Posted inଖେଳ

ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ରୁଟ୍‌

ଦୁବାଇ,୧୫।୬: ଆଇସିସି ଦ୍ୱାରା ପ୍ରକାଶିତ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡର ଜୋ ରୁଟ ଟେଷ୍ଟରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୭୬ର ଏକ ପାଳି ଖେଳିଥିଲେ। ଗତ ବର୍ଷ ଡିସେମ୍ବରରୁ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ନମ୍ବର -୧ରେ ରହିଥିଲେ। ଏବେ ସେ ଦୁଇ ନମ୍ବରରେ ପହଞ୍ଚିଛନ୍ତି। ୩୧ ବର୍ଷୀୟ ଜୋ ରୁଟ୍‌ ମୋଟ ୮୯୭ ପଏଣ୍ଟ ପାଇଛନ୍ତି। ମାର୍ନସଙ୍କର ୮୯୨ ପଏଣ୍ଟ ଅଛି। ଟପ-୧୦ ବିଷୟରେ କହିବାକୁ ଗଲେ, ଅନ୍ୟ କାହାର କିଛି ପରିବର୍ତ୍ତନ ହୋଇନାହିଁ। ୮୪୫ ପଏଣ୍ଟ ସହ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ତୃତୀୟ, ପାକିସ୍ତାନର ଅଧିନାୟକ ବାବର ଆଜମ ୮୧୫ ପଏଣ୍ଟ ସହ ଚତୁର୍ଥ ଏବଂ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ୭୯୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି।
ଶ୍ରୀଲଙ୍କାର ଟେଷ୍ଟ ଅଧିନାୟକ ଡିମୁଥ କରୁଣାତ୍ନେ ୭୭୨ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଅଛନ୍ତି, ଅଷ୍ଟ୍ରେଲିଆର ଉସମାନ ଖ୍ବାଜା ୭୫୭ ପଏଣ୍ଟ ସହ ୭ ତମ ସ୍ଥାନରେ ଅଛନ୍ତି, ଭାରତୀୟ ଅଧିନାୟକ ରୋହିତ ଶର୍ମା ୭୫୪ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଅଛନ୍ତି, ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ୭୪୪ ପଏଣ୍ଟ ସହ ୯ମ ସ୍ଥାନରେ ଅଛନ୍ତି ଏବଂ ବିରାଟ କୋହଲି ୭୪୨ ପଏଣ୍ଟ ସହ ୧୦ତମ ସ୍ଥାନରେ ଅଛନ୍ତି।
ସେହିପରି ବୋଲିରେ ୯୦୧ ପଏଣ୍ଟ ସହ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ କମିନ୍ସ ପ୍ରଥମ ଏବଂ ୮୫୦ ପଏଣ୍ଟ ସହ ଆର ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ତାଙ୍କର ୮୩୦ ପଏଣ୍ଟ ଅଛି। ଚତୁର୍ଥ ସ୍ଥାନରେ ପାକିସ୍ତାନର ଶାହିନ ଆଫ୍ରିଦି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ଲିଗ୍ ଇତିହାସରେ ନୂଆ ରେକର୍ଡ କଲା ସନରାଇଜର୍ସ ହାଇଦ୍ରାବାଦ

ନୂଆଦିଲ୍ଲୀ,୨୦ା୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଟି୨୦ ଲିଗ୍ ଇତିହାସରେ ପାୱାରପ୍ଲେ ମଧ୍ୟରେ ସର୍ବାଧିକ ସ୍କୋର କରିବାର ରେକର୍ଡ କରିଛି। ହାଇଦ୍ରାବାଦ ପାଇଁ ଓପନ...

ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର, କୋଚ୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୦।୪: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ଲାଗି ଖରାପ ଖବର। ଗୋଟିଏ ପଟେ ଥାଲାଙ୍କ ବ୍ୟାଟିଂ ଦେଖି ପ୍ରଶଂସକ ତାଙ୍କୁ ବିଶ୍ୱକପ୍‌ ଟିମ୍‌ରେ ଦେଖିବାକୁ...

ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା

କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ...

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri