Advertisement

ସମସ୍ତ ଦେଶବାସୀଙ୍କୁ ମିଳିବ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୨୯ ।୧୦: କରୋନା ଭାଇରସ ସଂକ୍ରମଣ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠାରେ ବୃ୍‌ଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା ୮୦ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏହି କରୋନା ମହାମାରୀକୁ ଦୂରେଇବା ପାଇଁ ଅଧିକାଂଶ ଦେଶରେ ଏହାର ଟିକାକରଣ ଉପରେ କାମ ଚାଲିଛି । ଭାରତ ମଧ୍ୟ ଏଥିରେ ପଛରେ ପଡିନାହିଁ । ଏବେ ଏହି କରୋନା ଟିକାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଦେଶରେ କରୋନା ଟିକା ଉପଲବ୍ଧ ହେଲେ ଏହା ସମସ୍ତ ଭାରତୀୟଙ୍କୁ ମିଳିବ । କୌଣସି ଭାରତୀୟ ଏଥିରୁ ବଞ୍ଚିତ ହେବ ନାହିଁ ବୋଲି ମୋଦି କହିଛନ୍ତି । ଏକ ଇଂରାଜୀ ଖବରକାଗଜ ସହ ହୋଇଥିବା ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ମୋଦି ଏହା କହିଛନ୍ତି । ସେ ଆହୁରି ମଧ୍ୟ କରିଛନ୍ତି କରୋନା ମହାମାରୀକୁ ନେଇ ସରକାର ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛନ୍ତି ଓ ଦେଶବାସୀ ଏଥିରେ ସହଯୋଗ କରିଥିବାରୁ ଅନେକଙ୍କ ଜୀବନ ବଞ୍ଚଯାଇଛି । ହେଲେ ଏବେବି କରୋନା ସଂକ୍ରମଣ ଭୟ ଯାଇ ନ ଥିବାରୁ ଲୋକେ ସତର୍କ ଓ ସଚେତନ ରହିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କିନ୍ତୁ କରୋନା ଟିକା ଆସିବା ପରେ ଏହା ପ୍ରଥମେ କରୋନା ସହ ସିଧାସଳଖ ଲଢୁଥିବା ଆଗଧାଡିର ଯୋଦ୍ଧାଙ୍କୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ନେତାଙ୍କୁ ସୋନିଆଙ୍କ ନିର୍ଦ୍ଦେଶ:ମତଭେଦ ଭୁଲି ବୟାନ ଦେବାରୁ ବିରତ ରୁହନ୍ତୁ

ନୂଆଦିଲ୍ଲୀ, ୬।୯: ମଧ୍ୟ ପ୍ରଦେଶରେ କଂଗ୍ରେସରେ ଲାଗି ରହିଥିବା ମଦଭେଦକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତିତ ଅଛନ୍ତି। ସମସ୍ତ ମତଭେଦ ଭୁଲି ସାର୍ବଜନୀନ...

ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବା ସହ ୯ ପ୍ରସ୍ତାବ ଦେଲେ ବିରୋଧୀ

ନୂଆଦିଲ୍ଲୀ, ୧୨।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରବଳ ବେଗରେ ମାଡ଼ିଚାଲିଥିବା ବେଳେ ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ମିଳୁନି। ପ୍ରତିଦିନ ହଜାର ହଜାର...

ପିଏମ୍‌ କେୟାର୍ସ ପାଣ୍ଠିରୁ କିଣାହେବ ୧ଲକ୍ଷ ଅମ୍ଳଜାନ କନସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୮।୪: ହସ୍ପିଟାଲଗୁଡିକରେ ଡାକ୍ତରୀ ଅମ୍ଳଜାନ ଯୋଗାଣକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପିଏମ୍‌ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅମ୍ଳଜାନ କନସେନ୍‌ଟ୍ରେଟର କିଣିବାକୁ...

କରୋନା ଯୋଗୁ ପ୍ରତି ୩୩ ଘଣ୍ଟାରେ ୧୦ ଲକ୍ଷ ଗରିବ, ୩୦ ଘଣ୍ଟାରେ ଜଣେ ନୂଆ ବିଲିୟନେୟାର…

ଡାଭୋସ, ୨୩।୫ : ସ୍ବିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ପାଇଁ ସମଗ୍ର ବିଶ୍ୱରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏଠାରେ ପହଞ୍ଚିଛନ୍ତି।...

ମଧ୍ୟରାତ୍ରିରେ ମହାନାଟକ

ମୁମ୍ବାଇ,୩୦ା୬: ହିନ୍ଦୁ ହୃଦୟ ସମ୍ରାଟ ସ୍ବର୍ଗତ ବାଲାସାହେବ ଠାକ୍‌ରେଙ୍କ ଲିଗାସି ଏବଂ ସବୁଠୁ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ୧୧ ଦିନ ଧରି...

ଅନିଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୨୬।୯: ୪୨୦ କୋଟି ଟଙ୍କା ଟିକସ ଛାଡ ମାମଲାରେ ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ...

୧୪ ଦିନିଆ ବିଚାର ବିଭାଗୀୟ ରିମାଣ୍ଡରେ ଶରଜିଲ୍‌

ନୂଆଦିଲ୍ଲୀ,୧୮।୨: ଉତ୍ତେଜନା ମୂଳକ ଭାଷଣ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା ଶରଜିଲ୍‌ ଇମାମ୍‌ଙ୍କୁ ୧୪ ଦିନିଆର ବିଚାର ବିଭାଗୀୟ ରିମାଣ୍ଡରେ ରଖିବାକୁ ଦିଲ୍ଲୀ କୋର୍ଟ ମଙ୍ଗଳବାର...

ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧୨: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ...

Advertisement
Archives

Model This Week