India-China Dispute: ମୋଦିଙ୍କୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ଭୟରେ ଛାନିଆ ହେଲା ଚାଇନା

ଓ୍‌ବାଶିଂଟନ୍‌,୧୪।୨: ଗୁରୁବାର ସାରେ (ଶୁକ୍ରବାର ସକାଳ ୫ଟା ଭାରତୀୟ ସମୟ) ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରସ୍ତାବ ଦେଇଛନ୍ତି। ସେ ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ସେ ଏହି ଦୁଇ ଦେଶ ମଧ୍ୟରେ ବିବାଦର ସମାଧାନ କରିବାରେ ସାହାଯ୍ୟ କରିପାରିବେ, ତେବେ ସେ ଖୁସି ହେବେ। ଏବେ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ପ୍ରତିକ୍ରିୟା ଆସିଛି। ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି।

ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଯେ ଏହା ଦୁଇ ଦେଶ ମଧ୍ୟରେ ଏକ ପ୍ରସଙ୍ଗ ଏବଂ ଭାରତ ସବୁବେଳେ ଏପରି ମାମଲାରେ ଦ୍ୱିପାକ୍ଷିକ ଆଭିମୁଖ୍ୟ ଗ୍ରହଣ କରିଆସିଛି। ସେ କହିଛନ୍ତି, ଆମର ଯେକୌଣସି ପଡ଼ୋଶୀ ସହିତ ଆମର ଯେକୌଣସି ସମସ୍ୟା ଥାଏ, ଆମେ କେବଳ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ତାହାର ସମାଧାନ କରିବାକୁ ପସନ୍ଦ କରିବୁ।’

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ମିଳିତ ଖବରଦାତା ସମ୍ମିଳନୀରେ ସମ୍ବୋଧିତ କରିବା ସମୟରେ ଟ୍ରମ୍ପ ଚାଇନା ସହ ଜଡିତ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ମୁଁ ଭାରତକୁ ଦେଖୁଛି। ମୁଁ ଚାଇନା ସହିତ ସୀମା ସଂଘର୍ଷ ଦେଖୁଛି। ସେମାନେ ବହୁତ ନିଷ୍ଠୁର, ଯଦି ମୁଁ ସେମାନଙ୍କୁ ରୋକିବା ପାଇଁ କିଛି କରିପାରିବି ତେବେ ମୁଁ ଖୁସି ହେବି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ୍‌ଙ୍କ ରାସ୍ତାରେ ଏର୍ଡୋଗାନ୍‌

ଇସ୍ତାନବୁଲ,୨୪ା୩: ତୁର୍କୀରେ ଗତ ରାଷ୍ଟ୍ରପତି ନିର୍ବାଚନ ୨୦୨୩ ମେ’ ୧୪ରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ନିର୍ବାଚନ ୨୦୨୮ ମେ’ ୭ରେ ହେବାକୁ ଯାଉଛି। ବର୍ତ୍ତମାନର ରାଷ୍ଟ୍ରପତି...

ଆମେରିକାର ପୂର୍ବତନ ଆଟର୍ନିଙ୍କ ସନ୍ଦେହଜନକ ମୃତ୍ୟୁ

ଓ୍ବାଶିଂଟନ,୨୩ା୩: ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଗତ ଜାନୁଆରୀରେ କ୍ଷମତାକୁ ଆସିବା ପରେ ଆଟର୍ନି ପଦ ଛାଡ଼ିଥିବା ଜେସିକା ଆବେରଙ୍କ ମୃତଦେହ...

ଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌: ୫୦ ହଜାର ଟପିଲା ମୃତ୍ୟୁସଂଖ୍ୟା

ଦେଇର୍‌-ଅଲ୍‌ ବଲାହ,୨୩ା୩: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ର ଦକ୍ଷିଣ ଭାଗରେ ଚଳାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ର ବରିଷ୍ଠ ରାଜନୈତିକ ନେତାଙ୍କ ସମେତ ୩୫ ଜଣଙ୍କ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

ଟ୍ରମ୍ପଙ୍କ ମତିଗତି ଦେଖି ବୁଝିଗଲେ ଚାଇନା ପ୍ରଧାନମନ୍ତ୍ରୀ, କହିଲେ ମୁହାଁମୁହିଁ ନୁହେଁ, ଏଣିକି…

ବେଜିଂ,୨୩ା୩: ରବିବାର ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ଆମେରିକୀୟ ସିନେଟର ଷ୍ଟିଭ୍‌ ଡାଇନ୍ସଙ୍କୁ ଭେଟିଥିଲେ। ବୈଠକରେ ଲି କହିଥିଲେ ଯେ, ବେଜିଂ ଏବଂ ଓ୍ବାଶିଂଟନ ବାଣିଜ୍ୟ...

ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ

ଭର୍ଜିନିଆ,୨୩।୩: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ଏକ ଦୋକାନରେ ୫୬ ବର୍ଷୀୟ ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅଙ୍କୁ...

ମୁସଲିମ ଦେଶ ବାଂଲାଦେଶରେ ଦେହ ବେପାର ଉପରେ ନାହିଁ କୌଣସି ପ୍ରତିବନ୍ଧକ, ପ୍ରାୟ ୨ଲକ୍ଷ ମହିଳା କରୁଛନ୍ତି…

ଢାକା,୨୩।୩: ଦେହ ବେପାରକୁ ବିଶ୍ୱର ସବୁଠାରୁ ପୁରୁଣା ବୃତ୍ତି ବୋଲି କୁହାଯାଏ। ଏପରି ଏକ ବୃତ୍ତି ଯାହା କେବେ ଶେଷ ହୋଇପାରିବ ନାହିଁ। ଟଙ୍କା ପାଇଁ...

ପାକିସ୍ତାନୀ ପାଇବେ ମସ୍କଙ୍କ ଷ୍ଟାରଲିଙ୍କ୍‌ ସେବାର ଲାଭ, ଜାଣନ୍ତୁ ଭାରତ ଠାରୁ କେତେ ଟଙ୍କା ଅଧିକ ଦେବାକୁ ପଡିବ

ନୂଆଦିଲ୍ଲୀ,୨୩।୩: ପାକିସ୍ତାନରେ ମଧ୍ୟ ଲୋକମାନେ ସାଟେଲାଇଟ ନେଟୱାର୍କ ବ୍ୟବହାର କରିପାରିବେ। ଏନେଇ ବଡ଼ ନିଷ୍ପତ୍ତି ନେଇପାରନ୍ତି ଏଲନ ମସ୍କ। ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ପଡୋଶୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri