୍ତା ବଢାଇଲାଣି ଜିକା ଭାଇରସ । ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଗୁରୁବାର ୨ ଜଣ ଜିକା ଭାଇରସ ସଂକ୍ରମିତଙ୍କୁ...

‘ପଟାଖା ନହିଁ ଦିଆ ଜଲାଓ’ ଅଭିଯାନ ଆରମ୍ଭ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୫।୧୦: ଚଳିତବର୍ଷ ଦୀପାବଳିକୁ ନେଇ ମଧ୍ୟ କିଛି କଟକଣା ସହ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ। ଅକ୍ଟୋବର ୨୭...

କୁନାଲ କାମ୍‌ରା ନାମଧାରୀଙ୍କ ଟିକେଟ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୭-୨(ପି.ଟି.):ହାସ୍ୟାଭିନେତା କୁନାଲ କାମ୍‌ରାଙ୍କ ନାମରେ ଅନ୍ୟଜଣେ ବ୍ୟକ୍ତିଙ୍କ ଟିକେଟକୁ ଏୟାର ଇଣ୍ଡିଆ ବୁଧବାର ବାତିଲ କରିଥିଲା। ତାଙ୍କ ଟିକେଟକୁ ଭୁଲ୍‌ବଶତଃ ବାତିଲ କରାଯାଇଥିବା ସମ୍ପୃକ୍ତ ବ୍ୟକ୍ତି...

ବିଶ୍ୱବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧।୬: ନିକଟରେ ତୁର୍କୀର ଇସ୍ତାନବୁଲରେ ଚାଲିଥିବା ବକ୍ସିଂ ୱାଲର୍‌ଡ ଚାମ୍ପିଅନଶିପରେ ଭାରତୀୟ ମହିଳା ବକ୍ସିଂ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶେଷକରି ନିଖତ ଜରିନ ତାଙ୍କ...

Advertisement
Archives

Model This Week