Posted inଜାତୀୟ

ଦଶହରାରେ ନିର୍ବାଚନୀ ବିଗୁଲ ବଜାଇଲେ ମୋଦି

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ହିମାଚଳ ପ୍ରଦେଶରେ ଗସ୍ତରେ ଯାଇଛନ୍ତି। ଏହି ସମୟରେ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ବିଲାସପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶର ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇଛନ୍ତି। ଏହା ମୋଦିଙ୍କର ନିର୍ବାଚନୀ ବିଗୁଲ ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂର୍ବରୁ ରାଜ୍ୟରେ କ୍ଷମତାରେ ଥିବା କଂଗ୍ରେସକୁ ସମାଲୋଚନା କରିଥିଲେ। ପୂର୍ବତନ କଂଗ୍ରେସ ସରକାର କେବଳ ଶିଳାନ୍ୟାସ କରୁଥିଲେ। ସେମାନେ ପ୍ରକୃତ ବିକାଶ ମୂଳକ ପ୍ରକଳ୍ପକୁ ନିର୍ବାଚନ ସରିବା ସହ ଭୁଲି ଯାଉଥିଲେ। ହେଲେ ଭାଜପା ସରକାର କେବଳ ଶିଳାନ୍ୟାସ କରେ ନାହିଁ। ବିଜେପି ସରକାର ବିକାଶ ପ୍ରକଳ୍ପର ଉଦଘାଟନ ମଧ୍ୟ କରେ ବୋଲି ମୋଦି କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୮ରେ ହିମାଚଳ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ତେଣୁ ନଭେମ୍ବର ପ୍ରଥମ କିମ୍ବା ଶେଷ ଭାଗରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ପ୍ରଚାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଙ୍ଗିରପୁରୀ ହିଂସାକାଣ୍ଡ: ଆଉ ୬ ଗିରଫ

ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ଆଉ ୬ ଜଣଙ୍କୁ ଗିରଫ ହିଂସା ମାମଲାରେ ରବିବାର ପୋଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ...

ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ

ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ...

‘କର୍ତ୍ତବ୍ୟ ପଥ‘ରେ ଆଇସକ୍ରିମର ୯୦ ଷ୍ଟଲ, ପାଣିର ୩୦ଟି ଟ୍ରଲିକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୧୫ ।୯: ନିକଟରେ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟ ପାଖ ସର୍କଲର ନାମକରଣ ‘କର୍ତ୍ତବ୍ୟ ପଥ‘ କରାଯାଇଛି । ଆଧୁନିକତାର ଛାପ ସହ ଏହା ପର୍ଯ୍ୟଟକଙ୍କୁ...

‘ଘର ଲୋକ ହିଁ ଘର ଛାଡିବାକୁ କଲେ ବାଧ୍ୟ’

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ଛାଡିବା ପରେ ପ୍ରଥମଥର ଗୁଲାମ ନବୀ ଆଜାଦ ଗଣମାଧ୍ୟମ ଜରିଆରେ ଦଳ ଉପରେ ବର୍ଷିଛନ୍ତି। କିଏ ନିଜେ ପରିବାର ଛାଡିବାକୁ ଚାହେଁ। ମୋତେ...

ଟୁଇଟର, ଇନ୍‌ଷ୍ଟାଗ୍ରାମ୍‌ରେ ସିବିଆଇ

ନୂଆଦିଲ୍ଲୀ,୩।୧୦: ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟୁଇଟର ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରବେଶ କରିଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ...

‘ଅଜିତ୍‌ ବିଶ୍ୱାସଘାତକତା କରିଛନ୍ତି’

ନୂଆଦିଲ୍ଲୀ, ୨୪ା୧୧(ପି.ଟି.) : କଂଗ୍ରେସ ଓ ଏନ୍‌ସିପିକୁ ନେଇ ସରକାର ଗଠନ କରିବା ଲାଗି ଶିବସେନା ଚଳାଇଥିବା ପ୍ରୟାସ ଫସର ଫାଟିିଛି। ଏନ୍‌ସିପି ମୁଖ୍ୟ ଶରଦ...

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନକ୍‌ଭୀ ଅଜମେର ଦରଘାରେ ଚାଦର ଚଢ଼ାଇଲେ…

ଅଜମେର, ୬।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ କେନ୍ଦ୍ରୀୟ ଅଳ୍ପ ସଂଖ୍ୟକ ମନ୍ତ୍ରୀ ମୁକ୍ତାର ଅବ୍ବାସ ନକ୍‌ଭୀ ଆଜମେରର ସୁଫି ସନ୍ଥ ଖ୍ବାଜା ମୋଇନୁଦ୍ଦିନ୍‌...

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ,୧।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା...

Advertisement
Archives

Model This Week