Posted inଜାତୀୟ

କରୋନା ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡକାଇ ସ୍ଥିତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୨୨।୧୨: ଚାଇନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଭାରତରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ବିଏଫ୍‌-୭ର ୪ଟି ମାମଲା ଚିହ୍ନଟ ହେବାପରେ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭିଆ, ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ନୀତି ଆୟୋଗ ସଦସ୍ୟ ଡ.ଭି.କେ.ପଲ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଯୋଗ ଦେଇଥିଲେ। ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ବେଳେ ଏଥିରେ ଦେଶରେ ବର୍ତ୍ତମାନ କରୋନା ପ୍ରସ୍ତୁତି ଏବଂ ଆଗାମୀ ଦିନର ଯୋଜନା ଉପରେ ଆଲୋଚନା ହୋଇଥିଲା।

କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣକୁ ରୋକିବା ପାଇଁ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ନେଇ କେନ୍ଦ୍ର ସରକାର ଏକ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଉକ୍ତ ଗାଇଡ୍‌ଲାଇନ୍‌ରେ ଦେଶରେ ଥିବା ସମସ୍ତ ବିମାନବନ୍ଦରର ଯାତ୍ରୀଙ୍କ ନିୟମିତ ନମୁନା ସଂଗ୍ରହ କରିବାକୁ କୁହାଯାଇଛି। ଓମିକ୍ରନ୍‌ ସବ୍‌ ଭ୍ୟାରିଆଣ୍ଟ ବିଏଫ୍‌-୭କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ହେଲେ ସଂକ୍ରମଣକୁ ହରାଇବା ପାଇଁ ଲୋକମାନେ ଭିଡ଼ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏଥିସହ କରୋନା ପଜିଟିଭ୍‌ର ନମୁନାକୁ ଜିନୋମ୍‌ ସିକ୍ୱେନ୍ସିଂ ଲ୍ୟାବ୍‌ ପଠାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶ ପାଇଁ କିଏ ଦେଇଥିଲେ ଅନୁମତି: ଶରଦ ପାଓ୍ବାର

ନୂଆଦିଲ୍ଲୀ,୬।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ତବଲିଘ୍‌ ଜମାତ୍‌ ଯୋଗୁ ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ଏବେ ରାଜନୈତିକସ୍ତରରେ କାଦୁଅ ଫିଙ୍ଗା ଆରମ୍ଭ...

ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜ୍ୟ ସଭାରେ ହଟ୍ଟଗୋଳ

ନୂଆଦିଲ୍ଲୀ,୨୧।୧୨(ପି.ଟି.): ରାଜସ୍ଥାନର ଅଲଓ୍ବାରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସୋମବାର ରାଜ୍ୟ ସଭାରେ ଶାସକ ଏବଂ ବିରୋଧୀ ସଦସ୍ୟମାନଙ୍କ ମଧ୍ୟରେ ପ୍ରବଳ...

ଦିଲ୍ଲୀ ମୁହାଁ ୧୫ ଶହ ଗାଡ଼ି: ୭ ଜିଲାର ହଜାରେ ଗାଁର ବାସିନ୍ଦା ଏକଜୁଟ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ପଞ୍ଜାବରୁ ଦିଲ୍ଲୀ ମୁହାଁ...

ବାୟାବନ୍ଧନ ଯୋଜନା ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୨୭-୧୨: ବରିଷ୍ଠ ନାଗରିକଙ୍କ ପେନସନ ସ୍କିମ ପ୍ରଧାନମନ୍ତ୍ରୀ ବାୟାବନ୍ଧନ ଯୋଜନା ଲାଗି ସରକାର ଆଧାରକୁ ଅନିବାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୮% ନିଶ୍ଚିତ ସୁଧହାର ପ୍ରଦାନ...

ରୁଷିଆ-ୟୁକ୍ରେନ ଯୁଦ୍ଧରୁ ଶିକ୍ଷା ଲାଭ କରି ଭବିଷ୍ୟତ ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିବା ଜରୁରୀ: ରାଜନାଥ…

ନୂଆଦିଲ୍ଲୀ,୧୬।୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସମୟ ସହିତ ସୁରକ୍ଷା ଚ୍ୟାଲେଞ୍ଜ ବଦଳୁଛି। ସୁରକ୍ଷା ଚ୍ୟାଲେଞ୍ଜଗୁଡିକର ପରିବର୍ତ୍ତନ ଯାହା ଆମେ ଗତ...

କରୋନା କଟକଣା ମଧ୍ୟରେ ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: କରୋନା କଟକଣା ମଧ୍ୟରେ ଶନିବାର ସମଗ୍ର ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଏସ୍‌ବିଆଇର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇ ଧମକପୂର୍ଣ୍ଣ ଫୋନ୍‌ କଲ୍‌

ମୁମ୍ବାଇ,୧୫।୧୦: ଭାରତର ସବୁଠୁ ଲୋକପ୍ରିୟ ବ୍ୟାଙ୍କ ଭାବେ ପରିଚିତ ମୁମ୍ବାଇସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ମୁଖ୍ୟାଳୟକୁ ଦୁଇ ଦିନରେ ଦୁଇଟି ଧମକପୂର୍ଣ୍ଣ ଫୋନ୍‌...

‘ବଳାତ୍କାରୀଙ୍କୁ ୬ ମାସରେ ଫାଶୀ ଲାଗି ଆଇନ ହେଉ’

ନୂଆଦିଲ୍ଲୀ,୪ା୧୨: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ି ମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବାବେଳେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ...

Advertisement
Archives

Model This Week