Posted inଜାତୀୟ

ନୂଆ ବର୍ଷରେ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଭିଡିଓ କନଫରେନସିଂ ଜରିଆରେ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଉପହାର ଦେଇଛନ୍ତି । ନୂଆବର୍ଷରେ ମୋଦିଙ୍କର ଏହା ପ୍ରଥମ କାର୍ଯ୍ୟକ୍ରମ । ମୋଦି ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚ୍‌ଟିସି ଇଣ୍ଡିଆ)ଅଧିନରେ ୬ ରାଜ୍ୟରେ ଏହାର ଶିଳାନ୍ୟାସ କରିଛନ୍ତି । ମୋଦିଙ୍କର ଏହି କାର୍ଯ୍ୟକ୍ରମ ଭାରତର ସହରାଞ୍ଚଳ ଡିଜାଇନ୍ ବଦଳାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରମାଣିତ ହେବ । ଏହି କାର୍ଯ୍ୟକ୍ରମରେ ଗୃହ ଓ ସହରୀ ବିକାଶ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କ ସମେତ ତ୍ରିପୁରା, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହି ପ୍ରୋଜେକ୍ଟରେ ବିଶେଷ ଧରଣର ଟେକ୍‌ନିକ୍ ବ୍ୟବହାର କରି ଶସ୍ତାରେ ଘର ତିଆରି କରାଯାଇଥାଏ । ଏଥିରେ ଫ୍ୟାକ୍ଟ୍ରିରୁ ଘର ତିଆରି କରିବା ପାଇଁ ବିମ-କଲମ ପ୍ରସ୍ତୁତ କରାଯାଇ ଅଣାଯାଇଥାଏ । ଏହାର ଲାଭ ହେଉଛି ନିର୍ମାଣର ସମୟ ଓ ଖର୍ଚ୍ଚ କମ୍ ହୋଇଯାଇଥାଏ । ସେଥିପାଇଁ ଏହି ପ୍ରୋଜେକ୍ଟରେ ଖର୍ଚ୍ଚ କମ୍ ହୋଇଥାଏ । ଏହି ପ୍ରୋଜେକ୍ଟରେ ତିଆରି ହୋଇଥିବା ଘର ସମ୍ପୂର୍ଣ୍ଣ ଭୂକମ୍ପ ନିରୋଧି ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ରାହୁଲ ହେବେ ପ୍ରଧାନମନ୍ତ୍ରୀ: ମାକେନ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳଫଳକୁ ଦେଖିଲେ ଏବେ ସୁଦ୍ଧା କଂଗ୍ରେସ ଭାଜପାଠାରୁ ଅଧିକାଂଶ ଆସନରେ ପଛୁଆ ଥିବା ବେଳେ ରାହୁଲ ଗାନ୍ଧୀ କିନ୍ତୁ ଏଥର...

ଭାରତରେ ପ୍ରଥମ: ନିଜକୁ ବିବାହ କରିବାକୁ ଯାଉଛନ୍ତି ଏହି ଯୁବତୀ

ବରୋଦା,୨।୬: ଆଜିକାଲି ବିବାହ ଋତୁ ଚାଲିଛି। ଅନେକ ଯୋଡିଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। କିନ୍ତୁ ଆସନ୍ତା ଜୁନ ୧୧ରେ ଗୁଜରାଟରେ ଏକ ନିଆରା...

କବଚ ସିଷ୍ଟମ କ’ଣ? ବାଲେଶ୍ୱର ଦୁର୍ଘଟଣାରେ ଏହାକୁ ନେଇ ହେଉଛି ଆଲୋଚନା…

ନୂଆଦିଲ୍ଲୀ,୩।୬:ଓଡିଶା ବାଲେଶ୍ୱର ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି। ଦୁର୍ଘଟଣା କିପରି ଏବଂ କେମିତି ହେଲା ଏନେଇ ଆଲୋଚନା ଏବଂ...

କେବେ ପାଳନ କରାଯାଇଥିଲା ଶିଶୁ ଦିବସ

ନୂଆଦିଲ୍ଲୀ,୧୪।୧୧: ସାରା ଦେଶରେ ନଭେମ୍ବର ୧୪ ଗୁରୁବାର ପାଳନ କରଯାଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ...

କଂଗ୍ରେସକୁ ‘ବ୍ୟାଣ୍ଡ-ବାଜା’ ପାର୍ଟି କହିଲେ ଓୱାଇସି

କୋଲକାତା,୩୧ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ଏଆଇଏମ୍‌ଆଇଏମ୍...

ଇ-ଟିକେଟ ରାକେଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୨।୧: ଅନ୍ତର୍ଜାତୀୟ ଇ-ଟିକେଟ୍‌ ରାକେଟ୍‌ର ପର୍ଦ୍ଦାଫାଶ୍‌ ହୋଇଛି। ଏହାର ଚେର ପାକିସ୍ତାନ, ବାଂଲାଦେଶ, ଦୁବାଇ ପ୍ରମୁଖ ଦେଶକୁ ଲମ୍ବିଛି। ଆର୍‌ପିଏଫ୍‌ ପକ୍ଷରୁ ଝାଡ଼ଖଣ୍ଡର ଗୁଲାମ ମୁସ୍ତାଫା...

ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା

ଭୋପାଳ,୧୨।୯: ଦ୍ୱାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀଙ୍କ ନାଁ ସୋମବାର ଘୋଷଣା କରାଯାଇଛି। ଜ୍ୟୋତିଷ ପୀଠର ନୂତନ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ...

୧୫-୧୮ ବର୍ଷ ବୟସର କିଶୋରଙ୍କୁ ଦିଆଯାଉ କେବଳ କୋଭାକ୍ସିନ: ଭାରତ ବାୟୋଟେକ

ହାଇଦ୍ରାବାଦ,୮ ।୧: ହାଇଦ୍ରାବାଦର ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ଶୁକ୍ରବାର କହିଥିଲା କି ଦେଖାଯାଉଛି ୧୫-୧୮ ବର୍ଷ ବୟସର କିଶୋରଙ୍କୁ କୋଭାକ୍ସିନ ବ୍ୟତୀତ କରୋନାର...

Advertisement
Archives

Model This Week