Posted inଜାତୀୟ

ବାରଣାସୀ ଗଳିରେ ଗାଡି ରଖି ବୃଦ୍ଧଙ୍କ ହାତରୁ ପଗଡ଼ି ପିନ୍ଧିଲେ ମୋଦି

ବାରଣାସୀ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କାଶୀ କୋତୱାଲ, କାଲ ଭୈରବ ଜୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି। ଏହାସହ ଗଙ୍ଗାରେ ଏକ ବୁଡ଼ ପକାଇଲେ। ଏହି ସମୟରେ ପିଏମ ମୋଦିଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା।
ମୋଦିଙ୍କ କାଶୀ ଗସ୍ତର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ତାଙ୍କର ଗାଡି କାଶୀ ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛ। ଏହି ସମୟରେ ତାଙ୍କ ଗାଡି ଉପରେ ଫୁଲଗୁଡ଼ିକ ବର୍ଷା ହେଉଥିବାର ଦେଖାଯାଏ। ଲୋକମାନେ ‘ମୋଦି-ମୋଦି’ର ସ୍ଲୋଗାନ ଦେଇଥିଲେ। ‘ହର ହର ମହାଦେବ’ ସବୁଆଡେ ପ୍ରତିଧ୍ୱନିତ ହେଉଥିଲା। ଏହି ସମୟରେ ବହୁ ସଂଖ୍ୟାରେ ଲୋକ ତାଙ୍କୁ ସ୍ବାଗତ କରିବା ପାଇଁ ରାସ୍ତା କଡରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।
ଭିଡିଓରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡି ଆଗକୁ ବଢ଼ିବାବେଳେ ସାଫରନ ପୋଷାକ ପିନ୍ଧିଥିବା ଜଣେ ବୃଦ୍ଧ ରାସ୍ତା ପାର୍ଶ୍ୱରେ ଛିଡା ହୋଇଛନ୍ତି। ଏହି ବ୍ୟକ୍ତି ତାଙ୍କ ହାତରେ ଏକ ଜାଫର ପଗଡି ଧରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ଏହି ପଗଡିକୁ ନିଜ ହାତରେ ପିନ୍ଧାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ପ୍ରଥମେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ସୁରକ୍ଷା କର୍ମୀମାନେ ଅଟକାଇଥିଲେ। କିନ୍ତୁ ପରେ ମୋଦି ନିଜେ କାର୍‌ ଡୋର୍‌ ଖୋଲି ବୃଦ୍ଧଙ୍କ ହାତରୁ ପଗଡ଼ି ପିନ୍ଧି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦୋଷ ଦେବା ଅନୁଚିତ: ସ୍ବାମୀନାଥନ

ନୂଆଦିଲ୍ଲୀ,୫।୧୧: ରାଜଧାନୀ ଦିଲ୍ଲୀ, ହରିୟାଣା ଆଦି ସ୍ଥାନର ବାୟୁ ପ୍ରଦୂଷଣ ପାଇଁ ଚାଷୀଙ୍କୁ ଦାୟୀ କରାଯାଉଛି। କାରଣ ଏମାନେ ବହୁ ପରିମାଣରେ ନଡା ପୋଡୁଥିବାରୁ ଏଭଳି...

ମୋଦିଙ୍କୁ କହ୍ନେୟାଙ୍କ କଟାକ୍ଷ: ‘ଆମ ସାହେବ୍‌ ଷ୍ଟଣ୍ଟମ୍ୟାନ୍‌, ହେଲେ ଷ୍ଟେଟ୍ସମ୍ୟାନ୍‌ ନୁହଁନ୍ତି’

ନୂଆଦିଲ୍ଲୀ,୧୯।୭: ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଆମର...

କ୍ଷମତାଚ୍ୟୁତ ହେବାପରେ କୁମାରସ୍ବାମୀ କହିଲେ, ଭବିଷ୍ୟତରେ ମଧ୍ୟ ରାଜନୈତିକ ଅସ୍ଥିରତା ଲାଗି ରହିବ

ବେଙ୍ଗାଲୁରୁ, ୨୪।୭: ଦୁଇ ସପ୍ତାହରେ ଧରି କର୍ନାଟକରେ ଚାଲିଥିବା ରାଜନୀତିକ ନାଟକରେ ଯବନିକା ପଡ଼ିଛି। ମଙ୍ଗଳବାର ଆସ୍ଥା ଭୋଟ ହାରିବା ପରେ କୁମାରସ୍ବାମୀ ସରକାର ଭାଜପା...

ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୩୧।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ ଥିଲେ। ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଶୁକ୍ରବାର...

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଞ୍ଜୟ ରାଉତ କରୁଛନ୍ତି କାମ: ଫଟୋ ଭାଇରାଲ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ...

ମାରାଥନ୍‌ ଦୌଡ଼ ଆୟୋଜିତ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୯।୮: ଅଗଷ୍ଟ ୯ ସୋମବାର କ୍ରାନ୍ତି ଦିବସରେ ଦିଲ୍ଲୀ ସରକାର ଅମୃତ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଏକ ମାରାଥନ...

ଦିଲ୍ଲୀରେ ଆଉ ୫ ପୋଲିସ କରୋନା ପଜିଟିଭ

ନୂଆଦିଲ୍ଲୀ,୨୦।୪: ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତା ବଢାଇଛି କରୋନା ଭାଇରସ। ଦିନକୁ ଦିନ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୋମବାର ଚାନ୍ଦନି...

ଉଦ୍ଧବଙ୍କୁ ଝଟ୍‌କା, ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧।୭ : ମହାରାଷ୍ଟ୍ରରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ଲାଗିଛି। ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ ବୋଲି...

Advertisement
Archives

Model This Week