Posted inଜାତୀୟ

ଦେଓଘର ବିମାବନ୍ଦରର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୧୨ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଝାଡଖଣ୍ଡର ଦେଓଘରକୁ ହଜାର କୋଟି ବିକାଶ ପରିଯୋଜନାର ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୮୦୦ କୋଟିରୁ ଊର୍ଦ୍ଧ୍ୱ ବିକାଶ ପରିଯୋଜନାର ଶୁଭାରମ୍ଭ କରିବେ । ଏହି ସମୟରେ ମୋଦି ଦେଓଘର ବିମାନବନ୍ଦରର ଉଦଘାଟନ କରିବେ । ଏହା ପୂର୍ବରୁ ୨୫ମେ ୨୦୧୮ରେ ମୋଦି ଏହି ବିମାନବନ୍ଦରର ଶିଳାନ୍ୟାସ କରିଥିଲେ ।
ସୂଚନାଯୋଗ୍ୟ, ଦେଓଘର ବିମାନ ବନ୍ଦର ଝାଡଖଣ୍ଡର ଦ୍ୱିତୀୟ ଅନ୍ତର୍ଜାତିୟ ବିମାନ ବନ୍ଦର । ଏହା ଝାଡଖଣ୍ଡର ରାଜଧାନୀ ରାଞ୍ଚି ପରେ ଦ୍ୱିତୀୟ ବିମାନ ବନ୍ଦର ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ୨୦୧୪ ପୂର୍ବରୁ ଦେଶରେ କେବଳ ୭୪ଟି ବିମାନ ବନ୍ଦର ଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା)ର ନରେନ୍ଦ୍ର ମୋଦି ସରକାର ଆସିବା ପରେ ଏବେ ଭାରତରେ ବିମାନବନ୍ଦର ସଂଖ୍ୟା ୧୦୪ରେ ପହଞ୍ଚିଲାଣି ।
ମୋଦି ଏକ ଟୁଇଟରେ କହିଛନ୍ତି, ମଙ୍ଗଳବାର ଝାଡଖଣ୍ଡ ଓ ବିହାର ଗସ୍ତକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି । ମଙ୍ଗଳବାର ଦ୍ୱିପ୍ରହରରେ ସେ ଦେଓଘରରେ ପହଞ୍ଚିବେ । ଏହି ସମୟରେ ସେ ୧୬,୮୦୦ କୋଟି ଟଙ୍କାର ବିକାଶ କାର୍ଯ୍ୟର ଉଦ୍‌ଘାଟନ କରିବା ସହ ଶିଳାନ୍ୟାସ କରିବେ । ଏହି ସମୟରେ ସେ ଏମ୍ସ, ଦେବଘରରେ ଇନ-ପେସେଣ୍ଟ ଡିପାର୍ଟମେଣ୍ଟ(ଆଇପିଡି) ଓ ଅପରେଶନ ଥିଏଟର ସେବାକୁ ରାଷ୍ଟ୍ରକୁ ସମର୍ପିତ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବିରୋଧ ସତ୍ତ୍ୱେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲେ ପ୍ରଣବ: ଆଉ ତା’ ପରେ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌ !

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି। ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ...

ମାନ୍‌ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପଞ୍ଜାବରେ ନୂଆ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଉପରେ ରୋକ…

ଚଣ୍ଡିଗଡ଼,୧୩।୧୧ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ନୂତନ ଅସ୍ତ୍ର ଲାଇସେନ୍ସ ଉପରେ ସରକାର ପ୍ରତିବନ୍ଧକ...

ତୋ ମୁଣ୍ଡରେ କେମିକାଲ ଢାଳିବି

ନୂଆଦିଲ୍ଲୀ,୨୯ା୧୦: ଛଟ୍‌ ପୂଜା ପୂର୍ବରୁ ଶୁକ୍ରବାର ଯମୁନା ନଦୀଘାଟ ଅନୁଧ୍ୟାନ କରିବାକୁ ଯାଇଥିବା ପଶ୍ଚିମ ଦିଲ୍ଲୀର ଭାଜପା ଏମ୍‌ପି ପର୍ଭେଶ ବର୍ମା ଜଣେ ଅଫିସରଙ୍କ ଉପରେ...

ମନ୍ଦିର ବାବରଙ୍କ ନିର୍ଦ୍ଦେଶରେ ହୋଇଥିଲା ଭଙ୍ଗା: ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୮: ରାମଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏନେଇ ବୁଧବାର ରାମଲଲାଙ୍କ ଆଇଜନୀବୀ ସି.ଏସ୍‌. ବୈଦନାଥନ୍‌ ଐତିହାସିକ ଯୋଶେଫ୍‌ ଟାଇଫେନ୍ଥଲରଙ୍କ ଦ୍ୱାରା...

ଯୋଗୀ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡିଦେବି କହିଥିବା ମୁନ୍ନଓ୍ବର ରାଣାଙ୍କ ଘର ଆଗରେ ବଢିଲା ସୁରକ୍ଷା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣନା ଚାଲିଛି। ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଯୋଡି ହିଟ ହୋଇଛି। ପ୍ରାରମ୍ଭିକ ଭାବେ...

ଦିଲ୍ଲୀରେ ଅଟୋରେ ବୁଲିଲେ ବ୍ଲିଙ୍କେନ୍‌

ନୂଆଦିଲ୍ଲୀ, ୪ା୩: ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ନୂଆଦିଲ୍ଲୀରେ ଏକ ଅଟୋରିକ୍ସାରେ ବୁଲୁଥିବା ଦେଖାଯାଇଛି। ଶୁକ୍ରବାର ସେ...

ଜୋ ବାଇଡେନ, ବୋରିସ ଜନସନଙ୍କୁ ପଛରେ ପକାଇ ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦି ଆଗରେ

ୱାଶିଂଟନ/ନୂଆଦିଲ୍ଲୀ,୨୧ ।୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ...

ରାତି ଅନ୍ଧାରରେ ଗୁଣ୍ଡାଗିରି: ଶାସକ-ବିରୋଧୀ କଲେ ନିନ୍ଦା

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁରେ ରବିବାର ରାତି ଅନ୍ଧାରରେ ହୋଇଥିବା ଗୁଣ୍ଡାଗିରିକୁ ଶାସକ-ବିରୋଧୀ ନିନ୍ଦା କରିଛନ୍ତି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। କେନ୍ଦ୍ରୀୟ ମନ୍ତ୍ରୀ...

Advertisement
Archives

Model This Week